ଆଳୁରେ ଲାଗୁଛି ନିଆଁ, ଗରାଖ ହେଲେଣି ଛାନିଆ ।

ଆଠଗଡ଼ : ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ ରେ ଆଳୁ କିଲୋ ହେଲା 30 ଟଙ୍କା, କାଲି ଥିଲା 25 ଆଜିହେଲା 30,ଏଠି ଯୋଗାଣ ବିଭାଗ ଆରାମ ରେ ଶୋଇଛି, ଯୋଗାଣବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଯଦି ଏଭଳି ଅବସ୍ଥା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଳୁକିଲୋ କେତେ ଟିକେ କହିବେ ? ଆଉ ଦୁଇଦିନ ପରେ ଆଳୁ କିଲୋ 40 ରେ ପହଞ୍ଚିବ ବୋଲି ଦୋକାନୀ କୁହାକୁହି ହେଲେଣି।କୋଉ ଦୋକାନୀଙ୍କ ପାଖରେ ଚିଠା ନାହିଁ ହେଲେ […]

ଆଜିର ଖବର ୧- ଭୁବନେଶ୍ୱର: ଜାଡ,ବର୍ଷା ମାଡ଼ରେ ଥରୁଛି ଓଡ଼ିଶା । ୪୮ଘଣ୍ଟା ପରେ ଆହୁରି ଖସିବ ପାରଦ ୪ଦିନ ପ୍ରବଳ କୁହୁଡି । ସତର୍କତା ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅମଳ ଧାନ ସୁରକ୍ଷା ଏବଂ ନିରାଶ୍ରୟଙ୍କୁ ସ୍ଥାନାନ୍ତର ଚିନ୍ତା । ୨- ବଗଦାତ୍ : ଆମେରିକାରେ ବିମାନ ଆକ୍ରମଣରେ ସେନା କମାଣ୍ଡର ମୃତ । ଯୁଦ୍ଧ ପାଇଁ ଇରାନ୍ ର ସଜବାଜ । ମଧ୍ୟ ପ୍ରାଚ୍ୟରେ ତ୍ରିବ ଉତ୍ତେଜନା ସହ ବିଶ୍ଵର ନେତା ମଧ୍ୟ ଚିନ୍ତିତ ଅଛନ୍ତି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହୋଇଛି ଆକ୍ରମଣ ହୋଇଛି ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି । ରାସ୍ତାରେ ଇରାନବାସୀଙ୍କ ଆମେରିକା ବିରୋଧୀ ବିକ୍ଷୋଭ । ନୂଆ କମାଣ୍ଡର ନିଯୁକ୍ତି,ଯୁଦ୍ଧ ପାଇଁ ଇରାନର ଆହ୍ବାନ କରିଛନ୍ତି । ଶାନ୍ତି ବଜାୟ ରଖିବାକୁ ଭାରତର ନିବେଦନ । ମୃତ କମାଣ୍ଡର କାସିମ୍ ସୋଲେମନି ଥିଲେ ସବୁଠୁ ଲୋକପ୍ରିୟ । ୩- ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ୪%ବୃଦ୍ଧି । ପେଟ୍ରୋଲ,ଡିଜେଲ୍ ମହଙ୍ଗା । ୪- ମଥୁରା ନଗରୀ : ବରଗଡ଼ ଧନୁଯାତ୍ରାରେ ପୁତନା ଓ ଷଡମଲ୍ଲ ନିହତ ହେବାରୁ କଂସଙ୍କୁ ଆସନ୍ନ ମୃତ୍ୟୁ ଚିନ୍ତାରେ ପକାଇଛି, ଗୋପପୁରରେ କୃଷ୍ଣ ଲୀଳା । ୫- ବାଲେଶ୍ଵର : ୫ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିଡ଼ମୁକ୍ତ ପ୍ରବେଶ ପାଇଁ ମୋବାଇଲ ଆପ୍ । ୬- ଖୋର୍ଦ୍ଧା : ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ଘଟଣା । ସନ୍ଦିଗ୍ଧର ସ୍କେଚ୍ ଜାରି କଲା ପୋଲିସ । ସୂଚନା ଦେଲେ ମିଳିବ ପୁରସ୍କାର ବୋଲି ଏସପି କହିଛନ୍ତି । ୭- ଭୁବନେଶ୍ୱର: ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ । ନଳବଣକୁ ଆସିଛନ୍ତି ୧୧୪ ପ୍ରଜାତି । ଗଣନା ଛୁଇଁ ଲାଣି୧୦.୭୦ ଲକ୍ଷ । ନୂଆ ସ୍ଥାନକୁ ଡଲଫିନଙ୍କ ଆଦର ବଢ଼ୁଛି । ଗଣନାରେ ବାଧକ ସାଜୁଛି ମେଘୁଆ ପାଗ । ୮- ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୯- ବେଙ୍ଗାଲୁରୁ : ୧୦୭ତମ ଭାରତ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କାର୍ଯ୍ୟକୁ ସହଯୋଗ ଲାଗି ଆନ୍ଦୋଳନ ହେଉ l ୧୦- କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନା ପାକିସ୍ତାନର ରାଷ୍ଟ୍ରଦୂତ ଭଳି ବ୍ୟବହାର କରୁଥିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ୧୧- ଭୁବନେଶ୍ୱର : ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଲେ କ୍ରେଡାଇ ସଦସ୍ୟ । ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବ । ୧୨- ଯୋଧପୁର : ଅମିତ୍ ଶାହଙ୍କ ଦୃଢୋକ୍ତି । ସିଏଏରୁ ଇଞ୍ଚେ ବି ପଛକୁ ହଟିବନି ବିଜେପି । ୧୩- ନୂଆଦିଲ୍ଲୀ : ଆଇଏନ୍ ଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରୁ ବାହାରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି . ଚିଦାମ୍ବରମଙ୍କ ପୁଣି ଇଡି ଜେରା କଲେ । ୧୪- ଭୁବନେଶ୍ୱର: ଦାବିକଲା ବିଏମସି ଭୁବନେଶ୍ୱର ସମ୍ପୂର୍ଣ୍ଣ ଖୋଲା ମଳତ୍ୟାଗ ମୁକ୍ତ ସହର । ଓଡିଏଫ ପ୍ଲାସ୍ ମାନ୍ୟତା ନେଇ ଘୋଷଣା କଲା । ତୃତୀୟ ପକ୍ଷ ଏହାକୁ ଯାଞ୍ଚ କରିପାରିବେ । ଏପ୍ରିଲ ସୁଦ୍ଧା ୨୦ ପ୍ରମୁଖ ସ୍ଥାନମାନଙ୍କ ର ଖୋଲାଯିବ ପରିସ୍ରାଗାର ।

ଶନିବାର ପାଇଁ କେତେକ ସହଜ ଉପାୟ, ଆପଣାଇଲେ ମିଳେ ଶନିଙ୍କ ବିଶେଷ କୃପା

ଶନିଦେବଙ୍କୁ କର୍ମଫଳ ପ୍ରଦାନ କରୁଥିବା ଦେବତା ବୋଲି କୁହାଯାଏ। ଶନିଙ୍କ କୁପ୍ରଭାବ କାରଣରୁ ବ୍ୟକ୍ତିଙ୍କ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାତକରେ ମଧ୍ୟ ଶନିଙ୍କ ସ୍ଥିତି ଅନୁଯାୟୀ ଜୀବନରେ ଉଭୟ ଉତ୍ତମ ଓ କୁପ୍ରଭାବ ପଡ଼ିଥାଏ। ଶନିବାର ଦିନ କେତେକ ସହଜ ଉପାୟ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ ….. – ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ବ୍ରତ ରଖି ଉପବାସ କରନ୍ତୁ। – ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ […]

ଦିଲ୍ଲୀରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାର ଉପରେ ଆକ୍ରମଣରେ ସୋଲେମାନିଙ୍କ ହାତ ଥିଲା: ଟ୍ରମ୍ପ

ୱାଶିଂଟନ:  ଇରାନ ସେନା ବୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆକସ୍ମିକ ଯୁଦ୍ଧ ହେବାର ଆଶଙ୍କା ଉପୁଜିଛି। ତେବେ ସୋଲେମାନି ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଇସାରାରେ ଦିଲ୍ଲୀରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କେବଳ ଦିଲ୍ଲୀ ନୁହେଁ, ଦୁଇଦିନ ଭିତରେ ଟିବିଲିସି, ଜର୍ଜିଆ, ବ୍ୟାଙ୍କକ୍‌ ଏବଂ ଥାଇଲାଣ୍ଡରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ବି ଆକ୍ରମଣ ହୋଇଥିଲା। ଆମେରିକା […]

ଦଶପଲ୍ଲାରେ ଲୋପ ପାଉଛି ସବୁଜ ବନାନୀ : ଫାର୍ମ ହାଉସ୍‌ ପାଇଁ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରୁ ମାରି ଦିଆଯାଉଛି ମୂଲ୍ୟବାନ ଶାଳ ଗଛ

ଦଶପଲ୍ଲା : ଯେଉଁ ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ତାହା ଆଜି ଧ୍ୱଂସ ପାଇବାକୁ ବସିଛି। ଲୋପ ପାଉଛି ସବୁଜ ବନାନୀ। ଫାର୍ମ ହାଉସ୍‌ ପାଇଁ ମୂଲ୍ୟବାନ ଶାଳ ଜଙ୍ଗଲ ଏବେ ଲୋପ ପାଇବ। ହେଲେ ସବୁଜାଣି ବନ ବିଭାଗ ଚୁପ୍ ହୋଇ ବସିଛି। ବନ ବିଭାଗ (ଟେରିଟୋରିଆଲ୍) ହେଉ କି ବନ୍ୟ ପ୍ରାଣୀ ବିଭାଗ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ବେଳେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଶାଳ ଗଛକୁ ମାରି ଦିଆଯାଉଛି। […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 ଅଦ୍ୟ ଜାନୁଆରୀ ୦୪ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ନବମୀ ରାତ୍ରି ଘ୦୧/୫୦ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ରେବତୀ ଦିବା ଘ୧୦/୫୬ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ଚନ୍ଦ୍ର- ମୀନ ଦିବା ଘ୧୦/୫୬ପର୍ଯ୍ୟନ୍ତ ତଦନ୍ତେ ମେଷ ଯୋଗ-ଶିବ କରଣ-କୌଳବ ସୂର୍ଯ୍ୟ -ଧନୁ ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୫୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୧୩ ଯୋଗିନୀ ପୂର୍ବେ ରାତ୍ରି ଘ୦୧/୫୧ ଗତେ ଉତ୍ତରେ ଧନୁ ରାଶିର ଘାତଚନ୍ଦ୍ର ବୃଷ,ସିଂହ […]

ତାରା ନୁହନ୍ତି ସେ ଧ୍ରୁବ ତାରା ।

କେତେ ବେଳେ ବିଧାନସଭା ରେ ହୋ ହାଲା ତ ଆଉ କେତେବେଳେ ନାଚ ଗୀତ କରି ଚର୍ଚ୍ଚା ରେ ରହିଆସୁଥା ଜିବା ବିଧାୟକ ତାରା ବାହିନୀ ପତି ଜଣେ ଦୁର୍ଘଟଣା ରେ ଆହତ ରୋଗୀ ଙ୍କୁ ନିଜ ଗାଡ଼ି ରେ ବୋହି ନିଜେ ମାନବିକତାର ପରିଚୟ ଦେଇଛନ୍ତି ,ଆଜି ନିଜ ସାରି ବିଧାୟକ ଜୟପୁର ଠାରୁ ବୋରିଗୁମ୍ମା ଯାଉଥିବା ରାସ୍ତାରେ ଜୟପୁର ଏରୋଡ୍ରୋମ୍ ନିକଟରେ ଗୋଟିଏ କାରସହିତ ଦୁଇ ଚକିଆ ଗାଡିର ଦୁର୍ଘଟଣା ହୋଇଥିଲା ,ବାଇକ୍ ଆରୋହି […]

ବନ୍ଦ ହବ ନରସିଂହପୁର ଜେଲ ।

ରାଜ୍ୟ ସରକାର କଟକ ଜିଲ୍ଲାର ନରସିଂପୁର ଜେଲ କୁ ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି, ଏହା ମଧ୍ୟରେ ଉଦୟାଲାବଣ୍ୟ କୁ ଏକ ଫଟୋମିଳିଛି ଦେଖନ୍ତୁ ଏହି ଫଟୋ କୁ,ଜେଲରେ ଦୁଟି ରେ ଥିବା ଜେଲ କର୍ମଚାରୀ ମାନେ କେମିତି କରୁଛନ୍ତି ଡିଉଟି ସ୍ପଷ୍ଟ ବାରି ହୋଇପଡ଼ିଛି, କର୍ମଚାରୀ ମାନେ ଆରାମ ରେ କଏଦି ମାନଙ୍କ ସହିତ ଶୋଇଛନ୍ତି ଓ ପାଖରେ ମୋବାଇଲ ପଡି ରହିଛି,ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ନରସିଂପୁର ଜେଲରେ, ଜେଲ […]

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଜାନୁଆରୀ ୦୩ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଅଷ୍ଟମୀ ରାତ୍ରି ଘ୧୧/୩୦ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୭/୫୮ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନ ଯୋଗ-ପରିଘ କରଣ-ବିଷ୍ଟି ସୂର୍ଯ୍ୟ -ଧନୁ ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୩ ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୩୧ ଗତେ ପୂର୍ବେ ଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର […]

*ଖବର ଆଜିର* ତାରିଖ ୦୩/୦୧/୨୦୨୦, ଶୁକ୍ରବାର ୧-ପୁଣି ଓଡ଼ିଶାକୁ ମିଳିଲା ‘କୃଷି କର୍ମଣ’ ପୁରସ୍କାର।ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର। ୨-ରାଜଧାନୀରେ ନାରୀ ନିର୍ଯାତନା ରୋକିବେ ୩୦୦ ସାଧାରଣ ମହିଳା SPO, କମିଶନରେଟ୍‌ ପୋଲିସ ପକ୍ଷରୁ ହେଲା ଟିମ୍‌ ଗଠନ। ୩-ପାରାଦୀପ:ପମ୍ପ ଦେବା ସମୟରେ ଫାଟିଲା ଟାୟାର, ଚାଲିଗଲା ଜଣଙ୍କ ଜୀବନ। ୪-ଭାରତୀୟ ଭଲିବଲ୍ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୫-‘ରୋଷେଇ ଶିଖି ନ ଥିବା ପୁଅକୁ ବାହା ହୁଅନି’, ‘ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ’:ପୋଲିସ କମିଶନର। ୬-ଆଧାର କାର୍ଡ ନାହିଁ ତ ଭତ୍ତା ନାହିଁ:ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୀୟ ସଚିବଙ୍କ ତାଗିଦ୍, ମାର୍ଚ୍ଚ ୧୫ ସୁଦ୍ଧା ପ୍ରକ୍ରିୟା ଶେଷ ନକଲେ ଏପ୍ରିଲରୁ ମିଳିବନି ଭତ୍ତା। ୭-ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ୟାରିସ ବେକରି ଆଉଟଲେଟ ଓ ରେଡ ଏଫ୍ଏମ ଅଫିସରେ ବସ୍ତ୍ର ଦାନ କରିପାରିବେ। ୮-ରେଳବାଇର ନୂଆ ଏକକ ହେଲ୍‌ପ ଲାଇନ୍ ନମ୍ବର: ୧୩୯ରେ ସବୁ ସୁବିଧା, ହେଲ୍‌ପ, ଇନକ୍ବାରୀ ଏବଂ ଗ୍ରୀଭାନ୍‌ସ। ୯-ସଚିବ ସ୍ତରରେ ଅବଦଳବଦଳ, ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ , ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ। ୧୦-ନୂଆ ବର୍ଷରେ TV ଦେଖିବା ହେବ ଶସ୍ତା, ୧୩୦ ଟଙ୍କାରେ ଏବେ ମିଳିବ ୨୦୦ ଚାନେଲ:TRAI ୧୧-ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର। ୧୨-ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା। ୧୩-ନୂଆବର୍ଷରେ କୃଷକଙ୍କୁ ମୋଦୀଙ୍କ ଉପହାର, ଆସିଲା ପିଏମ୍ କିଷାନ ନିଧିର ୩ୟ କିସ୍ତି। *