ଶାଗ ତୋଳିବା ବେଳେ ଖସି ପଡିଯିବାରୁ ଜୀବନ ଗଲା

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ବରଡା ଶାଗ ତୋଳିବା ବେଳେ ଗଛରୁ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି l ସୂଚନା ଅନୁଯାୟୀ, କୋଟଗଡ ଥାନା ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରଡା ଗ୍ରାମର ମାଧବ ମୁଠାମାଝୀ (୫୦ ବର୍ଷ) ସନ୍ଧ୍ୟାରେ ବରଡା ଶାଗ ତୋଳିବା ପାଇଁ ଗଛ ଉପରେ ଚଡିଥିଲେ l ଅସାବଧାନତା ବଶତଃ ସେ ପ୍ରାୟ ୨୫ ଫୁଟ ଉପରୁ […]

ଫୁଲବାଣୀରେ ବ୍ୟାଙ୍କ ସମ୍ମୁଖ ରୁ ସତରଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ରେ ପୁଣି କଳା ପଲ୍ସସର୍ ର ଆତଙ୍କ l ବ୍ୟବସାୟୀ ଙ୍କ ଠାରୁ ଲୁଟି ନେଲେ 17 ଲକ୍ଷ 50 ହଜାର ଟଙ୍କା l ଫୁଲବାଣୀ ର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟି ରେ ଏକ୍ସିସ୍ ବ୍ୟାଙ୍କ୍ ରେ ଟଙ୍କା ଡିପୋଜିଟ କରିବାକୁ ଯାଉ ଥିବାବେଳେ ବ୍ୟାଙ୍କ ସମ୍ମୁଖରୁ 17 ଲକ୍ଷ 50 ହଜାରଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ l ସୂଚନା […]

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମିତି ପରିସରରେ ଥିବା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏଥିରେ […]

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ “ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତ ପରିବେଷଣ କରାଯାଇଥିଲା l ପରେ ପରେ ସଭା ଗୃହ ପରିସରରେ ଏକ ସାଧାରଣ ସଭା ର […]

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ପଡ଼ିବା ବେଳେ ନାବାଳକର ମଳ ଦ୍ବାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶନିବାର ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ […]

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ଦଶ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ କୁମେଲ ସିଙ୍ଗ ଗ୍ରାମ ରପ୍ରବେଶ ଡିଗାଲ ଙ୍କ ଘର ଉପରେ ଚଢ଼lଉ କରି ଦଶ କୁଇଣ୍ଟାଲ ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ମହଜୁଦ ରଖା ଯାଇଥିବା ନେଇ […]

ଫୁଲବାଣୀ ରିଜର୍ଭପଡ଼ିଆରେ ୮୮ ତମପୋଲିସ ପ୍ରତିଷ୍ଠା ଦିବସ

ଫୁଲବାଣୀ( ଉଲ୍ଲାପ୍ର )ଶନିବାର ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭପଡିଆଠାରେ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟଅତିଥି ରୁପେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସର୍ବଦା ନିଷ୍ଠା, ଆନ୍ତରୀକତା ଓ ଉସ୍ପର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରି ସମସ୍ତଙ୍କ ପଶସାଂ ଭାଜନ ହେବାଲାଗି ପରାମର୍ଶ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଲଳିତ କୁମାର ପଟନାୟକ,ଏସିଡି ପିଓ […]

ଜିଲ୍ଲା ସ୍ତରୀୟ୮ ୮ ତମ ଉତ୍କଳ ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ୮ ୮ ତମ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଥିଲା lସକାଳୁ ସକାଳୁ ସହରରେ ଥିବା ଗୋପବନ୍ଧୁ, ମଧୁବାବୁ ପ୍ରତି ମୂର୍ତ୍ତି ରେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ […]

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜୋରିମାନା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ବିଚାରପତି । ୧୨ଜଣ ସାକ୍ଷୀ ବୟାନ ଆଧାରକୁ ଵିଚାର କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ ଆଉ ଅଧିକ ୩ ମାସ କାରାଦଣ୍ଡ […]

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ
ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକ ଯୁବତୀ ଙ୍କୁ ସମ୍ବର୍ଧନା

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର ରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ନେହୁରୁଯୁବ କେନ୍ଦ୍ରର ବରିଷ୍ଠ ସ୍ବେଛାସେବୀ ସତ୍ୟ ବାନ ଦଳ ବେହେରା ଙ୍କ ସଭାପତିତ୍ୱ ରେଅନୂଷ୍ଠିତ ସଭାରେମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ପ୍ରେସ କ୍ଲବ ସଭାପତି […]