*😳ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ୩୦୭ ଦଫାରେ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ। କୋର୍ଟଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବେ ଜେଲ୍‌ରେ ଥିବା ଜଣାପଡ଼ିଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଘଟିଛି ଏପରି ଘଟଣା।*

*😰ସାମାନ୍ୟ ବଚସାରୁ ବାପାଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ । ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଗାତିବେଡା ଗାଁରେ ଘଟିଛି ।*

ଝାଡ଼ଖଣ୍ଡରେ ହୋଇପାରେ ଝୁଲା ବିଧାନସଭା, କାହାକୁ ମିଳି ନ ପାରେ ସ୍ପଷ୍ଟ ବହୁମତ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ନିକଟରେ ବିଜେପି ହାତରୁ ମହାରାଷ୍ଟ୍ର ଖସିଯାଇଥିବାବେଳେ ଝାଡ଼ଖଣ୍ଡରେ ଦଳକୁ ମାତ୍‌ ଦେବା ଲାଗି କଂଗ୍ରେସ ଏବଂ ଜେଏମଏମ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ଦୁଇଟି ଦଳ ସହିତ ଆରଜେଡି ମେଣ୍ଟ କରି ବିଜେପିକୁ ହରାଇବା ପାଇଁ ଜୋରଦାର ଉଦ୍ୟମ ହୋଇଥିଲା। ଏପରି କି ଏଗ୍‌ଜିଟ୍‌ ପୋଲ ଫଳାଫଳ ବିଜେପି ବିରୋଧରେ ଆସିଥିଲା। ବିଜେପି ଝାଡ଼ଖଣ୍ଡରେ ପରାଜିତ ହେବ ବୋଲି ଅନେକ ଜାତୀୟ ଗଣମାଧ୍ୟମ […]

ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ଖୋଳରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ କରିବା ସମୟରେ ସେଥିରୁ ବାହାରୁଥିବା ଧୂଆଁ ଜରିଆରେ ନିକୋଟିନ୍‌ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରେ ପ୍ରବେଶ କରିଥାଏ । ଯାହା ଧିରେ ଧିରେ ମଣିଷକୁ ନିଜ ଅଧିନକୁ ନେଇ ଆସିଥାଏ । ଦିନକୁ ଦିନ ମଣିଷର […]