ଅପରାଜିତାଙ୍କ ଦୁଇ ସଂଗଠନକୁ ନେଇ ଜୋରଦାର ଚର୍ଚ୍ଚା ; ଶାସକ ଦଳରେ ଆଲୋଡନ

ଭୁବନେଶ୍ୱର : ନୂଅ ବର୍ଷ ୨୦୨୦ର ଆଗମନ ସହ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନିଜର ପତିଆରା ବୃଦ୍ଧି କରି ଶାସକ ବିଜେଡି ସମେତ ନିଜ ଦଳର କର୍ମକର୍ତ୍ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ‘ଅଜିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଏବେ ଯୁବକମାନଙ୍କୁ ନେଇ ଆଉ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। […]

ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍। ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ।

ମୋହନା: ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍।ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଅଞ୍ଚଳରେ। ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ତ୍ରୀ ନିଜ ରାସ୍ତାରୁ ସ୍ବାମୀକୁ ଘଟାଇବା ପାଇଁ ରଚିଥିଲା ଷଡଯନ୍ତ୍ର। ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଆଉ ହତ୍ୟା କରିବାରେ ସଫଳ […]

ପାରାଦୀପରେ କାଉ ମଡ଼କ : ନମୁନା ସଂଗ୍ରହକଲେ ପ୍ରାଣୀ ଚିକିତ୍ସକ

ପାରାଦୀପ : ଜଗତସିଂହପୁର ଜିଲା ପାରାଦୀପର ବିଭିନ୍ନ ଅଞ୍ଚଲରେ ବହୁ ସଂଖ୍ୟକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ବଡ଼ପଡ଼ିଆ, ନୂଆବଜର ଓ ମଧୁବନ ସମେତ ବହୁ ସ୍ଥାନରେ କାଉ ମରିପଡ଼ିଛନ୍ତି। କାଉ ମଡ଼କ ପଡ଼ିଥିବା ଖବର ପାଇ ପ୍ରାଣୀ ଚିକିତ୍ସକ ମୃତ କାଉମନଙ୍କର ନମୁନା ନେବାସହ ସେହି ଅଞ୍ଚଳର କୁକୁଡା ମଳ ପରୀକ୍ଷା ପାଇଁ ନେଇ ଥିବା ଜଣାପଡ଼ିଛି।

ଓଏଲ୍‍ଏମ୍‍ ଆଞ୍ଚଳିକ ମଞ୍ଚ ଗଠନରେ ଅନିୟମିତତା ଅଭିଯୋଗ,ବ୍ଲକ ଘେରାଉ କଲେ ମହିଳା

 ପିପିଲି :ଓଡିଶା ଜୀବିକା ମିଶନ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆଞ୍ଚଳିକ ମଞ୍ଚ ଗଠନରେ ବ୍ୟାପକ ଅନିୟମିତତା ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ, କର୍ମୀମାନଙ୍କୁ ନେଇ ମଞ୍ଚ ଗଠନ କରାଯାଇଥିବା ଅଭିଯୋଗ କରି ଶତାଧିକ ମହିଳା ସୋମବାର ପିପିଲି ବ୍ଲକ୍‍କୁ ଦୀର୍ଘ ୩ ଘଣ୍ଟାକାଳ ଘେରାଉ କରି ରଖିବା ସହ ସେଠାରେ ଧାରଣା ଦେଇଥିଲେ। ପ୍ରାପ୍ତ ସୂଚନା ଅନୁଯାଇ, ପିପିଲିବ୍ଲକ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ଶତାଧିକ ମହିଳା ସୋମବାର ଅପରାହ୍ନରେ ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ […]

୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ: ଜାନୁଆରୀ ୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ। ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଜାନୁଆରୀ ୮ ବନ୍ଦ ଡାକରାକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ କରୁଥିବା କହିଛନ୍ତି ଶ୍ରମିକ ସଙ୍ଗଠନ ସିଟୁର ସାଧାରଣ ସମ୍ପାଦକ ତପନ ସେନ। ଏହି ୨୪ ଘଣ୍ଟିଆ ବନ୍ଦ ପାଳନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ସହ ବ୍ୟାଙ୍କ କର୍ମଚାରୀ,ଶିକ୍ଷକ,ଷ୍ଟିଲ,ବୀମା କ୍ଷେତ୍ରର କର୍ମଚାରୀ ଏବଂ ରେଳବାଇରେ କାର୍ଯ୍ୟକରୁଥିବା […]

ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ, ଜର୍ସି ଓ ମାସ୍କଟ

ଭୁବନେଶ୍ବର: ଫେବୃଆରୀ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ ହୋଇଛି। ସୋମବାର ଭୁବନେଶ୍ବରର ପୂର୍ବତଟ ରେଳବାଇ ଅଡିଟୋରିୟମରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡାର ଲୋଗୋ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପ୍ରଥମ ଖେଲୋ ଇଣ୍ଡିଆର ଜର୍ସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରଥମ ଖେଲୋ ଇଣ୍ଡିଆର ମାସ୍କଟ ‘ଜୟ-ବିଜୟ’ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ଦ୍ବାରା ଉନ୍ମୋଚିତ ହୋଇଛି।ଆସନ୍ତା […]

ପ୍ରକାଶ ପାଇଲା ୨୦୧୮ ଓଏଏସ୍ ରେଜଲ୍ଟ, ଦେବାଶିଷ ପଣ୍ଡା ଟପ୍ପର

କଟକ: ପ୍ରକାଶ ପାଇଛି ୨୦୧୮ ଓଏଏସ୍ ପରୀକ୍ଷା ଫଳାଫଳ। ୨୦୧୮ରେ ଓଏଏସ୍ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୮ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣ ମହିଳା ଥିବା ବେଳେ ୧୪୬ ଜଣ ପୁରୁଷ ରହିଛନ୍ତି।ପ୍ରଥମ ସ୍ଥାନରେ ଦେବାଶିଷ ପଣ୍ଡା,ଦ୍ବିତୀୟ ସ୍ଥାନରେ ଋତୁପୂର୍ଣ୍ଣା ମହାପାତ୍ର,ତୃତୀୟ ସ୍ଥାନରେ ଆକାଶ କୁମାର ,ଚତୁର୍ଥ ସ୍ଥାନରେ ସନ୍ତୋଷିନୀ ଦାଶ, ପଞ୍ଚମ ସ୍ଥାନରେ ନାରାୟଣ ପ୍ରିୟଦର୍ଶନୀ ପଣ୍ଡା,ଷଷ୍ଠ ସ୍ଥାନରେ ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ,ସପ୍ତମ ସ୍ଥାନରେ ଶତାଦ୍ଦୀ ରାୟ,ଅଷ୍ଟମ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 ଅଦ୍ୟ ଜାନୁଆରୀ ୦୬ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଏକାଦଶୀ ରାତ୍ରି ଘ୦୪/୩୦ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର-ଦ୍ବିଜା ଦିବା ଘ୦୩/୧୬ପର୍ଯ୍ୟନ୍ତ ତଦନ୍ତେ କୃତିକା ଚନ୍ଦ୍ର-ମେଷ ରାତ୍ର ଘ୦୯/୩୬ପର୍ଯ୍ୟନ୍ତ ତଦନ୍ତେ ବୃଷ ଯୋଗ-ସାଧ୍ୟ କରଣ-ବାଣିଜ୍ୟ ସୂର୍ଯ୍ୟ -ଧନୁ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୩୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୩୩ ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୩୦ଗତେ ନୈଋତକୋଣେ ମେଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର […]

ବିସ୍ଫୋରକ ସ୍ଥିତିରେ ଅଳିଆ ବିବାଦ : ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ୪ ଦିନ ହେଲା ଭୁଆସୁଣିରେ ଅଳିଆ ପଡ଼ୁନି

ବିଏମ୍‌ସିର ସମନ୍ୱୟ ‌ବୈଠକ, ଆମକୁ କେହି ଡାକିନାହାନ୍ତି: ଦାରୁଠେଙ୍ଗ ଗ୍ରାମବାସୀ ଭୁବନେଶ୍ବର : ରାଜଧାନୀରେ ପୁଣି ଅଳିଆକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଭୁବନେଶ୍ବର ଅଳିଆ ଭୁଆସୁଣିରେ ପଡ଼ିବନି ବୋଲି ପୁଣି ଦାରୁଠେଙ୍ଗ ଗ୍ରାମବାସୀ ଜିଦ୍‌ ଧରିଛନ୍ତି। ଏଥିପାଇଁ ନୂଆବର୍ଷର ପ୍ରଥମ ଦିନରୁ ଭୁଆସୁଣିରେ ଅଳିଆ ପକାଇ ଦେଉ ନାହାନ୍ତି। ଚାରିଦିନ ହେଲା ଭୁଆସୁଣିସ୍ଥିତ ଡମ୍ପିଂୟାର୍ଡରେ ଅଳିଆ ପଡ଼ୁ ନାହିଁ। ଆଉ ତିନି ଚାରି ଦିନ ଏପରି ଜାରି ରହିଲେ ସ୍ଥିତି ଅଣାୟତ୍ତ ହୋଇଯିବ। ଭୁଆସୁଣିରେ […]

ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି : ପହଞ୍ଚିଲେ ୧୭୫୭ରେ, ୧୫ ଧଳା କୁମ୍ଭୀର, ଆଜି ଖୋଲିବ ଭିତରକନିକା

ରାଜନଗର (୦୫/୦୧/୨୦୨୦): ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୪୨ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧୭୫୭କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୧୫ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ଭିତରକନିକାରେ କନିକା ରେଂଜର ମହିଁଷାମୁଣ୍ତା ନିକଟରେ ୨୧ ଫୁଟିଆ କୁମ୍ଭୀରକୁ ଠାବ କରାଯାଇଛି। ଏଥିସହ ଶୁଆଯୋର ଓ […]