ନୂଆଦିଲ୍ଲୀ: ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୯୦ଜଣ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ମାୟାପୁରୀ ଅଞ୍ଚଳରେ ଜୋତା ତିଆରି ହେଉଥିବା କାରଖାନାରେ ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ୨୩ଟି ଦମକଳଗାଡ଼ି ପହଞ୍ଚିବା ସହିତ ୯୦ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁକୁ ଆୟତ୍ତ କରିବା ସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି। ଏହି ଅଗ୍ନିକାଣ୍ଡରେ କେତେଜଣ ମୃତାହତ ହୋଇଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଦିଲ୍ଲୀର ମାୟାପୁରୀ ଫେଜ୍ ଅଞ୍ଚଳରେ […]

ଆବାସିକ ଛାତ୍ରୀ ନିବାସରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିଖୋଜ

ଅଧରାତିରେ ପାଚେରୀ ଡେଇଁ ପଳାଇଲେ ନବମ ଶ୍ରେଣୀ ଛାତ୍ରୀ! ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେନିଗଡ଼ ଆବାସିକ ଛାତ୍ରୀ ନିବାସରୁ ଶୁକ୍ରବାର ରାତିରେ ଜଣେ ନବମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଯାଇଥିବା ଘଟଣା ଏବେ ପଦାକୁ ଆସିଛି। ଏହି ଘଟଣା ପରେ ଉକ୍ତ ଆବାସିକ ଛାତ୍ରୀ ନିବାସର ଅଧୀକ୍ଷକ ତଥା ଆଡ଼େନିଗଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଛାତ୍ରୀଙ୍କ ନିରୁଦ୍ଧିଷ୍ଟ ହେବା ନେଇ ଶନିବାର ସକାଳେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିବା […]

*କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍‌ବୋଧନ, ଏହା ୫ ଟ୍ରିଲିଅନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ, ପୂର୍ବ ଭାରତ ସବୁ ବେଳେ ଦେଶକୁ ନେତୃତ୍ବ ଦେଇଛି, ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି: ଧର୍ମେନ୍ଦ୍ର*

ଭୁବନେଶ୍ୱର ମାର୍କେଟ ବିଲଡିଂରେ ଅଜଣା ଦୁର୍ବୃତ୍ତଙ୍କ ଆତଙ୍କରାଜ: ଭାଙ୍ଗିଲେ ଦୋକାନ, ୨ ଗିରଫ

ଭୁବନେଶ୍ୱର: ଲୋକାରଣ୍ୟ ଥିଲା ବଜାର, ଅଚାନକ ହେଲା ଆକ୍ରମଣ | ଭୁବନେଶ୍ୱରର ମାର୍କେଟ ବିଲଡିଂରେ ଆଜି କିଛି ମୁଖାପିନ୍ଧା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଛନ୍ତି | ଉଠା ଦୋକାନୀଙ୍କୁ ଦୁର୍ବୃତ୍ତ ଗୋଡାଇ ଗୋଡାଇ ପିଟିଛନ୍ତି । ଆଜି ସନ୍ଧ୍ୟାରେ କେହି କିଛି ବୁଝିବା ଆଗରୁ ହଠାତ ୨୦ରୁ୨୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲଡିଂରେ ପହଞ୍ଚିଥିଲେ । ଗୋଟିଏ ମୁଣ୍ଡରୁ ଉଠାଦୋକାନୀଙ୍କ ଉପରେ ଆକ୍ରମଣ କରିଥିଲେ । ହାତରେ ମାରଣାସ୍ତ୍ର ଧରିଥିବା ଏହି ଦୁର୍ବୃତ୍ତମାନେ ଖାଦ୍ୟସାମଗ୍ରୀ ବିକ୍ରି କରୁଥିବା […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐 ଅଦ୍ୟ ଜାନୁଆରୀ ୧୧ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ପ୍ରତିପଦ ରାତ୍ରି ଘ୧୦/୩୬ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ନକ୍ଷତ୍ର-ପୁନର୍ବସୁ ଦିବା ଘ୦୨/୦୫ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର- ମିଥୁନ ଦିବା ଘ୦୮/୨ ୫ପର୍ଯ୍ୟନ୍ତ ତଦନ୍ତେ କର୍କଟ ଯୋଗ-ବୈଧୃତି କରଣ-ବାଳବ ସୂର୍ଯ୍ୟ -ଧନୁ ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୩୩ ଯୋଗିନୀ ପୂର୍ବେ ରାତ୍ରି ଘ୧୦/୩୭ଗତେ ଉତ୍ତରେ କନ୍ୟା ରାଶିର ଘାତଚନ୍ଦ୍ର ବୃଷ,ସିଂହ […]

ଜମିପାଇଁ ୨ ପୁଅ ମା ଏବଂ ଦୁଇ ଭଉଣୀଙ୍କୁ ବାନ୍ଧିଲେ, ଗୋଇଠା ମାରିଲେ, ମୁଥ ମାରିଲେ

କୁଜଙ୍ଗ : ମାନବିକତାର ସବୁ ସୀମା ଲଂଘିଗଲା। ସାମାନ୍ୟ ଜମିପାଇଁ ପୁଅ ନିଜର ମା’ ଓ ଦୁଇ ଭଉଣୀଙ୍କୁ ଜହ୍ଲାଦ ପରି ବ୍ୟବହାର କରି ସେମାନଙ୍କୁ ନଡ଼ିଆ ଗଛରେ ବାନ୍ଧି ପକାଇଲେ। ସର୍ବସମ୍ମୁଖରେ ଦୁଇ ଭଉଣୀ ଓ ମାଙ୍କୁ ମାଡ଼ ଗାଳି ନିର୍ଯାତନା ଦେଇ ଚାଲିଲେ। ଗାଁ ଲୋକ ରୁଣ୍ଡ ହୋଇ ଏହି ଅମାନବୀୟ ଘଟଣାର କେବଳ ମୂକସାକ୍ଷୀ ପାଲଟି ଥିଲେ। ପ୍ରତିବାଦ କରିବାକୁ ସାହସ କରି ନଥିଲେ। ଏଭଳି ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଥିଲା […]

ବଦଳିବ ସୂର୍ଯ୍ୟ ମନ୍ଦିର ରୂପ ରେଖ, ଫେରିବ ୧୨୦୦ କାରିଗରଙ୍କ କଳାକୃତି

କୋଣାର୍କ : ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଆଜି ଭୋର ସାଢ଼େ ୪ଟାରେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ପହଞ୍ଚି ବିକାଶର ନକ୍ସା ଆଙ୍କିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହ ଅନ୍ୟମାନେ ବି ସୂର୍ଯ୍ୟମନ୍ଦିର ଓ ଆଖପାଖ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆପାତତଃ ଫେବ୍ରୁଆରିରୁ ବିକାଶ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି […]

ସାଇବର ଠକେଇରେ ଏକ୍ସପର୍ଟ ଅଷ୍ଟମ ଶ୍ରେଣୀ ଛାତ୍ର

ସମ୍ବଲପୁର: ସମ୍ବଲପୁର ଜିଲା ଏସପି ଡା. କନୱର ବିଶାଳ ସିଂହଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକ ମାନଙ୍କୁ ଅଭିନବ ଉପାୟରେ ଠକେଇ କରୁଥିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୁଲିସ ଜଣେ ନାବାଳକ କୁ ଅଟକ ରଖିଛି। ପୁଲିସ ତା ନିକଟରୁ ଗୋଟିଏ ମୋବାଇଲ, ଦୁଇଟି ସିମ ନଂ ୬୩୭୨୬୭୭୬୮୬ ଓ ୭୮୫୫୯୮୩୩୯୪ ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ଏକ ଲାପଟପ ଜବତ କରିଛି। ଏ ସଂକ୍ରାନ୍ତରେ ଶୁକ୍ରବାର ଟାଉନ ଥାନାରେ […]

ତିନି ପିଲାଙ୍କୁ ଖାଇବାକୁ ଦେବାକୁ ୧୫୦ ଟଙ୍କାରେ ଚୁଟି ବିକିଲେ ମହିଳା

: ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର କଷାଘାତ ତଳେ ଛନ୍ଦି ହୋଇ ଗୋଟିଏ ମା’ ତାର କୁନି କୁନି ପିଲାଙ୍କ ମୁହଁରେ ଦୁଇ ମୁଠା ଦାନା ଦେବା ପାଇଁ ଶେଷରେ ୧୫୦ ଟଙ୍କାରେ ତା’ ମୁଣ୍ଡର ଚୁଟି ବିକିବା ପାଇଁ ବାଧ୍ୟ ହୋଇଛି। ଏହିପରି କିଛି ଘଟଣା ତାମିଲନାଡୁର ଜଣେ ୩୧ ବର୍ଷୀୟ ମହିଳା ପ୍ରେମାଙ୍କ ସହିତ ଘଟିଯାଇଛି। ଯାହାକୁ ପଢ଼ିବା ପରେ ଆପଣ […]

ମହିଳା ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ।

ଆଠଗଡ ଗୋପବନ୍ଧୁ ଯୁକ୍ତ ଦୁଇ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ସ୍ନେହଲତା ତ୍ରିପାଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ପୋଲିସ ଉପଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା,ସଂମାନିତ ଅତିଥି ଭବେ ତହସିଲଦାର ତପନ କୁମାର ଖୁଣ୍ଟିଆ ଓ ବିଧାୟକଙ୍କ ପ୍ରତିନିଧି ତଥା ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶିଶିର […]