ପୁଅର ମୃତ ଦେହ ଫେରାଇବାକୁ ଅହମଦାବାଦ୍ ପୁଲିସର ଜୁଲମ, ପିତାଙ୍କ ସମେତ ୫ ଓଡ଼ିଆଙ୍କୁ ଅଟକ

ଅସ୍ତରଙ୍ଗ :ଅହମଦାବାଦ ଶିଳ୍ପାଞ୍ଚଳରେ ଚିରିପାଲ୍ ପଲି ଫିଲ୍ମ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକ ସନ୍ଦେହଜନଙ୍କ ମୃତ୍ୟୁ ପରେ ପୁଅର ମୃତ ଦେହ ବାପକୁ ଫେରାଇବାକୁ ପୁଲିସର ଜୁଲମ ଜାରି ରହିଛି| ଖାଲି ସେତିକି ନୁହେଁ ଏକ ସାଧା କାଗଜରେ ଦସ୍ତଖତ କରି ବାପ ସମେତ ଅନ୍ୟ ପାଞ୍ଚଜଣଙ୍କୁ ଅହମଦାବାଦ୍ ପୁଲିସ୍ ଅଟକ ରଖିବା ସୂଚନା ମିଳିଛି| କେବଳ ସେତିକି ନୁହେଁ,ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପାକୁ ହାଜତରେ ରଖି ନିର୍ଯାତନା ଦେବା ସହ […]

ଶାହାଙ୍କ ଯୁଗ ଶେଷ: ଜଗତ ପ୍ରସାଦ ନଡ୍ଡା ହେଲେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗତ ପ୍ରସାଦ ନଡ୍ଡା ଆଜି (ସୋମବାର) ନିର୍ଦ୍ୱନ୍ଦ୍ୱରେ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳ ମଧ୍ୟରେ ଜେପି ନଡ୍ଡା ନାମରେ ଖ୍ୟାତ ଏହି ବରିଷ୍ଠ ନେତା ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ ଏବଂ ଦଳର ଜଣେ ନିରବ ନୀତି ନିର୍ଦ୍ଧାରକ ଭାବେ ଦଳ ମଧ୍ୟରେ ତାଙ୍କର ଯଥେଷ୍ଟ ଖ୍ୟାତି ଓ ସୁନାମ ରହିଥିଲା। ଦଳର […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୨୦ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ଏକାଦଶୀ ରାତ୍ରି ଘ୦୨/୪୫ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର-ଅନୁରାଧା ରାତ୍ର ଘ୧୨/୪୭ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ଚନ୍ଦ୍ର-ବିଛା ଯୋଗ-ଗଣ୍ଡ କରଣ-ବବ ସୂର୍ଯ୍ୟ -ମକର ୦୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୪୩ ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୨/୪୫ଗତେ ନୈଋତକୋଣେ ମିଥୁନ ରାଶିର ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା […]

ସରିଲା ଶିଶୁପାଳଗଡ଼ ମହୋତ୍ସବ : ବିଜୟ ମହାନ୍ତିଙ୍କୁ ଆଜୀବନ ସାଧନା ସମ୍ମାନ

ଭୁବନେଶ୍ବର : ଶିଶୁପାଳଗଡ଼ ମହୋତ୍ସବ ରବିବାର ଶେଷ ହୋଇଛି। ୪ଦିନ ଧରି ଆୟୋଜିତ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଅଧ୍ୟକ୍ଷତା କରିଥିଲେ। ସଭାରେ ମୁଖ୍ୟ ଅତିଥି ରୂପେ ଗୃହ, ଶକ୍ତି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଜଳସଂପଦ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ସଞ୍ଜୟ […]

ପୁଣି ଖାକିରେ ଦାଗ; ସହକର୍ମୀଙ୍କ ସାଢେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ, କନେଷ୍ଟବଳ ଗିରଫ

ପାରାଦୀପ: ପୁଣି ଖାକି ପୋଷାକରେ ଲାଗିଛି ଦାଗ। ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଜଣେ ସାଢେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି। ସିଆଇଏସଏଫ୍‌ର ମୁଖ୍ୟ କନେଷ୍ଟବଲ ଏମ୍.କାଣ୍ଡାସ୍ବାମୀଙ୍କୁ ଅଭୟଚାନନ୍ଦପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତ କନେଷ୍ଟବଳର ଘର ତାମିଲନାଡୁରେ କିନ୍ତୁ ସେ ସିଆଇଏସଏଫ୍ ବାରାକ୍‌ରେ ରହୁଥିଲେ। ପଡୋଶୀ ଘରର ଝିଅକୁ ଚକୋଲେଟ୍ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାକୁ ଡାକ୍ତରୀ ମଇନା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇ […]

ଘରକୁ ଫେରିଲେ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ

ପୁରୀ: ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ ଘରକୁ ଫେରିଛନ୍ତି। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିବା ପ୍ଲାଷ୍ଟିକ ଇଞ୍ଜିନିୟରଙ୍କ କଥା ଗଣମାଧ୍ୟମ ମୁଖ୍ୟ ଖବର ପାଲଟିଥିଲା। ପୁରୀ ବଡ଼ଦାଣ୍ଡରେ ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କ ଭିକ୍ଷାବୃତ୍ତିକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଉଚ୍ଚଶିକ୍ଷିତ ହୋଇ କଣ ପାଇଁ ଭିକ୍ଷା ବୃତ୍ତି କରୁଥିଲେ ସମସ୍ତଙ୍କ ମନରେ […]

ନାମ କମାଇବା ନିଶା, ନାମ ନଦେଉ ।

ଆଠଗଡ଼ :: ଦୁଇ ମାସ ଧରି ଆଠଗଡ଼ରେ ଚାଲିଥିବା ବଜ୍ରକାପ୍ତା ଘଟଣା ଦିନକୁଦିନ ରହସ୍ୟ ଘେରକୁ ଗଲାଣି,ଗତକାଲି ତିନି ଜଣଙ୍କୁ ବନବିଭାଗ ଗିରଫ କରିବା ପରେ, ସେହି ଘଟଣାରେ ଅଭିଯୁକ୍ତମାନେ ଦେଇଛନ୍ତି ଚାଞ୍ଚଲ୍ୟକର ବୟ।ନ । ବନ ବିଭାଗ ସୂଚନା ଅନୁଯାୟି ସେମାନଙ୍କୁ ନରାଜ ନିକଟରୁ ନାଟକିୟ ଢଙ୍ଗରେ କିଙ୍ଗପିନ୍ କୁ ଗିରଫ କରାଯାଇଥିବା କୁହାଯାଉଥିବା ବେଳେ ଏହି କଥାକୁ ସିଧାସଳଖ ଖଣ୍ଡନ କରିଛନ୍ତି ୩ ଅଭିଯୁକ୍ତ । ସେମାନଙ୍କୁ ରାତି ଅଧରେ ଶୋଇଥିବା ଅବସ୍ଥାରେ ଘରୁଉଠାଇ […]

ଜେଲରେ ବିଧବା ହେଲେ ମହିଳା, ଦଶପଲ୍ଲା ଉପ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଉପ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେହି ଉପ କାରାଗାରରେ ଥିବା ମୃତକଙ୍କ ସ୍ତ୍ରୀ ବିଧବା ହୋଇଛନ୍ତି। ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କର ବୟସ ୪୫ ବର୍ଷ ଏବଂ ତାଙ୍କ ଘର ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ଗାଁରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୃଷ୍ଣଚନ୍ଦ୍ର ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଉପ କାରାଗାର କର୍ତ୍ତୃପକ୍ଷ ତାଙ୍କୁ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୯ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ଦଶମୀ ରାତ୍ରି ଘ୦୩/୨୫ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ବିଶାଖା ରାତ୍ର ଘ୦୧/୦୭ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ଚନ୍ଦ୍ର- ତୁଳା ରାତ୍ର ଘ୦୭/୧୩ ପର୍ଯ୍ୟନ୍ତ ତଦନ୍ତେ ବିଛା ଯୋଗ-ଶୂଳ କରଣ-ବାଣିଜ୍ୟ ସୂର୍ଯ୍ୟ -ମକର ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୦୩ ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୨୫ଗତେ ଅଗ୍ନିକୋଣେ ମେଷ ରାଶିର ଘାତବାର ଅଦ୍ୟ […]