ଖରା ନ ହେଉଣୁ ଜଳ କଷ୍ଟ
ପ୍ରଶାସନ ଶୁଣିଲାନି, ନିଜେ ଚାନ୍ଦା କରି ଚୁଆ ଖୋଳି ଲେ

ଫୁଲବାଣୀ -06/03(ସୁନୀଲ ପଟନାୟକ )ଖରା ନ ଆରମ୍ଭହେଉଣୁ ଦେଖା ଦେଲାଣି ପାଣି ସମସ୍ୟା। ଆଗକୁ ଆହୁରି ଖରା ହେବ। ପରିସ୍ଥିତ କଣ ହେବ କହିବା ମୁସ୍କିଲ ।ପାଣିପାଇଁ ଲୋକେ ମାଇଲ ମାଇଲ ବାଟ ଯିବାକୁ ପଡୁଛି ତଥାପି ପାଣି ମିଳୁନି । ସରପଞ୍ଚ ଠୁ ଆରମ୍ଭ କରି ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ବିଫଳ ଶୁନ ।ଫଳରେ ବାଧ୍ୟହୋଇ ଗାଁ ଲୋକେ ଚାନ୍ଦା କରି ପୋଖରୀ ର ପୁନରୁଦ୍ଧାର କରି ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି ।ସରକାର ଗ୍ରାମାଞ୍ଚଳ ଲୋକଙ୍କ […]

ଜଙ୍ଗଲ ନିଆଁ ସଚେତନ ରଥ ବୁଲିଲା

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ଜଙ୍ଗଲ ଡିଭିଜନ ଅନ୍ତର୍ଗତ ଜି. ଉଦୟଗିରି ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷାକରିବା ଉଦେଶ୍ୟରେ ଏକ ସଚେତନତା ରଥ ର ଶୁଭାରଂଭ କରାଯାଇଛି l ଏହି ଅବସର ରେ ଜି. ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ରେଞ୍ଜର ମିନାକ୍ଷୀ ଗୁମୁରା ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଗୋଟିଏ ପଟେ […]

ଚୋରା ବାଲି ଗାଡି ଉପରେ ପ୍ରଶାସନ ର ଚଢ଼ାଉ, ୧ ଲକ୍ଷ ୯0ହଜାର ଜୋରିମାନା

ଫୁଲବାଣୀ(ସୁନୀଲ ପଟନାୟକ )ପ୍ରଶାସନ ର କଟକଣା ସତ୍ୱେ ଚୋରା ବାଲି ମାଫିଆ ମାନଙ୍କ ପାଦୁର୍ଭାବ କମିବା ପରିବର୍ତେ ବଢ଼ିବାରେ ଲାଗିଛି ଫଳରେ ବାଲି ମାଫିଆଙ୍କୁ ସା ବାଡ଼ କରିବା ଲାଗି ପ୍ରଶାସନ ଏକ ସ୍କ୍ୱାଡ଼ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି l ତହସିଲଦାର କିମ୍ବା ବାଲି ଲିଜ ହୋଲଡ଼ର ଙ୍କ ବିନା ଅନୁମତିରେ ଟ୍ରାକ୍ଟର ଓ ହାଇବା ମାଲିକ ମାନେ ରୀତିମତ ବେଆଇନ ଭାବେ ବାଲି ଉଠାଇ ନେଉଥିବା ନେଇ ଅଭିଯୋଗ ହେଇ […]

ଆକସନ ମୋଡ଼ ରେ ପୋଲିସ
ବାଲିଗୁଡା ପୋଲିସ ର ଚଢ଼ାଉ
ପିକଅପ ଭ୍ୟାନ ସହ ଗଂଜେଇ ଜବତ

ଫୁଲବାଣୀ -14/03(ସୁନୀଲ ପଟନାୟକ )ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାଲାଗି ଏବେ ଆକସନ ମୋଡ଼ ରେ କନ୍ଧମାଳ ପୋଲିସ lକ ନ୍ଧମାଳ ପୋଲିସ ଏସପି ସୁଧାଂଶୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ରବିବାର ବାଲିଗୁଡା ପୋଲିସଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ନେତ୍ତୃତ୍ଵରେ ପେଟ୍ରୋଲିଙ୍ଗ ସମୟରେ ଟିଲୋରି ନିକଟରୁ ପିକଅପ ଭ୍ୟାନସହ ୮ ୧ କିଲୋ ଗଂଜେଇ ଜବତ କରିଛନ୍ତି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି […]

ରାସ୍ତା କାମ ଦେଖି ବିଧାୟକ ଖପ୍ପା

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କାଲି ଏକ ମିଟିଂ ରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତା କାମ ଚାଲିଥିବା ଦେଖି ହଟାତ ଗାଡ଼ିରୁ ଓଲ୍ଲହାଇପଡ଼ି ରାସ୍ତା କାର୍ଯ୍ୟ ଦେଖିଥିଲେ l ତେବେରାସ୍ତାରୁ ପିଚୁଗୋଡ଼ ମାରିଲେ ଉଠିଯାଉଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାର ଙ୍କୁ ତାଗିଦ କରିଥିଲେ l ରାସ୍ତା କାମ ଯେପରି ଉନ୍ନତ ମାନର ହେବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି କହିଥିଲେ lନଚେତ ବିଲ ପୈଠ କରାଯିବନି ବୋଲି ସତର୍କ […]

ବିଭିନ୍ନ ଦାବୀ ପୂରଣ ନେଇ
ଆଉଟ ସୋର୍ସିଙ୍ଗ କର୍ମଚାରୀ ଙ୍କ ରାଲି ଓ ବିକ୍ଷୋଭ

ଫୁଲବାଣ(ସୁନୀଲ ପଟନାୟକ )ମଙ୍ଗଳବାର କନ୍ଧମାଳ ଜିଲ୍ଲା ଓଡିଶା ସରକାରୀ ଆଉଟସୋର୍ସିଙ୍ଗକର୍ମଚାରୀ ମହାସଂଘ ତରଫରୁ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା lରା଼ଲ୍ଲୀ ମାଦୀକୁନ୍ଦା ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ନିକଟରେ ପହଞ୍ଚିଥିଲା lସେଠାରେ ଦାବୀ ପୂରଣ ନେଇ ବିକ୍ଷୋଭ କରିବା ସହ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏବଂ ଏହି ଉକ୍ତ ପ୍ରତିବାଦ ସଭାରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ସରକାରୀ ଦପ୍ତରର ବିଭିନ୍ନ ବିଭାଗରେ ଆଉଟସୋର୍ସିଙ୍ଗ […]

ସଡକ ଦୂର୍ଘଟଣା ରେ ବରିଷ୍ଠ ଆଇନଜୀବୀ ଆହତ

ଫୁଲବାଣୀସୁନୀଲ ପଟନାୟକ )ଫୁଲବାଣୀ ବାର ଏସୋସିଏସନ ର ବରିଷ୍ଠ ଆଇନଜୀବୀ ତଥା ସଭାପତି ଭଗବାନ ମହାନ୍ତି ମଙ୍ଗଳବାର ଏକ ସଡକ ଦୂର୍ଘଟଣା ରେ ଗୁରୁତର ହୋଇଛନ୍ତି l ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ସଦର ମହକୁମା ଡାକ୍ତର ଖାନା ରେ ଭର୍ତିକରାଯାଇଛି lଆଇନଜୀବୀ ମହାନ୍ତି ସାଲକୀ ହୋଟେଲ ନିକଟ ଡିଭାଇଡର ରେ ସ୍କୁଟି ବୁଲାଉଥିବାବେଳେ ଏକ କାର ଦ୍ରୁତ ଗତିରେ ଆସି ଧକା ଦେବା ଫଳରେ ଭଗବାନ କିଛି ବାଟ ଘୋଷାଡ଼ି ହୋଇ ପଳାଇଥିଲେ lଫଳରେ […]

ଶିକାରୀ ଗିରଫ , ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲ ର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ କୁ କାବୁ କରିବା ରେ ସକ୍ଷମ ହୋଇଥିବା ବେଳେ ଦୁଇ ସାଥୀ ଖସି ପଳାଇ ଥିଲେ।ଗିରଫ ଶିକାରୀ ଠାରୁ ଦେଶି ବନ୍ଧୁକ ସହ ଛେରା […]

କନ୍ଧମାଳର ମିଳିତ ଶିକ୍ଷକ ସମନ୍ବୟ ସମିତି ତରଫରୁ ଦାବିପତ୍ର ପ୍ରଦାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଗତ ଦିନରେ ରାଜ୍ୟ ସରକାର ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ପୁଣିଥରେ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବକୁ କନ୍ଧମାଳର ସମସ୍ତ ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ସରକାରଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ବେଳେ ଫୁଲବାଣୀ ବ୍ଲକକୁ ଜିଲ୍ଲା ନୂତନ ପେନସନ ଅନ୍ତର୍ଭୁକ୍ତ କର୍ମକର୍ତ୍ତା ସଭାପତି କୁମର ପରାସେଠ, ସମ୍ପାଦକ ସାନ୍ତନୁ କୁମାର ପ୍ରଧାନ, ରାଜେଶ କୁମାର ନାୟକ, ସରୋଜ […]

ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ)ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବୁଡାଗୁଡ଼ା ନିକଟରେ ପୋଲିସକୁ […]