ଏନଆରସି ଭୟ: ଭାରତରୁ ନିଜ ଦେଶକୁ ପଳାଉଛନ୍ତି ବାଂଲାଦେଶୀ ଶରଣାର୍ଥୀ

ନୂଆଦିଲ୍ଲୀ ୧୭/୧୨: ଆସାମରେ ଏନଆରସି ଲାଗୁ କରାଯିବା ଏବଂ ନିକଟରେ ସରକାରଙ୍କ ଦ୍ୱାରା ନାଗରିକତା ଅଧିକାର ସଂଶୋଧନ ଆଇନ ପ୍ରଣୟନ କରାଯିବା ପରେ ଭାରତରେ ରହୁଥିବା କିଛି ବାଂଲାଦେଶୀ ଶରଣାର୍ଥୀ ଭୟଭୀତ ହୋଇପଡିଛନ୍ତି। ଏହି କାରଣରୁ ସେମାନେ ଏବେ ନିଜ ଦେଶକୁ ଫେରି ଯାଉଛନ୍ତି। ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ସୀମା ଦେଇ ପ୍ରତିଦିନ ପ୍ରାୟ ୨୦ରୁ ୩୦ ଜଣ ବାଂଲାଦେଶୀ ଶରଣାର୍ଥୀ ଭାରତରୁ ପଳାୟନ କରୁଛନ୍ତି। ମାଲଦା, ନଦିଆ ଜିଲା ସଂଲଗ୍ନ କେତେକ ଅଞ୍ଚଳ ଏବଂ ଉତ୍ତର […]

ଭାରତର ବିଶାଳ ସ୍କୋର

ଦ୍ୱିତୀୟ ଦିନିକିଆ ରେ ଭାରତ ବିଶାଳ ସ୍କୋର କରିଛି,5 ଉଇକେଟ ରେ ଭାରତ 387 ରନ କରିଛି,ରୋହିତ

ବୁଧବାରରେ ଗଣେଶଙ୍କୁ ଅର୍ପଣ କରନ୍ତୁ । ଭାଗ୍ୟରେ ଆସିବା ବିରାଟ ପରିବର୍ତ୍ତନ ।

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ …. ବିଘ୍ନହର୍ତ୍ତା ଗଣପତିଙ୍କୁ ମୋଦକ ଖୁବ ପ୍ରିୟ। ପ୍ରତି ବୁଧବାର ଗଣପତିଙ୍କ ନିକଟରେ ନିଶ୍ଚୟ ମୋଦକ ଭୋଗ ଲଗାନ୍ତୁ। ଶାସ୍ତ୍ର ଅନୁଯାୟୀ, ମୋଦକର ଅର୍ଥ ହେଉଛି […]

ମା କୁତାମ ଚଣ୍ଡୀ ଅନୁଷ୍ଠାନ ର ନିଆରା ଉଦ୍ୟମ ପାଇଁ ପ୍ରଶଂସା ର ଶୁଅ ଛୁଟୁଛି

କଟକ ଜିଲ୍ଲା ନିଆଳୀ ବ୍ଲକ ଅନ୍ତ୍ରଗତ ପୋଖରୀଗ୍ରାମ ରେ ଆଜିକୁ ପ୍ରାୟ 15 ବର୍ଷ ହେବ ପୋଖରୀଗ୍ରାମ ର ମା କୁତାମ ଚଣ୍ଡୀ ଙ୍କ ସନିକଟ ରେ ମାର୍ଗଶୀର ମାସ ଶେଷ ଗୁରୁବାର ମା ମହାଲଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ ସବୁ ବର୍ଷ ପରି ମା ମହାଲକ୍ଷ୍ମୀ ପୂଜା କମିଟି ଓ ପୋଖରୀଗାଁ ଗ୍ରାମ ବାସି ବୃନ୍ଦ ଙ୍କ ସହାଯ୍ୟ ସହାୟତା ରେ ଏହି ପୂଜା ହୋଇ ଆସୁଛି ସବୁ ବର୍ଷ ଏହି ପୂଜା କମିଟି କିଛି […]

*😳ସିଏଏକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଚାଲିଥିବାବେଳେ ରେଲ୍‌ଓ୍ବେ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସେହିଠାରେ ଗୁଳି କରିଦେବା( ସୁଟ୍‌ ଆଟ୍‌ ସାଇଟ୍‌) ଉଚିତ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି କହିଛନ୍ତି। ଏନେଇ ଜିଲା ପ୍ରଶାସନ ଓ ରେଳ ଅଧିକାରୀମାନେ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିକ୍ଷୋଭ ଓ ଭଙ୍ଗାରୁଜା ଦ୍ୱାରା ରେଳବାଇର କ୍ଷତି ହେଉଛି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି। ରେଳଓ୍ବେ ସମ୍ପତ୍ତି ନଷ୍ଟ ହେବାକୁ ଦିଆଯିବ ନାହିଁ ଓ ଆଇନ ଭାଙ୍ଗୁଥିବା ଲୋକଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ସେ ଚେତାଇ ଦେଇଛନ୍ତି।*

*💁‍♂ଚଳିତ ବର୍ଷ CBSE ଓ ICSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି।* *କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। CBSE ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ। ସେହିପରି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ। CBSE ୱେବ୍‌ସାଇଟ୍‌ରେ ପରୀକ୍ଷା ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।* *ସେହିପରି ଫେବୃଆରୀ ମଧ୍ୟ ହେବ ICSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଫେବୃଆରୀ ୩ରୁ ICSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବୃଆରୀ ୨୭ରୁ ICSE ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ।*

*💁‍♂ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହେବ। ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ସୂଚନା ଦେବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ସେ କହିଛନ୍ତି ଯେ, ସାଧାରଣତଃ ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ। ଏଥର ମଧ୍ୟ ସେହି ସମୟରେ ହେବ। ତେବେ ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା ତାକୁ ତର୍ଜମା କରାଯାଉଛି। ଆବଶ୍ୟକ ପଡ଼ିଲେ ପାଖ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏଥର ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ। କାରଣ କପି ରୋକିବା ଲାଗି ବିଭାଗ ନୂଆ ପଦକ୍ଷେପ ଗ୍ରହଣ କରିବ। ଏଣିକି ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ୍‌ ରହିବ। ଏହି ସିକ୍ୟୁରିଟି କୋଡ୍‌କୁ ଖାଲି ଆଖିରେ କେହି ଦେଖିପାରିବେ ନାହିଁ। ଏଥିସହ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ରକୁ ଡିଜିଟାଲ ଲକ୍‌ କରାଯିବ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନପତ୍ର ଖୋଲିପାରିବେ ନାହିଁ।*

*🤭ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି । ଦିଲ୍ଲୀର ବ୍ରିଜପୁରୀରେ ସାରା ରାତି ବିକ୍ଷୋଭ ପ୍ରଦର୍ଶନ କରିିଛନ୍ତି ଶହ ଶହ ପ୍ରତିବାଦକାରୀ । ଏହି ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ।* *ସେହିପରି ପୂର୍ବ ଦିଲ୍ଲୀର ସିଲମପୁରରେ ଏହି ଆଇନ ବିରୋଧରେ ତୀବ୍ର ପ୍ରତିବାଦ ହୋଇଛି । ଏନଆରସି ଓ ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜୋରଦାର ବିରୋଧ ହୋଇଛି । ଏପରିକି ବିକ୍ଷୋଭକାରୀମାନେ ଦୁଇଟି ପୋଲିସ୍ ବୁଥ୍ରେ ନିଆଁ ଲଗାଇଦେଇଛନ୍ତି । ଏଥିରେ ୧୫ ପୋଲିସ କର୍ମଚାରୀଙ୍କ ସମେତ ୨୧ ଜଣ ଆହତ ହୋଇଥିବା ଜଣାପଡିଛି ।* *ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯାହା ବି ହେଉ ଆଇନକୁ ଦେଶରେ ଲାଗୁ କରାଯିବ । ଶରଣାର୍ଥୀଙ୍କୁ ନାଗରିକତା ମିଳୁ ଓ ସମସ୍ତେ ସମ୍ମାନର ସହ ଭାରତୀୟ ହୋଇ ବଂଚନ୍ତୁ ବୋଲି ମୋଦି ସରକାର ନିଶ୍ଚିତ କରିବେ । ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଆସିଥିବା ଅଣ-ମୁସଲମାନଙ୍କୁ ନାଗରକିତା ମିଳୁ ବୋଲି ସରକାର ଚାହାଁନ୍ତି ।* *ବିରୋଧୀଙ୍କ ଉପରେ ବି ସେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି, ଏହି ଆଇନ ନେଇ ଲୋକଙ୍କୁ ଭୁଲ ତଥ୍ୟ ଦେଉଛି ବିରୋଧୀ ଓ ଦେଶରେ ହିଂସା ଭଳି ପରିବେଶ ସୃଷ୍ଟି କରୁଛନ୍ତି । କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଆଇନକୁ ବିରୋଧ କରୁଥିବା ଲୋକ ଏହାକୁ ବିରୋଧ କରିପାରିବେ ।*

*😟ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ । ତିନିଦଫା ଦାବି ନେଇ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।* *ସୂଚନାଯୋଗ୍ୟ ଯେ, ତିନିଦଫା ଦାବି ନେଇ ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବଲାଙ୍ଗୀର ୨ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ତିନି ଦଫା ଦାବିଗୁଡିକ- ୧-ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ନିର୍ମାଣ କରାଯିବା, ୨-ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନସ୍ଥାପନ କରାଯାଉ ଓ ୩-ବଲାଙ୍ଗୀର ବାଏ ପାସ ରାସ୍ତାର କାମକୁ ତ୍ବରାନ୍ବିତ କରାଯିବା ଭଳି ୩ଟି ଦାବି ରହିଛି ।*