ଶୁଖିଲାରେ ବାଳିଆ ମାରିଲା ଟାଟା!

ଓଡ଼ିଶାବାସୀ ଭଲରେ ରହିଲେ ଓଡ଼ିଶା ସରକାରଙ୍କୁ ଟାଟା ଚଳାଉ କି ବିର୍ଲା, ଜିନ୍ଦଲ ଚଳାଉ କି ବେଦାନ୍ତ, ଅମ୍ବାନି ଚଳାଉ କି ଆଦାନି କିଛି ଫରକ ପଡ଼ିବନି। ସମ୍ବିଧାନ ଅନୁସାରେ ଅବଶ୍ୟ ଓଡ଼ିଶାବାସୀ ନିର୍ବାଚନ ମାଧ୍ୟମରେ ନିଜ ସରକାର ନିଜେ ବାଛନ୍ତି। ମାତ୍ର, ରାଜନୀତିକ ପ୍ରକ୍ରିୟାରେ ଅନେକ ସମୟରେ ସେହି ସରକାରଗୁଡ଼ିକୁ ଅନେକ କର୍ପୋରେଟ୍‌ ହାଉସ୍‌ ନିଜ ନିୟନ୍ତ୍ରଣକୁ ନେଇଯାଆନ୍ତି। ରାଜନୀତିକ ଚାନ୍ଦା, ନେତା ଓ ବାବୁମାନଙ୍କୁ ବ୍ୟକ୍ତିଗତ ଉତ୍କୋଚ ଓ ଉପହାର ଆଦି ଦେଇ ଅନେକ […]

କେବିସି ନାମରେ ଯୁବତୀଙ୍କୁ ବ୍ଲାକମେଲ

ବାଙ୍କୀ: କେବିସି ନାଁରେ ଠକେଇ । ଲୋକପ୍ରିୟ ଟେଲିଭିଜିନ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ର ଲଟେରୀ ଉଠାଣ ନାମରେ ବାଙ୍କୀର ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବାର ଉଦ୍ୟମ ବିଫଳ ହୋଇଛି । କିଛି ସାଇବର ଠକ ଯୁବତୀଙ୍କୁ ଫୋନ କରି ସେ କେବିସିର ଲଟେରୀ ପ୍ରତିଯୋଗିତାରେ ୨୫ ଲକ୍ଷ ଟଙ୍କା ଜିତିଥିବା କହିଥିଲେ । ଯୁବତୀଙ୍କ ଜଣଙ୍କ ରାଜି ନ ହେବାରୁ ତାଙ୍କ ହ୍ୱାଟ୍ସଆପରେ ସେହି ଠକମାନେ ଅନେକ ଆକର୍ଷଣୀୟ ଅଫର ଦେଇଥିଲେ । […]

🌹🌷💐ଆଜିର ରାଶିଫଳ🌹🌷💐 ———————-

🌷💐🌹 ଅଦ୍ୟ ଡିସେମ୍ବର ୨୬ ତାରିଖ ୨୦୧୯ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ଅମବାସ୍ୟା ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ମୂଳା ସଂ ଘ୦୫/୨୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢା ଚନ୍ଦ୍ର- ଧନୁ ଯୋଗ-ବୃଦ୍ଧି କରଣ-ନାଗ ସୂର୍ଯ୍ୟ -ଧନୁ ୧୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୨/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୩ ଯୋଗିନୀ ଐଶାନ୍ୟେ ଦିବା ଘ୧୦/୩୮ ଗତେ ପୂର୍ବେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ତୁଳା […]

ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ବର: କମ୍ ବୟସ୍କ ଛାତ୍ରଛାତ୍ରୀମାନେ ଏଣିକି ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁସାରେ, ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ। ଏନେଇ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ଭାବେ ପାଳନ […]

ବନ୍ଧୁମିଳନ୍, ରେଭେନ୍ସା ମହାବିଦ୍ୟାଳୟର 1990 ବ୍ୟାଚ

ରାଜ୍ୟର ସର୍ବପୁରାତନ ରେଭେନ୍ସା ମହାବିଦ୍ୟାଳୟର 1990 ବ୍ୟାଚ ର୍ ଛାତ୍ରଛାତ୍ରୀ ମାନଙ୍କର ଦ୍ୱିତୀୟ ବାର୍ଷିକୀ ବନ୍ଧୁମିଳନ୍ କଟକର କମର ପଦା ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି,ଏହି ବନ୍ଧୁ ମିଳନ ଉତ୍ସବ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ ଉଦୟଲାବଣ୍ୟର୍ ସମ୍ପାଦକ ଲଲାଟେନ୍ଦୁ ସେନାପତି ଓ ବିଶିଷ୍ଟ ବ୍ୟବସାୟୀ ପ୍ରଫୁଲ ଛାଟୋଇ ,ଏହି ବନ୍ଧୁ ମିଳନ କୁ ସହଯୋଗ କରିଥିଲେ ରବି ପ୍ରଧାନ,ମିନତୀ ସାମନ୍ତ ରାୟ, ଜ୍ୟୋତି ସ୍ୱାଇଁ,ଜୟଦେବ ମହାରଣା,ଜ୍ୟୋତି ମହାରଣା,ମନ୍ମଥ ସସ୍ମିତା,ଚନ୍ଦନା […]

ଆଠଗଡ଼ ବି ଜେ ପି ତରଫରୁ ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ ପାଳନ

ଶହେ କୋଟି ଜନମାନସର ଜନନାୟକ ତଥା ଭାରତ ବର୍ଷର ପ୍ରିୟ ପ୍ରଧାନମନ୍ତ୍ରୀ ଓ ଭାରତ ରତ୍ନରେ ବିଭୂଷିତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଦିବସ ଅବସରରେ କଟକ ଜିଲ୍ଲା ଆଠଗଡ଼ ବିଜେପି ପକ୍ଷରୁ ସ୍ଥାନୀୟ ଆଠଗଡ଼ ସ୍ଥିତ କାର୍ଯ୍ୟଳୟ ରେ ଜନ୍ମ ଦିବସ କୁ ଧୁମଧାମରେ ପାଳନ କରିଛନ୍ତି ଆଠଗଡ଼ ରେ ବ୍ରଜେନ୍ଦ୍ର ସେନା।ବିଜେପି ନେତା ବ୍ରଜେନ୍ଦ୍ର ରାୟ ଏହି ଜନ୍ମ ଦିବସରେ ପ୍ରତୁସରୁ ଆଠଗଡ଼ ଉପଖଣ୍ଡ ମେଡ଼ିକାଲ ରେ ଫଳ ବଣ୍ଟନ କରିବା ସହ […]

ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ରାତିସାରା ଖୋଲା ରହିବ ଶ୍ରୀମନ୍ଦିର ୨୫ ତାରିଖ ରାତି ୮ଟା ୨୦‌ରୁ ପାକ ତ୍ୟାଗ, ୨୬ ତାରିଖ ସକାଳ ୮ଟା ୨୦ରେ ଗ୍ରହଣ ସ୍ପର୍ଶ

 ଆସନ୍ତା ୨୬ ତାରିଖ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ରାତିରେ ଅର୍ଥାତ ବୁଧବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ, ୨୫ ତାରିଖ ରାତି ୮ଟା ୨୦ରୁ ପାକ୍ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୬ ତାରିଖରେ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ, ତଡ଼ପ […]

🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଡିସେମ୍ବର ୨୫ ତାରିଖ ୨୦୧୯ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ଚତୁର୍ଦ୍ଦଶୀ ଦିବା ଘ୧୧/୨୭ ପର୍ଯ୍ୟନ୍ତ ତଦନ୍ତେ ଅମବାସ୍ୟା ନକ୍ଷତ୍ର-ଜ୍ୟେଷ୍ଠା ସଂ ଘ୦୫/୨୫ ପର୍ଯ୍ୟନ୍ତ ତଦନ୍ତେ ମୂଳା ଚନ୍ଦ୍ର- ବିଛା ସଂ ଘ୦୫/୨୫ ପର୍ଯ୍ୟନ୍ତ ତଦନ୍ତେ ଧନୁ ଯୋଗ-ଗଣ୍ଡ କରଣ-ଶକୁନି ସୂର୍ଯ୍ୟ -ଧନୁ ୧୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୨/୧୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୦୩ ଯୋଗିନୀ ପଶ୍ଚିମେ ଦିବା ଘ୧୧/୨୮ ଗତେ ଐଶାନ୍ୟେ କର୍କଟ ରାଶିର […]

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଚା’ ଓ ଖାଦ୍ୟ ମହଙ୍ଗା ହେଲା, ଜାଣନ୍ତୁ ଖାଦ୍ୟର ନୂଆ ଦର ତାଲିକା

ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍‌ରୁ ଖାଦ୍ୟ ମଗାଇ ଖାଉଥାଆନ୍ତି ତେବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଇଆରସିଟିସି ପକ୍ଷରୁ ନୂଆ ମେନ୍ୟୁ କାର୍ଡ ବିଷୟରେ ସୂଚନା ଦିଆଯାଇଛି। ବିଭିନ୍ନ ମେଲ ଏକ୍ସପ୍ରେସ୍‌ ସମେତ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ଟ୍ରେନ୍‌ରେ ଖାଦ୍ୟ-ପାନୀୟ ମହଙ୍ଗା ହୋଇଯାଇଛି। ଏହି ନୂଆ ମେନ୍ୟୁ କାର୍ଡକୁ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ବି ମିଳିସାରିଛି। ଆଇଆରସିଟିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ… ଭେଜ-ବ୍ରେକ୍‌ଫାଷ୍ଟ […]