କରଡ଼ା ଅଂଚଳ ରେ ହାତୀ ର ସନ୍ଦେହ ଜନକ ମୃତ୍ୟୁ,ତଦନ୍ତ ଜାରୀ

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି କନ୍ଧମାଳ ବନଖଣ୍ଡ ଅଧୀନ କରଡ଼ା ରେଞ୍ଜ ଅନ୍ତର୍ଗତ ରଣବା ପଂଚାୟତ ର ଡେଙ୍ଗା ଖମଣ ଜଙ୍ଗଲରେ ଏକ ହାତୀ ର ମୃତଦେହବୁଧବାର ଉଦ୍ଧାର କରାଯାଇଛି l ତେବେ ହାତୀ ଟିର କାହିଁକି, କେଉଁ କାରଣ ରୁ ମୃତ୍ୟୁ ଘଟିଛି ନା କିଏ ମାରିଦେଇଛି ତାର ତଦନ୍ତ କରୁଛି ବନବିଭାଗl କିଛି ମାସପୁର୍ବରୂ ମଧ୍ୟ ଏହି ରେଞ୍ଜରେ ଗୋଟେ ହାତୀ ଛୁଆ ର ମୃତ୍ୟୁ ଘଟିଥିଲା lଖବରପାଇ କରଡ଼ା ବନବିଭାଗ ରେଞ୍ଜର ବିରଂଚି […]

ଗଡଜାତ ପରିକ୍ରମା ତରଫରୁ ବିବେକାନନ୍ଦ ଙ୍କ 161 ତମ ଜନ୍ମଜୟନ୍ତୀ ପାଳିତ

ଆଠଗଡ(ଉଲ୍ଲାପ୍ର )ଆଠଗଡ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ସ୍ୱାମୀ ବିବେକାନନ୍ଦ ଙ୍କ 161 ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି, ଗଡଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଭାରତୀୟ ଗୁଇନ୍ଦା ସଂସ୍ଥାର ପୂର୍ବତନ କମିଶନର ଅଜୟ କୁମାର ମିଶ୍ର ଯୋଗଦେଇ କହିଲେ ପିଲାମାନେ ତୁମେ ଯଦି ବିବେକାନନ୍ଦ ଙ୍କ ଆଦର୍ଶକୁ ଅନୁପ୍ରାଣିତ କରିପାରିବ ତେବେ ଆଗକୁ […]

ଢେଂକିକୋଟ ରେ ପୋଲିସ କୁ ଖୋଲା ଚାଲେଞ୍ଜ

କେନ୍ଦୁଝର ଜିଲ୍ଲା ଢେଂକିକୋଟ ବଜାର ରେ ଫାଣ୍ଡି ପୋଲିସକୁ ଚାଲେଞ୍ଜ ଦେଇ ହୋଇଛି ଚୋରୀ ! ଗତ ବିଳମ୍ବିତ ରାତିରେ ହୋଇଛି ଚୋରୀ ! ଢେଂକିକୋଟ ପେଟ୍ରୋଲ ପମ୍ପ ପଛ ରେ ଘର କରିଥିବା ନୟନା ସାହୁଙ୍କ ଘର କବାଟ ଭାଙ୍ଗି ଦୁର୍ବୁତ୍ତ ଘରେ ପଶି ଲୁଟି ନେଇଛନ୍ତି ଶୁନା ଓ ଗହଣା ! ନୟନା ସାହୁ ଘରେ ଅନୁପସ୍ଥିତ ଥିବା ସୁଯୋଗରେ କଳା କନା ବୁଲେଇଛନ୍ତି ଦୁର୍ବୁତ୍ତ! ଆନୁମାନିକ ଲୁଟ ଟଙ୍କା ର ପରିମାଣ 50 […]

“ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା” ଲୋକନୃତ୍ୟ ଗୀତ ରେ ଝୁମିଲେ ଦର୍ଶକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଆୟୋଜିତ ଶୀତ ମହୋତ୍ସବର ଉଦଯାପନୀ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା l ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ପଚିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ l ବରିଷ୍ଠ ଲୋକକଳାକାର ତଥା ବେତାର ସଂଗୀତକାର ମାଷ୍ଟର […]

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସରୋଜକୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦୁଷ୍ମନ୍ତ ଶବର, ଯୁବ ରେଡକ୍ରସ୍ କାଉନସେଲର […]

ଫିରିଙ୍ଗିଆ ବଜାର ଅପହୃତା ଦୁଇ ନାବାଳିକା ଉଦ୍ଧାର, ଜଣେ ଅଟକ, ଅନ୍ୟ ୨ ଫେରାର

ଫୁଲବାଣୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବଜାର କୁ ବହି କିଣିବାକୁ ଆସିଥିବା ଦୁଇ ଜଣ ନାବାଳିକା କୁ ୩ ଜଣ ଯୁବକ ଅପହରଣ କରି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଏ ନେଇ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡ଼ିଛି l ସୂଚନା ଯୋଗ୍ୟ ଯେ ଦୁଇଜଣ ନାବାଳିକା ଫିରିଙ୍ଗିଆ ବଜାରକୁ ବହିପତ୍ର କିଣିବାକୁ ଆସିଥିବା ବେଳେ ମୂଳ ଗୂଦାରୀ ଅଂଚଳ ର ଦୁଇ ଯୁବକ […]

ଛାତ୍ରୀ ନିବାସ ରେ ଦଶମ ଶ୍ରେଣୀ ଛାତ୍ରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନା ରେ ଏତଲା

ଫୁଲବାଣୀ (ସୁନୀଲ ପଟନାୟକ )ସରକାର ଓ ଜିଲ୍ଲା ପ୍ରଶାସନ ର ତାଗିଦ ସତ୍ୱେ କନ୍ଧମାଳ ଜିଲାରବିଭିନ୍ନ ଛାତ୍ରୀ ନିବାସ ରେ ଛାତ୍ରୀ ଗର୍ଭବତୀ ହେବା, ମୃତ୍ୟୁ ଘଟଣା ଥମିବାର ନା ନେଉନି lଏବେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଉଲ୍ଲୀ ପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସ ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା ସାମନା କୁ ଆସିଛି lମୃତା ଛାତ୍ରୀ ଜଣକ ହେଲେ ସୁନେଲି ମାଝୀ lଘର ଝୀଂଜିରୀଗୁଡା […]

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବିସର୍ବା ପ୍ରଧାନ (୨୮)। ସୂଚନା ଅନୁସାରେ, ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରେଡି଼ଙ୍ଗିଆ ଟୁଡୁବାଲିରେ ବିବାହ କରିଥିଲେ। କୌଣସି କାରଣବଶତଃ ତାଙ୍କ […]

ମଦ୍ୟପାନର କୁ ପରିଣାମ : ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା: ହତ୍ୟାକାରୀ ଥାନାରେ ଅଟକ : ତଦନ୍ତ ଅବ୍ୟାହତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଘଟଣା ପ୍ରକାରେ ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ । ମଦ ପିଇ ମାତାଲ୍ ହେବା ପରେ କୌଣଶି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ […]

କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ମହାସିଙ୍ଗି ଓ ବଇଡାଠାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ(ଡେବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ ସ୍ଥାନୀୟ ବିଧାୟକ ଓ ଜିଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଗତ ୩୦ ବର୍ଷ ଧରି କିଟ୍‍ ଓ […]