ହାତୀ ହାବୁଡ଼ରେ ପଡ଼ି ଛେଳି ଚରାଇ ଯାଇଥିବା ବୃଦ୍ଧା ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ୍ ଅଞ୍ଚଳର ଡମୋଳ ଗାଁରେ ହାତୀ ହାବୁଡ଼ରେ ପଡ଼ି ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି। ମୃତା ମହିଳା ହେଉଛନ୍ତି ୬୦ ବର୍ଷୀୟ ବୁଧେଈ ବେହେରା। ଶନିବାର ଦିନ ବୁଧେଈ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରି ନ ଥିଲେ।ତାଙ୍କ ଶବ ବଡ଼କଟା ପୋଖରୀ ନିକଟରେ ପଡ଼ିଥିବା କଥା ଆଜି କେତେକ ଗ୍ରାମବାସୀ ଦେଖିବା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ। ଏ ସଂକ୍ରାନ୍ତରେ ବନବିଭାଗକୁ […]