ମହମ୍ମଦଙ୍କ ଜୟନ୍ତୀ ପାଳନ ।

ମହମ୍ମଦ ଙ୍କ ଜନ୍ମଦିନ ଅବସରରେ ଆଠଗଡ ମୁସଲିମ ବସ୍ତିର ଭାଇମାନେ ଏକ ତାଜିଆ ଶୋଭାଯାତ୍ରାରେ ସହର ପରିକ୍ରମା କରୁଛନ୍ତି,ମୁସଲିମ ଭାଇମାନେ ଏହି ଅଵସର ରେ ଭାରତ ମାତା କି ଜୟ ବୋଲି କହିବା ସହିତ ଆଠଗଡ ଏକ ଭାଇଚାରାର ସହର ବୋଲି ପ୍ରକାଶ କରିଥିଲେ

*୬ ଲକ୍ଷ ହେକ୍ଟର ଚାଷଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା ସୂଚନା । କେନ୍ଦ୍ରୀୟ ଟିମ୍ ଆଡଭାନ୍ସ ଟିମ୍ ପଠାଇ ତଦନ୍ତ କରିବା ପାଇଁ କହିବୁ । ସମ୍ପୁର୍ଣ୍ଣ କ୍ଷୟକ୍ଷତି ଆସିବା ପରେ ରିପୋର୍ଟ ଦିଆଯିବ । ୨୪୧୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।*

*୬ ଟି ବ୍ଲକରେ ପଡିଛି ବୁଲବୁଲର ପ୍ରଭାବ । ଆଜି ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରଭାବିତ ହୋଇଛି । ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା । ସନ୍ଧ୍ୟା ସୁଦ୍ଧା ରୋଡ୍ ସଫା କରିବା ପାଇଁ ଟାର୍ଗେଟ୍।*

*ଗଞ୍ଜାମ ଜିଲାରେ ଜାଲ ଶିକ୍ଷକ ଧରପଗଡ଼ ପାଇଁ ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି ଯାଞ୍ଚ ପାଇଁ ସାର୍ଟିଫିକେଟ୍‌ ମଗାଉଛନ୍ତିିା ଏହି କ୍ରମରେ ପୋଲସରା ବ୍ଲକର ୬ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଲାଗି ଜିଲା ଶିକ୍ଷାଧିକାରୀ ପଣ୍ଡା ବ୍ଲକ ଶିକ୍ଷାଧିକାରୀ ତ୍ରିଲୋଚନ ତ୍ରିପାଠୀଙ୍କୁ ମାଗିଛନ୍ତିି ା ସେମାନଙ୍କ ମଧ୍ୟରେ ଚିରିକିପଡା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨, କସିପଡା ପ୍ରାଥମିକ ବିଦ୍ୟାଳୟର ଜଣେ, ଏମ୍‌.କୁଶପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଜଣେ ବାଲିଛାଇ ତପସ୍ବୀ ଉଚ୍ଚ ବିଦ୍ୟାଳୟର ଜଣେ, ବାଲିଛାଇ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଥିବା ଜଣାପଡ଼ିଛି। ପୋଲସରା ଅଞ୍ଚଳରେ ଜାଲ ଶିକ୍ଷକଙ୍କ ଭଳି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ମଧ୍ୟ ବହୁ ଜାଲ୍‌ କର୍ମୀ ନିଯୁକ୍ତି ପାଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ ବୋଲି ସଚେତନ ନାଗରିକମାନଙ୍କ ପକ୍ଷରୁ ଦାବି ହୋଇଛି।*

ପ୍ରଭୁଙ୍କ ମନ୍ଦିର ପାଇଁ ବାଟ ଫିଟାଇଲେ ସୁପ୍ରିମକୋର୍ଟ ।

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ନଭେମ୍ବର ୧୭ରେ ରାୟ ଶୁଣାଣି ହେବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ହଠାତ୍‌ ଧାର୍ଯ୍ୟ ତାରିଖ ପରିବର୍ତ୍ତନ କରାଯାଇ ନଭେମ୍ବର ୯ ଶନିବାର ରାୟ ଘୋଷଣା କରଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଦେଶର ସବୁଠାରୁ ପୁରାତନ ଜମି ବିବାଦ ମାମଲାର ଆଦ୍ୟ କେଉଁଠୁ ହୋଇଥିଲା ଏବଂ […]