*୬ ଟି ବ୍ଲକରେ ପଡିଛି ବୁଲବୁଲର ପ୍ରଭାବ । ଆଜି ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରଭାବିତ ହୋଇଛି । ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା । ସନ୍ଧ୍ୟା ସୁଦ୍ଧା ରୋଡ୍ ସଫା କରିବା ପାଇଁ ଟାର୍ଗେଟ୍।*

*ଗଞ୍ଜାମ ଜିଲାରେ ଜାଲ ଶିକ୍ଷକ ଧରପଗଡ଼ ପାଇଁ ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି ଯାଞ୍ଚ ପାଇଁ ସାର୍ଟିଫିକେଟ୍‌ ମଗାଉଛନ୍ତିିା ଏହି କ୍ରମରେ ପୋଲସରା ବ୍ଲକର ୬ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଲାଗି ଜିଲା ଶିକ୍ଷାଧିକାରୀ ପଣ୍ଡା ବ୍ଲକ ଶିକ୍ଷାଧିକାରୀ ତ୍ରିଲୋଚନ ତ୍ରିପାଠୀଙ୍କୁ ମାଗିଛନ୍ତିି ା ସେମାନଙ୍କ ମଧ୍ୟରେ ଚିରିକିପଡା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨, କସିପଡା ପ୍ରାଥମିକ ବିଦ୍ୟାଳୟର ଜଣେ, ଏମ୍‌.କୁଶପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଜଣେ ବାଲିଛାଇ ତପସ୍ବୀ ଉଚ୍ଚ ବିଦ୍ୟାଳୟର ଜଣେ, ବାଲିଛାଇ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଥିବା ଜଣାପଡ଼ିଛି। ପୋଲସରା ଅଞ୍ଚଳରେ ଜାଲ ଶିକ୍ଷକଙ୍କ ଭଳି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ମଧ୍ୟ ବହୁ ଜାଲ୍‌ କର୍ମୀ ନିଯୁକ୍ତି ପାଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ ବୋଲି ସଚେତନ ନାଗରିକମାନଙ୍କ ପକ୍ଷରୁ ଦାବି ହୋଇଛି।*

ପ୍ରଭୁଙ୍କ ମନ୍ଦିର ପାଇଁ ବାଟ ଫିଟାଇଲେ ସୁପ୍ରିମକୋର୍ଟ ।

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ନଭେମ୍ବର ୧୭ରେ ରାୟ ଶୁଣାଣି ହେବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ହଠାତ୍‌ ଧାର୍ଯ୍ୟ ତାରିଖ ପରିବର୍ତ୍ତନ କରାଯାଇ ନଭେମ୍ବର ୯ ଶନିବାର ରାୟ ଘୋଷଣା କରଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଦେଶର ସବୁଠାରୁ ପୁରାତନ ଜମି ବିବାଦ ମାମଲାର ଆଦ୍ୟ କେଉଁଠୁ ହୋଇଥିଲା ଏବଂ […]

*ବଳ ଗୋଟାଉଛି ‘ବୁଲବୁଲ’ : ଜଗତସିଂହପୁର ତଳିଆ ଅଞ୍ଚଳରୁ ୨୫୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ । ସୂଚନାଦେଲେ ଜଗତସିଂହପୁର ଜିଲ୍ଲାପାଳ *

*ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଲା । ନିଆଁ ଲାଗିବା ଯୋଗୁଁ ରାୟପୁରରେ କଲା ଜରୁରୀ ଅବତରଣ, ବିମାନରେ ଯାତ୍ରା କରୁଥିଲେ ୮୯ ଜଣ ଯାତ୍ରୀ, ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ସୂଚନା *

ସାଂସଦ ଅନୁଭବ ମହାନ୍ତି ସାମ୍ବାଦିକ ମାନଙ୍କ ପ୍ରତି ଆଶାଳୀନ ବ୍ୟବହାର ପ୍ରଦର୍ଶନ ପ୍ରତିବାଦରେ ନରସିଂପୁର ଠାରେ ସାମ୍ବାଦିକ ମାନଙ୍କ ବିକ୍ଷୋଭ ଓ କୁସପୁତଳିକା ଦାହ ।

ଆଠଗଡ଼ (୮/୧୧/୧୯) : କେନ୍ଦ୍ରାପଡା ସାଂସନ୍ଦ ଅନୁଭବ ମହାନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଯେପରି ଆଶାଳୀନ ବ୍ୟବହାର ପ୍ରଦର୍ଶନ କଲେ ତାକୁ ନେଇ ରାଜ୍ୟ ସାରା ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି,ଉତ୍କଳ ସାମ୍ବାଦିକ ସଂଘର ନିଷ୍ପତି କ୍ରମେ କଟକ ଜିଲା ସାମ୍ବାଦିକ ସଙ୍ଘ ଦ୍ୱାରା ଅନୁବନ୍ଧିତ ନରସିଂପୁର ସାମ୍ବାଦିକ ସଙ୍ଘ ତରଫରୁ ଆଜି ନରସିଂପୁର ଠାରେ ସାମ୍ବାଦିକ ମାନେ ଏକ ଶୋଭାଯାତ୍ରାରେ ଆସି ଅନୁଭବଙ୍କ କୁସପୁତଲିକା ଦାହ କରିବା ସହିତ ତହସିଲଦାର ଙ୍କୁ ମୁଖ୍ୟମନ୍ତ୍ରୀ […]

ଆଠଗଡ଼ ରେ ଗୋପବନ୍ଧୁ ଜ୍ୟୋତି ।

ଗୋପବନ୍ଧୁ ଜ୍ୟୋତିକୁ ଆଠଗଡ ରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଗଲା,ବିଭିନ୍ନ ଅନୁଷ୍ଠାନ ତରଫରୁ ସହରରେ ଏହି ଜ୍ୟୋତିକୁ ସ୍ୱାଗତ କରାଯାଇଥିବା ବେଳେ ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ଓ ଆଠଗଡ ସାହିତ୍ୟ ସମାଜ ତରଫରୁ ପୁରୁଣା ବସଷ୍ଟାଣ୍ଡ ଠାରେ ଏହି ଜ୍ୟୋତିକୁ ସମ୍ବର୍ଦ୍ଧନା ଦେବା ସହିତ ଫୁଲମାଳ ପ୍ରଦାନ କରାଯାଇଥିଲା।