ବିଶ୍ୱଶାନ୍ତି ପଞ୍ଚମହା ଯଜ୍ଞ ଉଦଯାପିତ : ଦଶ ହଜାରରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ତଥା ବୃହତ୍ତମ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ, ଏବଂ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ପାଞ୍ଚ ଦିନ ଧରି ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ମା ବରାଳଦେବୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପାଞ୍ଚ ଦିନ ଧରି ଆୟୋଜିତ ହେବା ପରେ ଗୁରୁବାର ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଦିନ ନୂଆସାହି ଗ୍ରାମ୍ୟ […]

କିଶୋର ମହାନ୍ତି ପାଇଲେ ଶ୍ରଦ୍ଧା ଶକ୍ତି ସମ୍ମାନ

ବାଲେଶ୍ୱର (ଉଲ୍ଲାପ୍ର )ବାଲେଶ୍ୱର ଜିଲ୍ଲାର ବରିଷ୍ଠ ସମାଜ ସେବୀ “ଶ୍ରୀ କିଶୋର କୁମାର ମହାନ୍ତି” ଙ୍କୁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ) ରାସୋଲ ଢେଙ୍କାନାଳ ଦ୍ଵାରା ତାଙ୍କର ୪ର୍ଥ ବାର୍ଷିକ ଉତ୍ସବ ରେ ସେବା ସମ୍ମାନ ରେ ସମ୍ମାନିତ କରାଯାଇଛି। ଶ୍ରୀ ମହାନ୍ତି ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନର ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ହୃଦୟରୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ବାପ ଦାଦନ ଖଟୁଛି, ଏଣେ ୯ ମାସ ହେଲା ଭିନ୍ନକ୍ଷମ ପୁଅକୁ ମିଳୁନି ଭତ୍ତା

ଫୁଲବାଣୀ (ସୁନୀଲ ପଟନାୟକ )ଆଗରୁ ନିୟମିତ ଭତ୍ତା ଗଣ୍ଡାକ ପଂଚାୟତ ରୁ ମିଳୁଥିଲା lହେଲେ ସରକାର ବ୍ୟାଙ୍କ ପାସବୁକ ମାଧ୍ୟମ ରେ ଭତ୍ତା ଟଙ୍କା ଦେବାଲାଗି ନିୟମ କରିବା ପରଠାରୁ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି lଏଭଳି ଅଭିଯୋଗ ଆସିଛି କନ୍ଧମାଳଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବୀଙ୍ଗିଆ ପଂଚାୟତ ର ସାତମାସ୍କା ଗ୍ରାମରୁ l ବାପା ରୁଷି ମଲିକ କାମଧନ୍ଦା ନ ମିଳିବାରୁ ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଇଛନ୍ତି l ଏ ପଟେ ଗଲା […]

ମୁନିସିପାଲିଟି ପକ୍ଷରୁ ମାଗଣା ସାଇକଲ ବଣ୍ଟନ

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ମୁନିସିପାଲିଟି ବିଜୁ କଲ୍ୟାଣ ମଣ୍ଡପ ପରିସର ରେ ଗୃହ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଅର୍ବlନ ର ୫୬ଜଣ ମହିଳା ସ୍ଵଛ ସାଥି, ସ୍ଵଛ କର୍ମୀ, ସୁପରଭାଇଜର, ଆହାର କର୍ମୀ ମାନଙ୍କୁ ମାଗଣା ସାଇକଲ ପ୍ରଦାନ କରାଯାଇଥିଲା lଏହି ଅବସରରେ ଆୟୋଜିତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଯୋଗଦେଇଥିବା ବେଳେ ମ୍ୟୁ ନିସିପାଲିଟି ନିର୍ବାହୀ ଅଧିକାରୀ ବଳଦେବ ବେହେରା, କାଉନ୍ସିଲର ରମେଶ […]

ଶ୍ରୀଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସଯାତ୍ରା

ଢେଙ୍କାନାଳ(ଉଲ୍ଲାପ୍ର )ଶ୍ରୀ ଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସ ଯାତ୍ରାରେ ୧୫୧ ମହିଳା ସମାଲି ହୋଇ ଢେଙ୍କାନାଲ ସମହରସ୍ଥିତ କୁଞ୍ଜକାନ୍ତ ପୋଖରୀ ପାଖରେ ପୂଜାର୍ଚ୍ଚନା କରି ବିଶାଳ ଶୋଭାଯାତ୍ରାରେ ଶ୍ୟାମାଚରଣପୁରସ୍ଥିତ ସାଇ ଶ୍ରୀକ୍ଷେତ୍ର ସାଇ ମନ୍ଦିରରେ ପହଂଚିଥିଲେ । ଏଥିରେ ସାଇ ମନ୍ଦିରର ସମସ୍ତ କର୍ମକର୍ତା ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଆଜି ସଂଧ୍ୟା ସଢେ ୫ଟା ସମୟରେ ସାଇ ଶ୍ରୀକ୍ଷେତ୍ରରୁ ସାଇବାବା ଏକ ଶୋଭାଯାତ୍ରାରେ ବାହାରି କାଲ୍‌ଟାକ୍ସରେ ପହଂଚିବେ […]

ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଢେଙ୍କାନାଳ ପୌରାଞ୍ଚଳରେ ସେବା କାର୍ଯ୍ୟରତ କର୍ମୀଙ୍କୁ ସାଇକେଲ ପ୍ରଦାନ

ଢେଙ୍କାନାଳ(ଉଲ୍ଲାପ୍ର )ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଲୋକସେବା ଭବନ ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହରାଞ୍ଚଳରେ କାର୍ଯ୍ୟରତ ସ୍ବଚ୍ଛକର୍ମୀ , ସ୍ଵଚ୍ଛସାଥ୍ , ଜଳସାଥୀ , ଆହାର କର୍ମୀ ଏବଂ ସୁପରଭାଇଜରମାନଙ୍କୁ ସାଇକେଲ ପ୍ରଦାନ ଶୁଭାରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭାଗୃହ ଠାରେ ପୌରପାଳିକା ପକ୍ଷରୁ ଆୟୋଜିତ ଉତ୍ସବରେ , ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟରତ ୭୯ ଜଣ ସ୍ବଚ୍ଛକର୍ମୀ , ସ୍ବଚ୍ଛ ସାଥ୍ […]