ଭାରସାମ୍ୟ ହରାଇ ଭାଲିଆ ମଞ୍ଜି ଟ୍ରକ ଓଲଟି ଦୁଇ ଆହତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସୀତାପଡ଼ିର ଏକ ବୁଲାଣିରେ ଭାଲିଆ ମଞ୍ଜି ଟ୍ରକ ଓଲଟି ପଡ଼ିଥିବା ବେଳେ ସେଥିରେ ବସିଥିବା ଦୁଇ ଜଣ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଠାରୁ ଭାଲିଆ ମଞ୍ଜି ଧରି ଏକ ଟ୍ରକ ନମ୍ୱର ସିଜି ୦୪- ଏନଡବ୍ଲୁ ୭୭୯୨ ରେ ମହାରାଷ୍ଟ୍ର ଯାଉଥିବା ବେଳେ ଶନିବାର ଅପରାହ୍ନରେ ବାଲିଗୁଡ଼ା ଠାରୁ ଦୁଇ କିଲୋମିଟର ଦୂର ସୀତାପଡ଼ିର ଏକ ବୁଲାଣି ରେ ଭାରସାମ୍ୟ […]

ବାଲିଗୁଡା :ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ: ଦେବନୀତି ସମ୍ପନ୍ନ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ପବିତ୍ର ମହା ଶିବରାତ୍ରୀ। ଜାଗର ଯାତ୍ରା। ଏହି ଅବସରରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ପ୍ରତ୍ୟେକ ଶୈବପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥିଲା। ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରା ଯାଇଥିଲା। ପ୍ରତ୍ୟୁଷରୁ ମନ୍ଦିର ଶାହାଣ ମେଲା ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ, ପାଣିଲାଗି, କେତକୀ ଫୁଲ ଲାଗି ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ବେଢାରେ ଭକ୍ତ ଓ […]

ଆଜିର ରାଶିଫଳ

ଅଦ୍ୟ ପ୍ରେବୃଆରୀ ମାସ ୧୯ ତାରିଖ ୨୦୨୩ ମସିହା(ରବିବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଫାଲଗୁନମାସ-କୃଷ୍ଣପକ୍ଷତିଥି- ଚତୁର୍ଦ୍ଦଶୀ ଦିବା ଘ୦୪/୨୮ ଗତେ ଅମାବାସ୍ୟାନକ୍ଷତ୍ର-ଶ୍ରବଣା ଦିବା ଘ୦୩/୨୪ଗତେ ଧନିଷ୍ଟ।ଚନ୍ଦ୍ର- ମକର ରାତ୍ରି ଘ୦୧/୫୮ ଗତେ କୁମ୍ଭଯୋଗ-ବାରୀୟ।ନ୍କରଣ – ଵିଷ୍ଟିସୌରମାସ- କୁମ୍ଭ ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୫୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୩୯*✧═════•❁❀*ଯୋଗିନୀ ପଶ୍ଚିମେ ଦିବା ଘ୦୪/୨୮ ଗତେ ଐଶାନ୍ୟେ*ସିଂହ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳା ଓ ବାରବେଳା – ଦିବା ଘ୧୦/୩୪ ଗତେ ଘ୦୧/୨୮ ମଧ୍ୟେ══•❁❀❁•═ବିଶୁଦ୍ଧ ଅମୃତ ବେଳ। – […]

ମହାପୁଋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଫୁଲବାଣୀ :-(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ସ୍ଥାନୀୟ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ମହାପୁଋଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ତଥା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ ସ୍ଵର୍ଗତ ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସ,ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଶୁଭ ଉଦ୍ଘାଟନ […]

ବିଶ୍ୱ କପ ହକି ଟ୍ରଫି ଟୁର ପାଇଁ କନ୍ଧମାଳ ପୁରସ୍କୃତ

ଫୁଲବାଣୀ(ସୁନୀଲ ପଟନାୟକ )ବିଶ୍ୱ କପ ହକି ର ବ୍ୟାପକ ପ୍ରଚାର ପ୍ରସାର ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପୁରସ୍କୃତ ହୋଇଛି l ବୁଧବାର ଭୁବେନଶ୍ୱର ଠାରେ ଆୟୋଜିତସମ୍ବର୍ଧନା ଉତ୍ସଵ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେlମୁଖ୍ୟମନ୍ତ୍ରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇବ ଟି ସଚିବ ଭି. କେ ପାଣ୍ଡିଆନ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ lସୂଚନା ଯୋଗ୍ୟ ଯେ, ଗତ […]

କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ବାଲିଗୁଡ଼ାରେ ବିଜେଡ଼ିର ରଣ ହୁଙ୍କାର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ସରକାର ବିରୋଧରେ ବିଜେଡ଼ିର ରଣ ହୁଙ୍କାର। ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟି ଏବଂ ରାଜ୍ୟରୁ ଚାଉଳ ଉଠାଇବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି ।ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଗୁରୁବାର ବିଜେଡ଼ି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି । […]

ଶିକ୍ଷା ନିକେତନର ଊନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଗ୍ରଣୀ ଶିକ୍ଷାନୁଷ୍ଠାନ “ଶିକ୍ଷା ନିକେତନ” ର ଊନବିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭ ପୂର୍ବରୁ ଫୁଲ୍ଓ୍ଵାମା ଶହୀଦ ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ […]

ଗେଣ୍ଡୁ ଫୁଲ ଚାଷ କରି
ଫିରିଙ୍ଗିଆ ବ୍ଲକ ର ୫0 ରୁ ଉର୍ଦ୍ଧ ସ୍ବୟଂ ସହାୟକା ଗୋଷ୍ଠୀ ସ୍ୱାବଲମ୍ବୀ ହେଲେ

ଫୁଲବାଣୀ(ସୁନୀଲ ପଟନାୟକ )ସଭାସମିତି ଠୁ ଆରମ୍ଭ କରି ବିବାହ, ବ୍ରତ, ବିବାହ ବାର୍ଷିକୀ, ଜନ୍ମଦିନ ସବୁଠି ଦିନକୁ ଦିନ ଫୁଲ ର ଚାହିଦା ବଢ଼ିବାରେ ଲାଗିଛି l ଫଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଫୁଲ ଚାଷ କରିବାଲାଗି ଫିରିଙ୍ଗିଆ ବ୍ଲକ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ, ଙ୍କ ଆନ୍ତରିକତା ନିଷ୍ଠାପର ଉଦ୍ୟମ, ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଚଳିତ ବର୍ଷବ୍ଲକ ର ପନ୍ଦର ରୁ ଊର୍ଧ୍ଵ ପଂଚାୟତ ରେ […]