୧୬ବର୍ଷ ର ସଂଘର୍ଷ :- ବିଧବାରୁ ବୃଦ୍ଧା ହେଲେ, ହେଲେ ମିଳିଲାନି ସହାୟତା: ସରକାରୀ ସାହାଯ୍ୟ ପାଇଁ ଦାବୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତ ଢୁସାରି ଗ୍ରାମର ବିଧବା ବସ୍ତିନା ବଳିଆରସିଂ ଗତ ୧୬ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଆବେଦନ ନିବେଦନ କରୁଥିଲେ ହେଁ, ପ୍ରଶାସନର କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିନାହିଁ।ବସ୍ତିନା ଯେତେବେଳେ ୪୪ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଅସହାୟ ବସ୍ତିନା ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। ହେଲେ […]