🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଜାନୁଆରୀ ୦୨ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ସପ୍ତମୀ ରାତ୍ରି ଘ୦୮/୫୦ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଉତ୍ତରଭାଦ୍ର ଚନ୍ଦ୍ର- ମୀନ ଯୋଗ-ଗର କରଣ-ବାଣିଜ୍ୟ ସୂର୍ଯ୍ୟ -ଧନୁ ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୨୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୫୩ ଯୋଗିନୀ ବାୟବ୍ୟେ ରାତ୍ରି ଘ୦୮/୫୧ ଗତେ ଐଶାନ୍ୟେ ଧନୁ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ […]

ମଦ ର କରାମତି, ଟ୍ରକ ପଛରେ ପିଟିଲା କାର, ଚାରି ଗୁରୁତର

ନିଆଳି (ବ୍ୟୁରୋ): କଟକ ଜିଲ୍ଲା ନିଆଳି- ଫୁଲନଖରା ରାସ୍ତାର ମଝିଖଣ୍ଡ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଏକ କାର୍ ପିଟି ହେବାରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ  ଟ୍ରକ୍‌ ସହ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ମାନଙ୍କ ପରିଚୟ ମିଳି ପାରିନାହିଁ, ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ ଚାରି […]

ବ୍ରିଜ୍‌କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ୨ ଗୁରୁତର

ବ୍ରହ୍ମପୁର (ବ୍ୟୁରୋ) ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଗୋଟିଏ ବାଇକ୍‌ ବ୍ରିଜ୍‌କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି। ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା […]

ସରକାରଙ୍କ ଭାବମୂର୍ତ୍ତି ସୁଧାରିବାକୁ ୨୭୦୮ଟି ନୂଆ ପଦବୀ ଜରୁରୀ: ସମବାୟ ରେଜିଷ୍ଟ୍ରାର

ଭୁବନେଶ୍ୱର(ବ୍ୟୁରୋ ): ଗ୍ରାମାଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରି ସମବାୟ ନିର୍ବାଚନରେ ସଫଳ ହେବାକୁ କ୍ଷମତାସୀନ ବିଜେଡି ସରକାର ଏବେ ନୂଆ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳରେ ଚାଷୀଙ୍କ ସମସ୍ୟା ଓ ଅସନ୍ତୋଷକୁ ତ୍ୱରିତ୍ ସମାଧାନ ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ସୁଧାରିବା ପାଇଁ ୨୭୦୮ଟି ନୂଆ ପଦବୀ( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର) ସୃଷ୍ଟି କରାଯିବ। ଏଥିପାଇଁ ବାର୍ଷିକ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଯଦି ସବୁକିଛି ଠିକଠାକ୍ ରୁହେ […]

ଗାଡ଼ି ଚାଳକ ଆଶ୍ୱସ୍ତ : ଏଣିକି ଅନଲାଇନରେ ସଙ୍ଗେସଙ୍ଗେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ

ଭୁବନେଶ୍ୱର(ବ୍ୟୁରୋ ): ଆଉ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ପାଇ ଘଣ୍ଟାଘଣ୍ଟା ଧରି ଆରଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଏଣିକି ଅନଲାଇନରେ ଟେଷ୍ଟ୍ ଦେଇ ତତକ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲଏଲ୍) ହାସଲ କରିହେବ। ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ଆରଟିଓଙ୍କ ଅନୁମୋଦନ ନେବା ଜରୁରୀ ଥିବା ବ୍ୟବସ୍ଥାକୁ ରାଜ୍ୟ ସରକାର ଆଜିଠୁ ଉଚ୍ଛେଦ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ […]

୧୧ କେ. ଭି. ତାର ଛିଣ୍ଡି ପଡିଲା ଚାଲିଗଲା ମାଆ-ଝିଅଙ୍କ ଜୀବନ

ନୂଆପଡ଼ା (): ପାଣି କୁଣ୍ଡରେ ଗାଧଉଥିବା ବେଳେ ହଠାତ ଛିଡ଼ି ପଡ଼ିଲା ବିଦ୍ୟୁତ ତାର। ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ଏପରି ଅଘଟଣ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମଖାପଦର ଗାଁରେ ଘଟିଛି। ଏହି ଘଟଣାକୁ ନେଇ ଏବେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମଖାପଦର ଗାଁର ତରୁଲତା ଚଣ୍ତି(୩୫) ଓ ତାଙ୍କ ୯ ବର୍ଷର ଝିଅ ଦୁଶୀଳା ଚଣ୍ତି ପଞ୍ଚାୟତ ନଳକୂପ ପାଣିକୁଣ୍ଡରେ ଗାଧୋଉଥିଲେ। ଏହି ସମୟରେ ମୁଣ୍ଡ ଉପର ଦେଇ ଯାଇଥିବା […]

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା; ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଶୀତଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ ଆଧାରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ଏକ ଇସ୍ତାହାରରୁ ଏହା ଜାଣିବା ପାଇଁ ମିଳିଛି।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ରୁ ଜାଣିବାକୁ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୦୧ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଷଷ୍ଠୀ ରାତ୍ରି ଘ୦୬/୦୬ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ପୂର୍ବଭାଦ୍ର ରାତ୍ରି ଘ୦୪/୪୯ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- କୁମ୍ଭ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ମୀନ ଯୋଗ-ବ୍ୟତିପାତ କରଣ-ତୈତିଳ ସୂର୍ଯ୍ୟ -ଧନୁ ୧୭ ଦିନ ଅଦ୍ୟ ଇଂରାଜୀ ନବବର୍ଷ ସୁର୍ୟୋଦୟ -ପ୍ରାତଃ ଘ୦୬/୨୪/୫୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୨୩ ଯୋଗିନୀ ପଶ୍ଚିମେ ଦିବା ଘ୦୬/୦୫ […]

ରାତି ୧ଟା ଯାଏଁ ମଦ ବିକ୍ରି ନିଷ୍ପତ୍ତିକୁ ବିଜେପି, କଂଗ୍ରେସର ବିରୋଧ

ଭୁବନେଶ୍ଵର: ନୂଆବର୍ଷରେ ରାତି ୧ଟା ଯାଏଁ ମଦ ଦୋକାନ ଖୋଲା ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଭୁବନେଶ୍ଵର, କଟକ ଏବଂ ପୁରୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛି ବିଜେପି ଏବଂ କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅନ୍ୟପଟେ କଂଗ୍ରେସ ଏହାକୁ ରାଜ୍ୟ ସରକାରଙ୍କ ଡବଲ ପଲିସି ବୋଲି […]

ରେଳ ଯାତ୍ରୀ ଭଡା ବୃଦ୍ଧି କଲେ ସରକାର – ନୂଆବର୍ଷରୁ ହେବ ଲାଗୁ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଯାତ୍ରୀ ଭଡାରେ ବୃଦ୍ଧି କରିଛନ୍ତି ଯାହା ନୂଆବର୍ଷରୁ ଅର୍ଥାତ ଆଜି ରାତି ୧୨ଟାରୁ ଲାଗୁ ହେବ। ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି, ସାଧାରଣ ଅଣ-ଏସି ଟ୍ରେନରେ ଯାତ୍ରୀ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ମେଲ ଏବଂ ଅଣ-ଏସି ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ଏସି ଟ୍ରେନରେ ଏହି ଭଡାରେ […]