ମାନସିକ ଦ୍ୱନ୍ଦ୍ୱମୁକ୍ତ ହୋଇ ପରୀକ୍ଷା ଦିଅ: କେନ୍ଦ୍ରମନ୍ତ୍ରୀ ଧୋତ୍ରେ ମୁଣ୍ଡଳୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀଙ୍କ ଭାବ ବିନିମୟ

କଟକ: ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ ଦ୍ୱନ୍ଦ୍ୱମୁକ୍ତ ହେବା ଆବଶ୍ୟକ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। ଗୁରୁବାର କଟକ ଜିଲ୍ଲା ମୁଣ୍ଡଳୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କାଳରେ ସେ ଏହା […]

ରଉସନ୍ ଫୁଟବଲ୍ ମ୍ୟାଚ ଉଦଯାପିତ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମୁକ୍ତାଦେଇପୁର ଖେଳ ପଡିଆ ରେ ଚତୁର୍ଥ ତମ ରଉସନ୍ ଫୁଟବଲ୍ ମ୍ୟାଚ ଉଦଯାପିତ ହୋଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟ 16 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମ୍ୟାଚ କଟକ ଜିଲା ର୍ କଖଡି କ୍ଲବ୍ ଓ ଢେ଼ଙ୍କାନାଳ ର ଶାରଳା କ୍ଲବ୍ ଗୁଣ୍ଡିଚା ପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ କଖଡି କ୍ଲବ୍ ପେନାଲଟି କିକ ଜରିଆରେ ଢେଙକାନାଳ ର ଶାରଳା କ୍ଲବ କୁ […]

ସେବା ସମବାୟ ସମିତି କାର୍ଯ୍ୟାଳୟରୁ ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟ ଭିତରୁ ଆଜି ଅପରାହ୍ନରେ ଏହାର ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜଗନ୍ନାଥ ପାତ୍ର (୩୫)।ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଉପକଣ୍ଠରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ସେବା ସମବାୟ ସମିତିକୁ ଆଜି ଏହାର ସମ୍ପାଦକ ଜଗନ୍ନାଥ ପାତ୍ର ଓ ତାଙ୍କର ସହଯୋଗୀ ସମ୍ପାଦକ ଅନ୍ୟ ଦିନ ଭଳି ଆଜି ମଧ୍ୟ ଯାଇଥିଲେ। ଅପରାହ୍ନ ୨ଟାରେ ଜଗନ୍ନାଥ ପାତ୍ର […]

ସର୍ବ ସମ୍ମତି କ୍ରମେ ସମୀର ମହାନ୍ତିଙ୍କୁ ସଭାପତି ଭାବେ ଚୟନ

ଭୁବନେଶ୍ୱର ୧୬।୦୧ – ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ଭାବେ ମନୋନୀତ ହୋଇଛନ୍ତି। ସହମତି ଭିତିରେ ତାଙ୍କ ନାମକୁ ଚୟନ କରାଯାଇଥିବା ସୂଚନା ମିଳିଛି ।: ଆସନ୍ତା ୧୭ରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ହେବାର ଥିଲା । ସେଥିପାଇଁ ୧୬ ତାରିଖ ୩ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଥାଆନ୍ତା । ସାଢେ ୪ରୁ ସାଢେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ ସହ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା […]

*👉ଯାଜପୁର ଚଣ୍ଡୀଖୋଲ ଶ୍ରୀରାମପୁର ଟୋଲ ଗେଟ ନିକଟରୁ ଟ୍ରକ ଡ୍ରାଇଭରଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର, ଡ୍ରାଇଭରଙ୍କୁ ହତ୍ୟା ପରେ ଟ୍ରକ୍‌ ଲୁଟ୍‌ କରିଥିବା ସନ୍ଦେହ, ମୃତକ କଟକ ଜଗତପୁରର ବଳରାମ ବାରିକ, ତଦନ୍ତ ଜାରି*

*ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଶିଖ୍ ଯୁବକଙ୍କୁ ଆକ୍ରମଣ ଘଟଣା : ୨୪ଘଣ୍ଟାରେ ଅଭିଯୁକ୍ତଙ୍କୁ ଜାମିନ ନେଇ ପ୍ରଶ୍ନ ଉଠାଇଲେ ପରବିନ୍ଦର ସିଂ । ଏଭଳି କି ଧାରା ଲାଗିଲା ଏତେଶୀଘ୍ର ବେଲ୍ ପାଇଗଲେ । ନ୍ୟାୟିକ ବ୍ୟାବସ୍ଥା ଉପରେ ବିଶ୍ୱାସ ନାହିଁ* *ପୋଲିସ ଉପରୁ ମୋର ସମ୍ପୂର୍ଣ୍ଣ ଭରସା ଉଠିଗଲାଣି । ଯେଉଁ ଧାରା ଲଗାଇବା କଥା ଲଗାଇ ନାହାଁନ୍ତି । ପୋଲିସ ଉପରେ ଚାପ ପଡୁଥିବା ଜଣାପଡୁଛି : ପରବିନ୍ଦର ସିଂ*

ଏଲ୍‌ଟିଟି ଏକ୍ସପ୍ରେସ୍‌ ଛିଡା ହୋଇଥିବା ମାଲଗାଡି କୁ ପଛରୁ ପିଟିଲା ।

କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଏଲ୍‌ଟିଟି ଏକ୍ସପ୍ରେସ୍‌ ଛିଡା ହୋଇଥିବା ଏକ ମାଲଗାଡି କୁ ପଛରୁ ପିଟିଛି,ଫଳରେ 50 ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ସୋଇଛନ୍ତି, ସେମାନଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତି କରାଯାଇଛି, ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଆଜି ସକାଳେ ମୁମ୍ବାଇ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି,୪ଟି ବଗି ଲାଇନ୍‌ଚ୍ୟୁତ୍ ହୋଇଥିବା […]