ଶୀତ କମିବ, ୨୫ରୁ ରାଜ୍ୟର କେତେକ ସ୍ଥାନରେ ହେବ ହାଲୁକା ବର୍ଷା

ଭୁବନେଶ୍ବର : ଆସନ୍ତା ୩ ଦିନ ଧରି ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ଅଞ୍ଚଳକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୫ ଡିଗ୍ରି ଟପିବ। ତେବେ ୨୫ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ୨୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। କୋହଲା ପାଗ […]

ଜାମିଅତ ଉଲେମା-ଏ-ହିନ୍ଦ୍‌ର ଧମକ : ଅମିତ ଶାହ କୋଲକାତା ଆସିଲେ ଆଉ ଫେରିପାରିବେ ନାହିଁ

କୋଲକାତା : ପଶ୍ଚିମବଂଗ ମନ୍ତ୍ରୀ ତଥା ଜାମିଅତ ଉଲେମା ଏ ହିନ୍ଦ୍‌ର ରାଜ୍ୟ ଅଧ୍ୟକ୍ଷ ସିଦ୍ଦିକ୍‌ଉଲ୍ଲା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନାଗରିକକତା ଆଇନ ନେଇ ଧମକ ଦେଇଛନ୍ତି। ଏହି ଆଇନ ତୁରନ୍ତ ପ୍ରତ୍ୟାହାର ନହେଲେ ଗୃହମନ୍ତ୍ରୀ ଅମିତ ଶାହ ଯଦି କେବେ କୋଲକାତାରେ ପାଦ ରଖନ୍ତି, ତା’ହେଲେ ବିମାନ ବନ୍ଦରରୁ ଆଉ ଫେରିପାରିବେ ନାହିଁ ବୋଲି ସିଦ୍ଦିକ୍‌ଉଲ୍ଲା ଧମକ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନ ମୁସ୍‌ଲିମଙ୍କ ବିରୋଧରେ ପ୍ରସ୍ତୁତ କରାଯାଇଥିବାରୁ ଏହାକୁ ଗ୍ରହଣ କରାଯିବ […]

🌹🌷💐ଆଜିର ରାଶିଫଳ🌹🌷💐 ———————-

🌷💐🌹 ଅଦ୍ୟ ଡିସେମ୍ବର ୨୩ ତାରିଖ ୨୦୧୯ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ଦ୍ବାଦଶୀ ଦିବା ଘ୦୨/୧୦ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ବିଶାଖା ରାତ୍ରି ଘ୦୬/୪୦ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ଚନ୍ଦ୍ର- ତୁଳା ଦିବା ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ବିଛା ଯୋଗ-ସୁକର୍ମା କରଣ-ଗର ସୂର୍ଯ୍ୟ -ଧନୁ ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୧୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୧୩ ଯୋଗିନୀ ନୈଋତକୋଣେ ଦିବା ଘ୦୨/୧୦ ଗତେ ଦକ୍ଷିଣେ ମିଥୁନ […]

ବଥୁଆ ଶାଗର ଉପକାରୀ ଗୁଣ

ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସେଭଳି କିଛି ଶାଗ ମଧ୍ୟରୁ ଆପଣ ବଥୁଆ ଶାଗ ନାମ ତ ଶୁଣଥିବେ। ମାତ୍ର ଏହାର ଉପକାରୀ ଗୁଣ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଏହା ଅଧିକାଂଶ ଶୀତ ଦିନେରେ ହିଁ ମିଳିଥାଏ। ଏହାସହ ଶୀତ ଦିନେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ , ଆଇରନ କ୍ୟାଲସିୟମ, ଫସଫରସ ଓ ପୋଟାସିୟମ ରହିଛି। ଏହା ବହୁ ରୋଗରୁ […]

ଆସନ୍ତା ଗୁରୁବାର ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ

ଆସନ୍ତା ୨୬ ତାରିଖ ଗୁରୁବାର ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ। ପୌଷମାସର କୃଷ୍ଣପକ୍ଷ ତିଥିରେ ପଡୁଥିବା ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ଏଥର ପୂର୍ଣ୍ଣଗ୍ରାସ ହେବ ନାହିଁ ଆଂଶିକ ସୂର୍ଯ୍ୟପରାଗ ହେବ। ଭାରତରେ ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ପାକ ନିଷେଧ ହୋଇ ଯାଇଥାଏ। ଧାର୍ମିକ ମହତ୍ତ୍ବ ଅନୁଯାୟୀ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ପୂଜାପାଠ ଆଦି ହୁଏନାହିଁ। ଏହି ସମୟ ମଧ୍ୟରେ ମନ୍ଦିରର କବାଟ ବନ୍ଦ ରଖାଯାଏ। ସୂର୍ଯ୍ୟପରାଗ ଗୁରୁବାର ସକାଳ […]

ବାରବାଟୀରେ ବିଜୟ ସହିତ ୨-୧ରେ ଶୃଙ୍ଖଳା ହାତେଇଲା ଭାରତ

କଟକ:  ବାରବାଟୀ ଷ୍ଟାଡିୟମରେ ଆୟୋଜକ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଏକଦିବସୀୟ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଭାରତ ୪ ଓ୍ଵିକେଟ୍‌ରେ ବିଜୟୀ ହୋଇଛି।  ୩୧୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରି ୪୮.୪ ଓଭରରେ ୬ ଓ୍ଵିକେଟ ହରାଇ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଳ ଠାକୁର ସଂକଟମୋଚକ ସାଜିଛନ୍ତି। ଜାଦେଜାଙ୍କ ଅପରାଜିତ ୩୯ ରନ୍‌ ଓ ଶାର୍ଦ୍ଦୁଲଙ୍କ […]

ବାରବାଟୀ ମ୍ୟାଚ ପାଇଁ ନକଲି ଟିକେଟ ବିକ୍ରି ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ, ଜଣେ ଗିରଫ

ବାରବାଟୀ ମ୍ୟାଚ ପାଇଁ ବଜାରରେ ବୁଲିଲା ଡୁପ୍ଲିକେଟ୍ ଟିକେଟ । ଅସଲିରେ ହୋଲୋଗ୍ରାମ ଥିବାବେଳେ ନକଲିରେ ନାହିଁ ହୋଲୋଗ୍ରାମ ଚିହ୍ନ । ବାରବାଟୀ ମ୍ୟାଚ ପାଇଁ ନକଲି ଟିକେଟ ବିକ୍ରି ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଦୁଇଟି ଟିକେଟ ଭାଇରାଲ ହେଉଛି । ଗୋଟିଏକୁ ଅସଲି ଟିକେଟ କୁହାଯାଉଥିବା ବେଳେ ଅନ୍ୟଟିକୁ ନକଲି କୁହାଯାଉଛି । ଗୋଟିଏ ଟିକେଟରେ ହୋଲୋଗ୍ରାମ ଥିବାବେଳେ ଅନ୍ୟଟିରେ ହୋଲୋଗ୍ରାମ ନାହିଁ । ଆଉ ହୋଲୋଗ୍ରାମ […]

ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଲା ଚକାଡୋଳା ବସ

ବାଙ୍କୀ ଥାନା ଅନର୍ଗତ ସୁବର୍ଣପୁର ଗ୍ରାମରୁ 50 ରୁ ଅଧିକ ଗ୍ରାମବାସୀ ଚକାଡୋଳା ବସ ରେ କୋରାପୁଟ ଗୁପ୍ତେଶ୍ଵର ମନ୍ଦିର ବୁଲିବାକୁ ଯାଇଥିବା ବେଳେ ଆଜି ଅପରାହ୍ନରେ ବସ ଟି ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଛି,ଘାଟି ଉଠୁଥିବା ବେଳେ ଡ୍ରାଇଭର ର୍ ଅପରିନାମଦର୍ଶିତା ଯୋଗୁ ବସ ଟି ଘାଟି ଉପରୁ 50 ଫୂଟ ତଳକୁ ଗଡ଼ି ଆସି ରାସ୍ତା କଡ଼କୁ ଓଲଟି ପଡିଛି,ଯାତ୍ରୀ ମାନେ କାଁ ଭାଁ ଆହତ ହୋଇଥିବା ବେଳେ ସମ୍ପୁର୍ଣ୍ଣ ଯାତ୍ରୀ […]

ଟଙ୍କା ପାଇ ଫେରାଇଲେ

ଆଠଗଡ଼ (୨୨/୧୨/୧୯) : ଆଠଗଡ ପୁରୁଣା କଟକ ସମ୍ବଲପୁର ରାସ୍ତା ଡାକ୍ତରଖାନା ସମ୍ମୁଖରେ ମୋଟର ସାଇକେଲରେ ଯାଉଥିବା ଜଣେ ବ୍ଯକ୍ତିଙ୍କର ମନିପର୍ସ ଟି ତଳେ ପଡିଯାଇଥିଲା । ମୋଟର ସାଇକେଲର ପଛେପଛେ ଯାଉଥିବା ତରଡିଙ୍ଗ ଗ୍ରାମର ଶ୍ରୀନିବାସ ମହାନ୍ତିଙ୍କ ପୁଅ ସତ୍ଯରଞ୍ଜନ ମହାନ୍ତି ଏହି ମନିପର୍ସଟି ଉଠାଇ ତାଙ୍କ ପିଛା କରିଥିଲେ।ଆଠଗଡ ଡାକ୍ତରଖାନା ଠାରୁ ପ୍ରାଯ ୫ କିମି ପିଛା କରିବା ପରେ ଦହିସରା ଛକ ଠାରେ ଉକ୍ତ ବ୍ଯକ୍ତିଙ୍କୁ ଦେଇଥିଲେ ତାଙ୍କ ଘର ବଡମ୍ବା ଗୋପାଳପୁର […]

ମହୋତ୍ସବ ପାଇଁ ଚତୁର୍ଥ ବୈଠକ । ସମ୍ମାନିତ କରାଯିବାକୁ ଥିବା ବିଶେଷ ବ୍ୟକ୍ତି ମାନଙ୍କ ନାମ ଘୋଷଣା ।

ଆଠଗଡ଼ (୨୨/୧୨/୧୯) : ଆଠଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ଗଡଜାତ ମହୋତ୍ସବ ପାଇଁ ଚତୁର୍ଥ ବୈଠକ ସ୍ଥାନୀୟ ଉତରା ଚଣ୍ଡୀ ମନ୍ଦିର ଠାରେ ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି,ଚଳିତ ବର୍ଷ ଗଡଜାତ ମହୋତ୍ସବ ରେ ଦଶଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ଗଡଜାତ ସନମାନ ରେ ସମ୍ମାନିତ କରାଯିବ ବୋଲି ସମ୍ପାଦକ ଲଲାଟେନ୍ଦୁ ସେନାପତି ଘୋଷଣା କରିଥିଲେ, ସମ୍ବର୍ଦ୍ଧିତ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ସମାଜସେବା କ୍ଷେତ୍ରରେ […]