ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ ସ୍କୁଲ ରହିଛି ଯେଉଁଠି କି ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବା ଫଳରେ ପିଲା ଏ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମା […]

ସାତକୋଶିଆ ବାଲିପୁଟରେ ଇକୋ-ରିଟ୍ରିଟ୍‌, ଆଭାସି ମାଧମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନରସିଂହପୁର (ଉଲ୍ଲାପ୍ର )ଓଡ଼ିଶା ଟୁରିଜିମ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ (ଓଟିଡିସି) ପକ୍ଷରୁ କଟକ ଜିଲ୍ଲା ପ୍ରଶାସନ ସହଯୋଗରେ ମହାନଦୀର ସାତକୋଶିଆ-ବାଲିପୁଟରେ ନିର୍ମିତ ଇକୋ-ରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ସଂମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କଟକ ଜିଲ୍ଲାପାଳ ଭବାନୀ ଶଙ୍ଖର ଚଇନି,ଅତିରିକ୍ତ ଜିଲାପାଳ ପୂର୍ଣଚନ୍ଦ୍ର ମିଶ୍ର,ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଓ ଟୁରିଜିମ ବିଭାଗର ଅଧିକାରୀ […]

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ସିସିଆଇର ସୁପରିଟେଣ୍ଡେଣ୍ଟ ଅଦ୍ଵେଶା ମହାପାତ୍ର, ସମ୍ମାନିତ ଅତିଥି ଭାବେ କାଉନସେଲର ଗୀତାଞ୍ଜଳି ପଣ୍ଡା ଯୋଗ ଦେଇ ନିଜ ବକ୍ତବ୍ୟରେ ମହାମାରୀ ଏଡ୍ସର ଭୟାବହତା ସମ୍ପର୍କରେ ସଚେତନ କରାଇ ଥିଲେ। ଯୁବ […]

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ୫ ହଜାର ଜରିମାନା

ଫୁଲବାଣୀ,(ସୁନୀଲ ପଟନାୟକ) ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି,କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଅଂଚଳର ସିମେଣ୍ଟ ଓ ଲୁହାଛଡ ବ୍ୟବସାୟୀ ବିକ୍ରମ ପଣ୍ଡା ଓ ତାଙ୍କ ସହେଯାଗୀ ବିକୁନ ସାହୁଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ସେମାନଙ୍କୁ […]

ବିଭିନ୍ନ ଦାବି ପୂରଣ ନେଇ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବିଭିନ୍ନ ବ୍ଲକର ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଇପିଏଫ୍, ଇଏସଆଇସି ରେ ସାମିଲ୍ କରାଯାଇ ୧୮୦୦୦ ହଜାର ଟଙ୍କା ବେତନ ପ୍ରଦାନ, ଅବସରକାଳୀନ ସହାୟତା, ଯୋଗ୍ୟତା ଭିତିରେ ଏଏନଏମ ଭାବେ ନିଯୁକ୍ତି, ଗୋଷ୍ଠୀ ଏବଂ ପ୍ରlଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହର ସୁବିଧା, କୋଭିଡରେ ମୁତ୍ୟୁ ବରଣ କରିଥିବା ଆଶାଙ୍କୁ […]

ଫୁଲବାଣୀ -ବ୍ରହ୍ମପୁର ଜାତୀୟ ରାଜପଥ ରୁଜାଙ୍ଗି ରେ ପାଣି ପାଇଁ ରାସ୍ତା ଅବରୋଧ

ଫୁଲବାଣୀ (ସୁନୀଲ ପଟନାୟକ )ଖରା ନ ଆସୁଣୁ ଦେଖାଦେଲାଣି ପାଣି ସମସ୍ୟା lପାଣି ପାଇଁ ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର -ଫୁଲବାଣୀ ଜାତୀୟ ରାଜପଥ ରୁଜାଙ୍ଗି ଠାରେ ଗରା, ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ଯିବାକୁଥିବା ଗାଡି ମଟର ଆଦି ଅଟକି ରହିଛି ସକାଳୁ lରୁଜାଙ୍ଗି ରେ ୩ଟା ନଳକୂପ ଥିଲେ ବି ସବୁ ଗୁଡିକ ଅଚଳ ହୋଇପଡିଛି l ସେହିପରି ପାନୀୟ ଜଳ ପ୍ରକଳ୍ପ ମଧ୍ୟ […]

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ୫୦ ହଜାର ଜୋରିମାନା

ଫୁଲବାଣୀ (ଉଲ୍ଲାପ୍ର )ସୁନୀଲ ପଟନାୟକ )ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଯୁକ୍ତ ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର ସାକ୍ଷୀ,ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଦୁଇ ଅଭିଯୁକ୍ତ ଗୁଡାରୀ ଗ୍ରାମର ଜିତୁ ଦିଗାଲ ୨୫ ଓ ବାଦଲ ଦିଗାଲ ୨୪ ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା […]

୭ଦଫା ଦାବିରେ ସମୁହ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ୦୭ ଦଫା ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସମୁହ ଆଶା କର୍ମୀ । ଆଶା କର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବି ପୂରଣ ହୋଇନଥିବାରୁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ସାରା ରାଜ୍ୟରେ ଏହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି […]

ନବ ଉଲ୍ଳାସ କାର୍ଯ୍ୟକ୍ରମ ଅନୁଷ୍ଠିତ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳର ୪ ଜଣ ପୁରସ୍କୃତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ନବୋଦୟ ପୁରାତନ ଛାତ୍ର ସଂଗଠନର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୩୨ଟି ନବୋଦୟ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଲିସ କମିଶନର ସୌମ୍ୟରଂଜନ ପ୍ରିୟଦର୍ଶନୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ପୁଲିସ୍‌ କମିଶନର ଜଗଦାନନ୍ଦ ଓ ସମ୍ମାନିତ ଅତିଥିଭାବେ ଶ୍ରୀମତୀ ପାବର୍ତୀ ପ୍ରମୁଖ ଯୋଗ ଦେଇଥିଲେ । […]

ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ଶପଥ ଗ୍ରହଣ ଉତ୍ସବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ଗ୍ରାମ୍ୟ କମିଟି ର ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ଶପଥ ଗ୍ରହଣ ଉତ୍ସବ ନୂଆସାହି ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ଆବାହକ ଲଳିତ ପାତ୍ର ଏବଂ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ବିଜୟଚନ୍ଦ୍ର ଖଣ୍ଡଗିରି ନବ ନିର୍ବାଚିତ ପଦାଧିକାରୀ ଙ୍କୁ ଶପଥପାଠ କରାଇଥିଲେ l ଏଥିରେ ସଭାପତି ଭାବେ ଜଳେନ୍ଦ୍ର […]