ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର

ଗୋପାଳପୁର : ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନାମରେ ରହିଥିବା ଜମିର ରାମଚନ୍ଦ୍ରପୁର ମୌଜା ଅନ୍ତର୍ଗତ ମୋନାର୍ଚ ଛକ ସନ୍ନିକଟ ସ୍ଥାନରେ ପ୍ଲଟ ନଂ ୬୪୬ ଓ ଖାତା ନଂ ୬୩୩/୨୩ରେ  ଗତ ୨୦୧୬ ମସିହାରେ ରାଜ୍ୟ ପ୍ଲାନରୁ ୩୨୨.୨୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ଦୁଇ ମହଲା ବିଶିଷ୍ଟ  ରାସ୍ତା ଓ […]

ନିଶା ରେ ଦିଶିଲାନି ରାସ୍ତା ଭାରସାମ୍ୟ ହରାଇ ଝରଝରୀ ଘାଟୀରେ ବାଇକ ଚୁରମାର , ୨ ଗୁରୁତର

ଆଠମଲ୍ଲିକ : ଅନୁଗୁଳ ଜିଲା ଆଠମଲ୍ଲିକ ବଇଣ୍ଡା ପୂର୍ତ ରାସ୍ତାର ପଞ୍ଚଧାରା ଘାଟୀ ରାସ୍ତା ଝରଝରୀ ଘାଟୀ ଠାରେ ବୁଧବାର ଦ୍ବିପ୍ରହର ପ୍ରାୟ ୨ଟା ବେଳକୁ ବାଇକ ଦୁର୍ଘଟଣାରେ ୨ଜଣ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଠମଲ୍ଲିକ ନିକଟସ୍ଥ ଖମ୍ବେଶ୍ୱରପାଲି ଗ୍ରାମର ଭଜମନ ଦେହୁରୀ ଏବଂ ମାଧପୁର ଗ୍ରାମର ଅଶୋକ ଭୁକ୍ତା ଏକ ବାଇକ ନଂ ସିଡି୧୯ଏଲ ୭୬୫୫ ଯୋଗେ କୃତିବାସପୁର ହାଟରୁ ଫେରୁଥିବା ବେଳେ ଝରଝରୀ ଘାଟୀ ରାସ୍ତାରେ […]

ସିଏଏ ସମର୍ଥନରେ ଯାଜପୁରରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

ଯାଜପୁର:ଯାଜପୁର ଜିଲା ସଦର ମହକୁମାରେ ବୁଧବାର ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ସହର ପରିକ୍ରମା କରିଛନ୍ତି। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ସାମିଲ ହୋଇ ସିଏଏ ସପକ୍ଷରେ ଲୋକଙ୍କୁ ସଚେତନ କରିଥିଲେ। ସିଏଏ ଦେଶର କୌଣସି ସଂଖ୍ୟାଲଘୁ ନାଗରିକଙ୍କୁ ନାଗରିକତ୍ଵରୁ […]

ଚକମା ଦେଇ ପଳାଉ ଥିଲା, ଶେଷରେ କାବୁ ହେଲା ।

ଅନୁଗୁଳ(ବ୍ୟୁରୋ): ଗତ କିଛିଦିନ ଧରି ଅନୁଗୋଳ ବନଖଣ୍ଡ ତାଳଚେର ବନାଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାକୁ  ଟ୍ରଙ୍କୁଲାଇଜ କରିବାରେ ସଫଳ ହୋଇଥିବା ବନବିଭାଗ ଆଜି ତାକୁ ଏକ ଟ୍ରକରେ ନେଇ କପିଳାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହାତୀକୁ କାବୁ କରିବା  ନିମନ୍ତେ ୧୭ ତାରିଖରେ ପହଞ୍ଚିଥିଲେ ଟ୍ରଙ୍କୁଲାଇଜ ଟିମ୍‌ । କିଛିଦିନ ଧରି ହାତୀକୁ କାବୁ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ଚକମା ଦେଉଥିଲା ଦନ୍ତା ।ଗତ ୨୦ତାରିଖରେ ଅନନ୍ତ ପମ୍ପ ହାଉସ ନିକଟ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୨୨ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ତ୍ରୟୋଦଶୀ ରାତ୍ରି ଘ୦୨/୦୫ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ମୂଳା ରାତ୍ର ଘ୦୧/୧୫ପର୍ଯ୍ୟନ୍ତ ତଦନ୍ତେ ପୂ:ଷାଢା ଚନ୍ଦ୍ର- ଧନୁ ଯୋଗ-ବ୍ୟାଘାତ କରଣ-ଗର ସୂର୍ଯ୍ୟ -ମକର ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୪୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୫୩ ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୨/୨୫ଗତେ ପଶ୍ଚିମେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ […]

ସିରିଡି ସାଇ ଟ୍ରେନରୁ ଖସି ଡାକ୍ତର ମୃତ

ଅନୁଗୁଳ: ଅନୁଗୁଳ ଜିଲା ବଇଣ୍ଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ କୁଳମଣି ସାମଲ । ସାଇନଗର ରୁ ପୁରୀ ଯାଉଥିବା ଟ୍ରେନରେ ଭୁବନେଶ୍ବର ଯିବା ପାଇଁ ବାହାରିଥିବା ଡାକ୍ତର ସାମଲ ଟ୍ରେନରେ ଚଢ଼ୁ ଥିବା ସମୟରେ ଗୋଡ଼ ଖସି ଯାଇଥିଲା। ସେହି ସମୟରେ ଟ୍ରେନ ଛାଡି ଦେବାରୁ ଟ୍ରାକରେ ଡାକ୍ତରଙ୍କୁ ଟ୍ରେନ କିଛି ବାଟ ଘୋସାଡି ହୋଇଯାଇଥିଲେ । ଫଳରେ […]

ଅସ୍ଥିଶଲ୍ୟ ଚିକିତ୍ସାର ଆଦ୍ୟ ଭୂମି କୁଲାଇଲୋର ଧନନ୍ତ୍ୱରୀଙ୍କ ମାନସ ସନ୍ତାନ ପ୍ରତାପରୁଦ୍ର ।

ଅସ୍ଥିଶଲ୍ୟ ଚିକିସ୍ଥକ ସମାଜସେବୀ ପ୍ରତାପରୁଦ୍ର ବେଉରାଙ୍କ 79 ତମ ଜନ୍ମଦିନ ଆସନ୍ତା ୨୫ ତାରିଖ ଦିନ ଢେଙ୍କାନାଳ ଗୋବିନ୍ଦପୁର ଜରାଶ୍ରମ ଠାରେ ପାଳିତ ହେବ,ହାଡଭଙ୍ଗା ରୋଗୀମାନଙ୍କୁ ନିଃସ୍ୱାର୍ଥପର ଭାବେ ସେବା କରି ଆଠଗଡ କୁଲାଇଲୋ ଅଞ୍ଚଳକୁ ପ୍ରସିଦ୍ଧ କରିପାରିଛନ୍ତି, ପ୍ରତାପରୁଦ୍ରଙ୍କ ପରିବାରର ୪ ପୁରୁଷ ଧରି ଏହି ଅସ୍ଥିଚିକିସ୍ଥା ସେବା ଯୋଗାଇ ଦେଇ ଆସୁଥିବା ବେଳେ ତାଙ୍କ ବାପା ଅନନ୍ତ ବେଉରା ଏହି ଅସ୍ଥିଶଲ୍ୟ ଚିକିସ୍ଥାକୁ ବହୁ ଆଗକୁ ନେଇଥିଲେ, ତାଙ୍କଠାରୁ ଏହି ଚିକିତ୍ସା ଶିଖି ଏବେ […]

ଛାତ୍ରଛାତ୍ରୀ ମାନଙ୍କ ଆନ୍ଦୋଳନ ଦେଖି ମନ୍ତ୍ରୀ ଛାନିଆ । ତରତର ହୋଇ କହିଲେ ଏଥର ଲାଗୁ ହବନି ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେଲେ ଆଉ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ ବୋଲି ଗଣ ଶିକ୍ଷାମନ୍ତ୍ରୀ କହିବା ପରେ ଆଜି ଠାରୁ ସାରା ରାଜ୍ୟରେ ଛାତ୍ରଛାତ୍ରୀ ତାତି ଛନ୍ତି ଓ ରାଜରାସ୍ତାକୁ ଓଲ୍ହାଇ ରାସ୍ତାରୋକ କରିବା ଘଟଣା ଦେଖିବାକୁ ମିଳିଛି,ଭୁବନେଶ୍ବର ରେ ଅନେକ ମହାବିଦ୍ୟାଳୟ ର୍ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଆସି ଟାୟାର ଜାଳି ରାସ୍ତାରୋକ କରିଥିଲେ,କଟକ ଜିଲା ତିଗିରିଆ ଠାରେ ପ୍ରସନମଣୀ ମହାବିଦ୍ୟାଳୟ ର୍ ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିବା […]

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଏବେବି ଜଳୁଛି ଘର, ଏବେବି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ଛାରଖାର ହେଉଛି । ଖଟିଖିଆ ଗରୀବ ଲୋକର ବର୍ଷକର ଆହାର, ପିନ୍ଧିବା ବସ୍ତ୍ର, ଖାଇବା ପାଇଁ ଉଦ୍ଦିଷ୍ଟ ବାସନ୍ ସବୁ କିଛି ହେଉଛି ଛାର ଖାର । କାହାପାଇଁ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାହାପାଇଁ ବିଜୁ କୁଟୀର ଯୋଜନା, କାହାପାଇଁ ହୋଇଛି ଏତେ ସବୁ ଯୋଜନା ? ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ପଞ୍ଚାୟତର […]