ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଘଟଣାରେ ୩ ବ୍ୟାଙ୍କ ଅଧିକାରୀ ଗିରଫ

ସମ୍ବଲପୁର : ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଘଟଣାରେ ସମ୍ବଲପୁର ବୋମାଲଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର ୩ ବ୍ୟାଙ୍କ ଅଧିକାରୀ ଗିରଫ ହୋଇଛନ୍ତି। ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର , ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀ ଗିରଫ ହୋଇଛନ୍ତି। ରେଙ୍ଗାଳି ବିଡ଼ିଓଙ୍କ ଜାଲ ଦସ୍ତଖତ କରି ସେଲ୍ଫଚେକରେ ଉକ୍ତ ୩ ଜଣ ଟଙ୍କା ଉଠାଇଥିଲେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଓଲଡ଼ ଏଜ ପେନସନ ଆକାଉଣ୍ଟରୁ ପ୍ରାୟ ୧୨ ଲକ୍ଷ ୪୭ ହଜାର […]

*👉କନ୍ଧମାଳ ବାଲିଗୁଡ଼ା ସୂଚନା ଅଧିକାରୀ କର୍ମୀ ହତ୍ୟା ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ, ବନ୍ଧୁକ, ୩ ଗୁଳି, ବାଇକ୍‌ ଓ ୬ଟି ମୋବାଇଲ ଜବତ, ଅଭିମନ୍ୟୁ ପଣ୍ଡାଙ୍କୁ ଘରୁ ଡାକି ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ*

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଡିସେମ୍ବର ୨୯ ତାରିଖ ୨୦୧୯ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ତୃତୀୟା ଦିବା ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଶ୍ରବଣା ରାତ୍ରି ଘ୦୮/୪୩ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ଚନ୍ଦ୍ର-ମକର ଯୋଗ-ହର୍ଷଣ କରଣ-ଗର ସୂର୍ଯ୍ୟ -ଧନୁ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୫୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୩୩ ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୪୫ ଗତେ ନୈଋତକୋଣେ ସିଂହ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ […]

୩ଦିନ ମଧ୍ୟରେ ବନ୍ଦ ହୋଇପାରେ ଆପଣଙ୍କ ପ୍ୟାନ୍ ଓ ଏଟିଏମ୍ କାର୍ଡ!

ନୂଆଦିଲ୍ଲୀ: ଆଉ ମାତ୍ର ୩ଦିନ ପରେ ଶେଷ ହେବାକୁ ଯାଉଛି ୨୦୧୯। ତେବେ ବର୍ଷ ଶେଷ ସୁଦ୍ଧା ତଥା ଡିସେମ୍ବର ୩୧ସୁଦ୍ଧା ଆପଣଙ୍କ ପ୍ୟାନ୍ ଓ ଏଟିଏମ୍ କାର୍ଡ ବନ୍ଦ ହେବାର ସମ୍ଭାବନା ରହିଛି। ପ୍ୟାନ୍ ଓ ଏଟିଏମ୍ କାର୍ଡରେ ଯେଉଁ ସବୁ ପରିବର୍ତ୍ତନ ଆଣିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିଲା, ଯଦି ଆପଣ ତାହା ନ କରିଛନ୍ତି, ତେବେ ଆପଣଙ୍କ ଏହି ଦୁଇ କାର୍ଡ କାମ କରିବା ବନ୍ଦ କରିଦେବ। ଯଦି ଆପଣଙ୍କ ପାଖରେ ଏସବିଆଇର ମ୍ୟାଗ୍ନେଟିକ୍ […]

ସମଗ୍ର ଦେଶରେ ପ୍ରଥମ: ରାଜ୍ୟବାସୀଙ୍କ ପାଇଁ ଉପଲବ୍ଧ ହେଲା ‘ପାଉତି’ ଆପ୍‌, ଏଣିକି ଘରେ ବସି ପାଇପାରିବେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ସହ ଆହରୁ ବହୁ ଜରୁରୀ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ଖଜଣା ଦେବାକୁ ଆଉ ରାଜ୍ୟବାସୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଘରେ ବସି ମୋବାଇଲରେ ଏବେ କଟାଯାଇ ପାରିବ ପାଉତି। ଏଥି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ‘ପାଉତି’ ଆପ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଁ ଏହି ଆପ୍‌କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଏହି ଆପ୍‌ ଜରିଆରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ମିଳି ପାରିବ। ଇ-ସାର୍ଟିଫିକେଟ୍‌ ସେବାକୁ ମଧ୍ୟ ଆଜି ରାଜ୍ୟ […]

କୋଇଲା ବ୍ଲକର ଆବଣ୍ଟନ ରଦ୍ଦ, ତାଲିକାରେ ଓଡ଼ିଶାର ବାଙ୍କୁଇ

ନୂଆଦିଲ୍ଲୀ : କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ୬ଟି କୋଇଲା ବ୍ଲକର ଆବଣ୍ଟନକୁ ରଦ୍ଦ କରାଯାଇଛି । ଏହି କୋଇଲା ବ୍ଲକ ଗୁଡ଼ିକ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ଅବସ୍ଥିତ । ଏସବୁ କୋଲବ୍ଲକ ୨୦୦୭ରୁ ୨୦୧୦ ମଧ୍ୟରେ ବିଭିନ୍ନ ରାଷ୍ଟ୍ରାୟତ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନିମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ତାପଜ ବିଦ୍ୟୁତ ପ୍ରକଳ୍ପର ଆବଶ୍ୟକତା ମେଣ୍ଟାଇବାକୁ ଆବଣ୍ଟିତ ହୋଇଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏସବୁ ପ୍ରସ୍ତାବିତ […]

ବିଷାକ୍ତ ଚିକେନ ଖାଇ ତିନି ଭଉଣୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ଗାଁର ତଳସାହିରେ ଘଟିଥିବା ତିନି ଭଉଣୀଙ୍କ ମୃତ୍ୟୁକୁ ରହସ୍ୟଜନକ ବୋଲି କୁହାଯାଉଛି। ୨୪ ଘଣ୍ଟା ମଧ୍ୟରେ ଟିକିନା ରେଡ୍ଡୀ (୬), ସୋମା ରେଡ୍ଡୀ (୯) ଓ ବର୍ଷା ରେଡ୍ଡୀ (୧୨)ଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମୃତ୍ୟୁକୁ ନେଇ ଲୋକେ ବିଭିନ୍ନ କଥା କହୁଛନ୍ତି। କିଛି ଲୋକ କହୁଛନ୍ତି, ବିଷ ପ୍ରକ୍ରିୟା ଯୋଗୁଁ ତିନି ବାଳିକାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗାଁର କିଛି ଲୋକଙ୍କ ମତରେ ଘଟଣା ଦିନ […]

ଆରଏସପି ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ, ୪ ଯବାନ ନିଲମ୍ବିତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସପି) ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ ହୋଇଛି। ଏହି ଘଟଣାରେ ଶନିବାର ଆରଏସପି କର୍ତ୍ତୁପକ୍ଷ ୪ ଯବାନଙ୍କୁ ନିଲମ୍ବନ କରିଛନ୍ତି। ଆରଏସପି ପରିସରସ୍ଥ ନୂଆ ପ୍ଲେଟ ମିଲ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ ଦ୍ୱାରା ୨ଟି ଟ୍ରେଲର ଜବତ ହୋଇଥିଲା। ବିନା କାଗଜପତ୍ର ଓ ଏଣ୍ଟ୍ରି ପାସରେ ଭିତରକୁ ପ୍ରବେଶ କରିବା ଅଭିଯୋଗରେ ଉକ୍ତ ଦୁଇଟି ଟ୍ରେଲର ଜବତ ହୋଇଥିଲା। ଏ ନେଇ ଟାଙ୍ଗରପଲ୍ଲୀ ଥାନାରେ ଆରଏସପି ପକ୍ଷରୁ ଲିଖିତ […]

ବିଦେଶ ମୋହ ଛାଡ଼ି ନିଜ ଗାଁ’ରେ ଦେଶୀ ଚିକିତ୍ସା ଯୋଗାଉଛନ୍ତି ବାଣପୁର ବ୍ଲକ୍ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗାଁ’ର ଉମାକାନ୍ତ ସାହୁ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନିପଟ ମଫସଲ ଗାଁ’ ଅରାଙ୍ଗ। ଏହି ଗାଁ’ର ଉମାକାନ୍ତ ସାହୁ ଅତି କଷ୍ଟରେ ଇଞ୍ଜିନିୟରିଂ ପାଠ ପଢ଼ି ରୋଜଗାର ନିମନ୍ତେ ଦୁବାଇ ଚାଲି ଯାଇଥିଲେ। ସେଠାରେ ସେ ଇଞ୍ଜିନିୟର୍‌ ଭାବେ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିଲେ। ସେଠାରେ ପ୍ରାୟ ୨ ବର୍ଷ କାମ କରିବା ପରେ ସେ ରାଜୀବ ଦୀକ୍ଷିତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ଓ ଗୋ‌ସେବା ପ୍ରତି ଆଗ୍ରହ […]