ସାତ ଦିନ ପରେ ଖୋଲିଲା ପଞ୍ଚାୟତ କାର୍ଯ୍ୟାଳୟର ତାଲା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ଘଟଣାର ସାତ ଦିନ ପରେ ଜିଓ ଟାୱାର ନିର୍ମାଣ ପାଇଁ ବିଡ଼ିଓଙ୍କ ଆଲୋଚନା ଓ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ତାଲା ଖୋଲି ଥିବା ଦେଖିବାକୁ ମିଳିଛି। ଡିମିରିଗୁଡ଼ା ପଞ୍ଚାୟତରେ ଦୀର୍ଘ ବର୍ଷରୁ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରଶାସନ, ବିଧାୟକ, ଜିଲ୍ଲାପାଳଙ୍କୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାକୁ ନେ଼ଇ ଅଞ୍ଚଳର ଶତାଧିକ ମହିଳା ପୁରୁଷ […]

କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲି:

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧୁଷିତ ପଛୁଆ ଜିଲା ଭାବେ ପରିଚିତ କନ୍ଧମାଳ ଜିଲାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି l ଯାହାକି,ଜିଲ୍ଲା ବାସୀ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଥାନ୍ତି l ଜିଲାରେ ଲୋକ ସଂଖ୍ୟା ଏବଂ ରୋଗୀଙ୍କ ଅନୁପାତରେ ଡାକ୍ତର ନାହାନ୍ତି। ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବହୁ ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ […]

ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ଶପଥ ଗ୍ରହଣ

ଫୁଲବାଣୀ (ଉଲ୍ଲାପ୍ର )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ଗ୍ରାମ୍ୟ କମିଟି ର ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ଶପଥ ଗ୍ରହଣ ଉତ୍ସବ ନୂଆସାହି ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ଆବାହକ ଲଳିତ ପାତ୍ର ଏବଂ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ବିଜୟଚନ୍ଦ୍ର ଖଣ୍ଡଗିରି ନବ ନିର୍ବାଚିତ ପଦାଧିକାରୀ ଙ୍କୁ ଶପଥପାଠ କରାଇଥିଲେ l ସଭାପତିଭାବେ ଜଳେନ୍ଦ୍ର ପାତ୍ର ଉପ ସଭାପତି […]

୬ ଦଫା ଦାବିରେ କୁଇ ସମାଜ ସେବା ସମିତି ପକ୍ଷରୁ ରା଼ଲ୍ଲି ଓ ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ)ମଙ୍ଗଳବାର କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ଆଜି ୬ ୯ ତମ ପ୍ରତିଷ୍ଠା ଦିବସ ଫୁଲବାଣୀରେ ପାଳନ କରିଛି !ଏହି ଅବସରରେ ୬ ଦଫା ଦାବୀରେ ସମିତି ପକ୍ଷରୁ ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା ସହିତ କରୋନେସନ ପଡ଼ିଆରେ ସାଧାରଣ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି !ସମିତିର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କହଁର, ଏସ ଡି ସି, ଅଧ୍ୟକ୍ଷ ରୋଦନ ମଲ୍ଲିକ, ଟ୍ରାଇଫେଡ଼ […]

ମଙ୍ଗଳବାର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ

ଫୁଲବାଣୀ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରତକ୍ଷ୍ୟ ତତ୍ୱାବଧାନ ରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ନିଷ୍ଠା, ଆନ୍ତରିକତା ଓ ସଚୋଟତା ର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ଦୁର୍ନିତୀ ଦୂର କରିବା ପାଇଁ ଶପଥ ଗ୍ରହଣ କରିବେl ଏହି ଶପଥ ଗ୍ରହଣ ଉତ୍ସବ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି […]

ଜିଲ୍ଲା ଲେଖକ ସମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ଆସର

ଫୁଲବାଣୀ ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲେଖକ ସାମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ଆସର ଉପ ସଭାପତି ଅଶୋକ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ପ୍ରାରମ୍ଭରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ ପଂଚାୟତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ଙ୍କ ସଂଯୋଜନାରେ କବି ନବୀନ କିଶୋର ପଣ୍ଡା, ବିଷ୍ଣୁ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ପ୍ରଧାନ ଡ଼ଃ ସୁଜିତ ପଣ୍ଡା, କୈଳାଶ ଚନ୍ଦ୍ର ଧଳ, ସୋମନାଥ ସାହୁ, […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ପୁଣି ଶୀତଲହରୀ, ଫୁଲବାଣୀ ରେ ୮. ୫ ଡିଗ୍ରୀ ତଳକୁ ଖସିଲା ପାରଦ, ଦାରିଙ୍ଗବାଡିରେ ୯. ୫ ଡିଗ୍ରୀ ସେଲସିୟସ

ଫୁଲବାଣୀ (ସୁନୀଲ ପଟନାୟକ ) ଗତ କିଛି ଦିନ ର ବ୍ୟବଧାନ ପରେ ପୁଣି ଶୀତ ର ପ୍ରକୋପ ବୃଦ୍ଧିପାଇଛି l ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ସୋମବାର ଆଜି ଫୁଲବାଣୀରେ ୮. ୫ ଡିଗ୍ରୀ ଥିବାବେଳେ ଦାରିଂବାଡ଼ି ରେ ୯. […]

ଫୁଲବାଣୀ ପରିଷଦ ପକ୍ଷରୁ ଡ୍ରେନ ନିର୍ମାଣ, ସ୍ଥାନୀୟ ଲୋକେ ଖୁସ

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ପୌର ପରିଷଦ ପକ୍ଷରୁ ସହର କୁ ସ୍ଵଛ, ସୁନ୍ଦର ଓ ସ୍ମାର୍ଟ ସହର ରେ ପରିଣତ କରିବାକୁ ଏବେ ପୌର ପରିଷଦ ଅଣ୍ଟା ଭିଡିଛି lଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏସବୁ ସଂଭଵ ହୋଇପାରିଥିବା ଜଣାପଡିଛି lସହର ର ସମସ୍ତ ରାସ୍ତା, ଗଳି ରାସ୍ତା ରେ ଏବେ ଫେଂବର ବ୍ଲକ ପକାଇ ଉନ୍ନତ […]

ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ ଆସନ୍ତା ମଙ୍ଗଳ ବାର ଦିନ ଅନୁଷ୍ଠିତ ହେବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରତକ୍ଷ୍ୟ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ୨୯ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଜଣାଇଛନ୍ତି l ଏଥିରେ ତିନୋଟି ୱାର୍ଡ ର ଜନ ସାଧାରଣ ଯୋଗଦେବାକୁ ନିବେଦନ କରିଛନ୍ତି l ବାଲିଗୁଡା ରେ ଦୁର୍ନୀତି ବିରୋଧୀ […]

ରାଉରକେଲା ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ବୈଠକରେ କନ୍ଧମାଳ ଶାଖାର ଯୋଗ ଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ଦୁଇ ଦିନ ଧରି ରାଉରକେଲା ଠାରେ ଉତ୍କଳ ସାମ୍ବାଦିକ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରବିବାରରେ ଉଦଯାପିତ ହୋଇଯାଇଛି।ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ଉତ୍କଳ ସାମ୍ବାଦିକ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଅତ୍ୟନ୍ତ ଭବ୍ୟ ଓ ସଫଳତାର ସହିତ ଆୟୋଜନ କରିବା ଏବଂ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଖଣ୍ଡାଧାର ଜଳପ୍ରପାତର ଅପରୂପ ତଥା […]