ବାରିପଦା: ବାରିପଦା ସହରରେ ଟାଉନ ଥାନା ପୁଲିସ ଶନିବାର ସେକ୍ସ ର୍ୟାକେଟ ଠାବ କରିଛି। ପୁଲିସ ବାରିପଦାର କେତେଟି ଲଜ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଅସଂଯତ ଅବସ୍ଥାରେ ୩୦ଜଣ ଯୁବକ-ଯୁବତୀଙ୍କୁ ପାଇ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଟାଉନ୍ ଥାନା ପୁଲିସ ବାରିପଦାସ୍ଥିତ କ୍ରିଷ୍ଣା ଓ ଗଣେଶ ଲଜରେ ଦେହ ବ୍ୟବସାୟ ଚାଲୁଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଯୋଜନା ମୁତାବକ ପୁଲିସର ଏକ ସ୍ୱତନ୍ତ୍ର […]
ମୁମ୍ବାଇ : ମହାରାଷ୍ଟ୍ର ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି । ଏ ସଂପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ଘୋଷଣା କରିଛନ୍ତି । ଏ ସଂପର୍କରେ ଘୋଷଣା କରି ଉଦ୍ଧବ କହିଛନ୍ତି ଯେ ଏହି କୃଷିଋଣ ଛାଡ଼ ସ୍କିମର ନାମ ମହାତ୍ମା ଜ୍ୟୋତିରାଓ ଫୁଲେ ଋଣଛାଡ଼ ସ୍କିମ ରଖାଯାଇଛି । ଏହା ମାଧ୍ୟମରେ ସେପ୍ଟେମ୍ବର ୩୦ ସୁଦ୍ଧା ବକେୟା ଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ […]
ଅଦ୍ୟ ଡିସେମ୍ବର ୨୨ତାରିଖ ୨୦୧୯ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ଏକାଦଶୀ ଦିବା ଘ୦୩/୫୨ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର-ସ୍ବାତୀ ରାତ୍ରି ଘ୦୭/୪୦ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର- ତୁଳା ଯୋଗ-ସୁକର୍ମା କରଣ-ତୈତିଳ ସୂର୍ଯ୍ୟ -ଧନୁ ୦୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୪୩ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୫୩ ଗତେ ନୈଋତକୋଣେ ମେଷ ରାଶିର ଘାତବାର ଅଦ୍ୟ ମୃତେ ଏକପାଦ ଦୋଷ,ଦିବା ଘ୦୩/୫୩ […]
ଆଜି ତା୨୧/୧୨/୨୦୧୯ ରିଖ ଶନିବାର : କଟକ କଲେଜ ଛକ ରେଭେନ୍ସା ମହାବିଦ୍ୟାଳୟର ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପାଖରେ ”ଏଇତ ଜୀବନ” ଓ ”ସମାଜ ସେବାରେ ମୁଁ” ସାମାଜିକ ସଂଘଠନର ମିଳିତ ସହଯୋଗରେ ”ଆମ ଇତିହାସ, ଆମ ସମ୍ମାନ” (ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ)ନାମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ କଲେଜ ଛକରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପ ମାଳ ଦେଇ ସମ୍ମାନ ଦିଆ […]
ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ସରସ୍ୱତୀ ଶିଶୁ ମନ୍ଦିର ର୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ସମାଜସେବୀ ରାଧାକୃଷ୍ଣ ପଟ୍ଟନାୟକ, ପୂର୍ବତନ ଜିଲାପରିଷଦ ଉପାଧକ୍ଷ ନିରୂପମା ଭଞ୍ଜ, ବେଣ୍ଟପଦା ସରପଞ୍ଚ କନକ ଲତା ସାହୁ, ବିଶ୍ୱନାଥ ବିଦ୍ୟାପୀଠ ଶିକ୍ଷକ କାଶୀନାଥ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଚରିତ୍ର ଗଠନ ରେ ବାପ ମା ସହାୟକ ହେବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ, ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, […]
ଚାରି ଦିନ ପୂର୍ବେ ହଠାତ୍ ବୃଦ୍ଧି ପାଇଥିବା ଆଳୁଦର ନିକଟ ଭବିଷ୍ୟତରେ ହ୍ରାସ ପାଇବା ସମ୍ଭାବନା ନାହିଁ। ପଶ୍ଚିମବଙ୍ଗରୁ ଆମଦାନି ହ୍ରାସ ପାଇନାହିଁ। ଅଥଚ ବର୍ଧିତ ଦର ତଳମୁହାଁ ହେବା ନା ଧରୁନାହିଁ। ପାଇକାରୀ ଦର କ୍ବିଣ୍ଟାଲ୍ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର ଆହୁରି ୧୫ଦିନ ଲାଗି ରହିବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ତେବେ ଏଥିପାଇଁ ବଙ୍ଗ […]
ଅଦ୍ୟ ଡିସେମ୍ବର ୨୧ ତାରିଖ ୨୦୧୯ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ଦଶମୀ ସଂ ଘ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୮/୫୦ ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ଚନ୍ଦ୍ର- କନ୍ୟା ଦିବା ଘ୦୯/୩୦ ପର୍ଯ୍ୟନ୍ତ ତଦନ୍ତେ ତୁଳା ଯୋଗ-ଶୋଭନ କରଣ-ବାଣିଜ୍ୟ ସୂର୍ଯ୍ୟ -ଧନୁ ୦୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୧୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୨୩ ଯୋଗିନୀ ଉତ୍ତରେ ସଂଘ୦୫/୪୩ ଗତେ ଅଗ୍ନିକୋଣେ ବୃଷ ରାଶିର ଘାତଚନ୍ଦ୍ର […]
କଟକ: ଆଗାମୀ ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ହେବାକୁ ଯାଉଥିବାରୁ ଆଜି ପୁଲିସ ଡିଜି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ ଡିଜି ଅଭୟ ଆଜି କଟକର ବାରବାଟୀ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହିତ ଏହାର ସମୀକ୍ଷା କରିଛନ୍ତି । ପୁଲିସ ଡିଜିଙ୍କ ସମୀକ୍ଷା ସମୟରେ ଭୁବନେଶ୍ବର-କଟକ ପୁଲିସ କମିସନରେଟର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଡିଜି କହିଛନ୍ତି ଯେ ଖେଳାଳିଙ୍କ ସୁରକ୍ଷାକୁ ବିଶେଷ […]
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଶୁକ୍ରବାର ଓଡ଼ିଶା ପ୍ରଦେଶର ୩୪ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ଏହି ଘୋଷଣା କରିଛନ୍ତି । ଏଥିରେ ୪ ଜଣ ବିଧାୟକ ଓ ୨ ଜଣ ପୂର୍ବତନ ବିଧାୟକ ସାମିଲ ହୋଇଛନ୍ତି। ସେହିଭଳି ୨ ଜଣ ସଭାପତି ପଦ ବଜାୟ ରଖିଥିବା ବେଳେ ୩୨ଟି […]