🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଫେବୃୟାରୀ ୦୪ ତାରିଖ ୨୦୨୦ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ଦଶମୀ ରାତ୍ରି ଘ୦୯/୩୭ ପର୍ଯ୍ୟନ୍ତ ଏକାଦଶୀ ନକ୍ଷତ୍ର-ରୋହିଣୀ ରାତ୍ରି ଘ୦୨/୪୦ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷ ଯୋଗ-ବ୍ରହ୍ମ କରଣ-ତୈତିଳ ସୂର୍ଯ୍ୟ -ମକର ୨୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୪/୪୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୫୩ ଯୋଗିନୀ ଉତ୍ତରେ ରାତ୍ରି ଘ ୦୯/୫୭ ଗତେ ଅଗ୍ନିକୋଣେ ବିଛା ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ […]

ଅସୁରକ୍ଷିତ ବନ୍ୟଜନ୍ତୁ । ବନ ବିଭାଗକୁ ନାମ କମାଇବା ନିଶା ଲାଗିଛି

ଆଠଗଡ଼ (୦୩/୦୨/୨୦୨୦) ମନୋରଞ୍ଜନ ମହାପାତ୍ର : ଆଜି ଅପରାହ୍ନ ସମୟରେ ସୁକାସନ ଜଙ୍ଗଲରୁ ଏକ ଆହତ ହରିଣ ଜନବସତି ଆଡ଼କୁ ଦୋୖଡି ଚାଲି ଆସିଥିଲା ।ଏହାର ଗୋଡ଼ରେ ତୀର ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ବୁଲା କୁକୁର ହରିଣ ଟିକୁ କାମୁଡିବା ପାଇଁ ତଡିଥିଲେ । ଏଭଳି ତଡାତଡି ଚାଲିଥିବା ସମୟରେ ସ୍ଥାନୀୟ ବାସିନ୍ଦା ହରିଣ ଟିକୁ ସାହାଯ୍ୟ କରିବାକୁ ଆସି କୁକୁର ମାନଙ୍କୁ ତଡି ଦେଇଥିଲେ । ସ୍ଥାନୀୟ ବାସିନ୍ଦା […]

ପୁରୀରେ ଚକ ବନ୍ଦ ଡାକରା, ମଙ୍ଗଳବାର ଗଡିବନି ବସ

ପୁରୀ: ମଙ୍ଗଳବାର ପୁରୀରୁ ଗଡିବନି ବସ୍। ଜଣେ ବସ୍ ଚାଳକଙ୍କୁ ମାଡ ମାରି ହତ୍ୟା କରିବା ଅଭିଯୋଗ ଓ ପ୍ରତିବାଦରେ ପୁରୀ ବସ ମାଲିକ ପକ୍ଷରୁ ଦିନିକିଆ ଚକ ବନ୍ଦ ଡାକରା ଦିଆଯାଇଛି। ଏନେଇ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ସୋମବାରଏକ ସମ୍ମାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ପୁରୀର ୨୦୦ଟି ବସ୍ ଏବଂ ୮୦୦ ଜଣେ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ତେଣୁ ଆସନ୍ତାକାଲି ପୁରୀରୁ ବିଭିନ୍ନ ଜିଲାକୁ ବସ୍ ଯାତାୟତ ବାଧାପ୍ରାପ୍ତ […]

ତାତିଲା ମେହେନ୍ତର ସଙ୍ଘ

ଆଠଗଡ ସହରରେ ଉଡ଼ିଲାଣି ଅଳିଆ,ଗତ ୧୪ ଦିନ ଧରି ଆଠଗଡ ସହରରେ ସଫେଇ କର୍ମଚାରୀ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ କରିଦେଇଥିବା ଯୋଗୁ ଏବେ ଆଠଗଡ ସହର ଅଳିଆ ଗଦା ରେ ପରିଣତ ହୋଇଛି, ଆଠଗଡ ଏନ୍ଏସି ଗଠନ ହେବାର ଇତି ମଧ୍ୟରେ ୪୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିର ଦିନରେ ମାତ୍ର ୪ ଜଣ ସଫେଇ କର୍ମଚାରୀ ସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି, ଅନ୍ୟ ୪୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ମାନେ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹ମହାବୀର ପଞ୍ଜିକା*🌹💐🌷 ~~~~~ *ଅଦ୍ୟ ଫେବୃୟାରୀ ୦୩ ତାରିଖ ୨୦୨୦ମସିହା(ସେମବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ନବମୀ ରାତ୍ରି ଘ୦୯/୨୭ ପର୍ଯ୍ୟନ୍ତ ଦଶମୀ ନକ୍ଷତ୍ର-କୃତିକା ରାତ୍ରି ଘ୦୧/୪୩ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ଚନ୍ଦ୍ର- ମେଷ ପ୍ରାତଃ ଘ୦୬/୩୨ ପର୍ଯ୍ୟନ୍ତ ତଦନ୍ତେ ବୃଷ ଯୋଗ-ଶୁକ୍ଳ କରଣ-ବଳବ ସୂର୍ଯ୍ୟ -ମକର ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୦୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୨୩ ଯୋଗିନୀ ପୂର୍ବେ ରାତ୍ରି ଘ ୦୯/୨୭ ଗତେ […]

ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବହୁପ୍ରତୀକ୍ଷିତ ସିନେମା ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ଘୋଷିତ ହୋଇଛି। ଏହା ୨୦୨୦ ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ବୋଲି ଜଣାଯାଇଛି। ଫିଲ୍ମର ନିର୍ମାତା କରଣ ଜୋହର୍ ନିଜର ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ହିନ୍ଦୀ, ତେଲୁଗୁ, ତାମିଲ୍, ମାଲୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ। ସୂଚନାଯୋଗ୍ୟ ‘ବ୍ରହ୍ମାସ୍ତ୍ର’ରେ ନାୟକ ଓ ନାୟିକା ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ମୌନୀ ରୟ, ଅମିତାଭ ବଚ୍ଚନ ଓ […]

କାଳିଜାଈ ପୀଠରୁ ଭୋଜି ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା, ୬ ଉଦ୍ଧାର, ୨ ଗୁରୁତର

ବାଲୁଗାଁ: ମରାଳ ମାଳିନୀ ଚିଲିକା ହ୍ରଦରେ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମା’ କାଳିଜାଈ ପୀଠରୁ ଫେରୁଥିବା ଡଙ୍ଗା ବୁଡ଼ି ଯାଇଛି। ରିପୋର୍ଟ ଲେଖାହେଲା ବେଳକୁ ୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍‌ ଓ ମତ୍ସଜୀବୀମାନେ। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। […]

ଧର୍ମଶାଳାରେ ପୁଣି ଲଜ୍ଜା : ସରସ୍ୱତୀ ପୂଜାରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ନାବାଳକ ଗିରଫ, ୪ କଲେଜ ଛାତ୍ର ଫେରାର

ଯାଜପୁର/ସଦର  ଧର୍ମଶାଳାରେ ପୁଣି ଲଜ୍ଜା। ପୁଣି ଜଣେ ନାବାଳିକାକୁ ଅସଦାଚରଣ। ପବିତ୍ର ଶ୍ରୀପଞ୍ଚମୀ ଦିନ ସ୍କୁଲରେ ସରସ୍ବତୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ସହଯୋଗରେ କେତେକ କଲେଜ ପଢ଼ୁଆ ଛାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଘଟଣା ପ୍ରଘଟ କଲେ ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୋଟିଏ ମାସରେ ତିନି ତିନି ଜଣ ନାବାଳିକାକୁ ଦୁଷ୍କର୍ମ, ଅସଦାଚରଣ ଭଳି ଘଟଣାକୁ […]

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ ରାସ୍ତା ପାର୍ଶ୍ବରୁ ବାଇକ୍ ସହ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା/ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୂଷା ହାଜତ ମୃତ୍ୟୁ ଘଟଣାକୁ ସାମନାକୁ ଆଣିବାରେ ଗୋଟିଏ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ବାସିନ୍ଦା ରଂଜନ କୁମାର ଦାସ(୪୨)ଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମାର୍ଶାଘାଇ ଥାନା ପୁଲିସ ହଳଦିଆ-ପୋତାରୀ ରାସ୍ତାର […]

ସେନା କ୍ୟାମ୍ପରେ ଖୁସିରେ ନାଚିଲେ ଚୀନରୁ ଫେରିଥିବା ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଚୀନରେ ଫଶିଥିବା ଭାରତୀୟ ଛାତ୍ର ସ୍ବଦେଶ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଯାଇଛି। ରବିବାର ୨ୟ ପର୍ଯ୍ୟାୟରେ ଏୟାର ଇଣ୍ଡିଆର ଏକ ବିମାନ ୩୩୦ ଛାତ୍ରଙ୍କୁ ଚୀନର ଉହାନରୁ ଆଣି ଭାରତରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରେ ୩୨୩ ଭାରତୀୟ ଛାତ୍ର ଥିବାବେଳେ ୭ ଛାତ୍ର ମାଳଦ୍ବୀପର ଥିଲେ। ବିମାନରୁ ଓହ୍ଲାଇବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହା ପରେ ସେମାନଙ୍କୁ ଭାରତୀୟ ସେନାର ମାନେସର ଏବଂ ଆଇଟିବିପିର ଛାବଲାସ୍ଥିତ କ୍ୟାମ୍ପକୁ […]