🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଡିସେମ୍ବର ୧୩ ତାରିଖ ୨୦୧୯ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ପ୍ରତିପଦ ଦିବା ଘ୧୦/୧୦ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ନକ୍ଷତ୍ର-ମୃଗଶିରା ଦିବା ଘ୦୭/୧୨ପର୍ଯ୍ୟନ୍ତ ତଦନ୍ତେ ଆଦ୍ରା ଚନ୍ଦ୍ର- ମିଥୁନ ଯୋଗ-ଶୁଭ କରଣ-କୌଳବ ସୂର୍ଯ୍ୟ -ବିଛା ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୫/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୫୯ ଯୋଗିନୀ ପୂର୍ବେ ଦିବା ଘ୧୦/୧୧ଗତେ ଉତ୍ତରେ କନ୍ୟା ରାଶିର ଘାତଚନ୍ଦ୍ର ବିଛା,ଧନୁ ଓମୀନ ରାଶିର ଘାତବାର ଅଦ୍ୟ ଦ୍ବିତୀୟାର ଏକୋଦିଷ୍ଠ […]

*ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ ଘୋଷଣା, ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ହେବ ଏକାମ୍ର କ୍ଷେତ୍ର ଯୋଜନା, ୬୬ ଏକର ଜମିରେ ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ, ବିନ୍ଦୁସାଗର ପୁନରୁଦ୍ଧାର, ଐତିହାସିକ ପୁଷ୍କରିଣୀର ପୁନରୁଦ୍ଧାର ହେବ* *କେଦାରଗୌରୀ ଓ ମୁକ୍ତେଶ୍ବର ମନ୍ଦିର ପରିସରର ବିକାଶ ହେବ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଓ ପାର୍କିଂର ସୁବିଧା ହେବ, ଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ*

ଘରଘର ବୁଲିଲେ ସ୍ୱଚ୍ଛ ସାଥି

ଆଠଗଡ ସହରରେ ଆରମ୍ଭ ହେଲା ସ୍ୱଚ୍ଛ ସାଥି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଘରଘର ବୁଲି ସ୍ୱଚ୍ଛ ସାଥି ସାଥିରେ ସୁଇପର ମାନଙ୍କୁ ନେଇ ଏହି କାର୍ଯ୍ୟ କରୁଷହାନ୍ତି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଦୂର କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି, ଆଠଗଡ ସହରରେ ଗତଦୁଇ ମାସ ହେଲା ଏହି ସ୍ୱଚ୍ଛ ସାଥି ମାନଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନେ ସକାଳ 6 ଟା ବେଳକୁ ସୁଇପର କୁ ସାଙ୍ଗରେ ନେଇ ଏକ ଟଲି […]

*ଅଣାୟତ୍ତ ଉତ୍ତର-ପୂର୍ବାଞ୍ଚଳ : ନାଗରିକତା ସଂଶୋଧନ ବିଲ୍ କୁ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ , ଆସାମ , ଅରୁଣାଚଳପ୍ରଦେଶ,ପଶ୍ଚିମବଙ୍ଗ ଓ ୟୁପିରେ ବିରୋଧ ପ୍ରଦର୍ଶନ , ଆସାମ ଦିବ୍ରୁଗଡରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ପଥରମାଡ* *ଦିବ୍ରୁଗଡରେ ବିଜେପି ବିଧାୟକଙ୍କ ଘର ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ , ଆସାମ ଓ ତ୍ରିପୁରାରେ ସ୍ଥିତି ଅଣାୟତ୍ତ ହେବାରୁ ସେନା ମୁତୟନ , ଗୁଆହାଟୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପାଇଁ କର୍ଫ୍ୟୁ ଜାରି । ପୁଲିସର କାର୍ଯ୍ୟାନୁଷ୍ଠାନରେ ୨୫ ବିକ୍ଷୋଭକାରୀ ଆହତ*

*🤭ସିଏବି ବିରୋଧରେ ଜଳୁଛି ଆସାମ: କେନ୍ଦ୍ର ପଠାଇଲା ୫ ହଜାର ଯବାନ* *ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି।* *ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି।* *ଆଜି ସନ୍ଧ୍ୟା ୭ଟାରୁ ୨୪ ଘଣ୍ଟା ପାଇଁ ଆସାମର ୧୦ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ବସରେ ନିଆଁ ଲଗାଇବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।*

*👉ପୁରୀ ସ୍ବର୍ଗଦ୍ବ‌ାର ଆଧୁନିକୀକରଣ ପାଇଁ ଗତକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ପୁଲିସ ସୁରକ୍ଷାରେ ବୁଲ୍‌ଡୋଜର୍‌ ଲଗାଯାଇ ଗତକାଲି ସ୍ବର୍ଗଦ୍ବାର ପରିସରରେ ଥିବା ପଥ ଶ୍ରାଦ୍ଧ ଗୃହ ଭଙ୍ଗାଯାଇଛି। ତେବେ ଉଚ୍ଛେଦ ଚାଲିଥିବା କାରଣରୁ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଆଶାତୀତ ହ୍ରାସ ପାଇଥିଲା। ପ୍ରତିଦିନ ଏଠାରେ ୭୦ ରୁ ୮୦ ଶବ ଦାହ ହେଉଥିବା ବେଳେ ସ୍ବର୍ଗଦ୍ବାର‌ରେ ଶବ ଦାହ ସଂଖ୍ୟା ୧୦ ବି ଡେଇଁନଥିଲା।*