ସୂର୍ଯ୍ୟ ମନ୍ଦିର: ତାଳୁରୁ ତଳିପା ଭର୍ତି ହେଲାଣି ସାଦା ପଥର, ମୁଖଶାଳାରେ ଏବେ ୬୦ ପ୍ରତିଶତ ସାଦା ପଥର

କୋଣାର୍କ : ତ୍ରୟୋଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ। ଗତ ସାତଶହ ବର୍ଷ ଧରି ଓଡ଼ିଆ ଜାତି, ସଂସ୍କୃତି , ପରମ୍ପରା , କଳା ଭାସ୍କର୍ଯ୍ୟର ପରିଚୟକୁ ଧରି ଛିଡ଼ା ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର। ତ୍ରୟୋଦଶ ଶତାଦ୍ଦୀରେ ବାର ଶହ ଉତ୍କଳୀୟ କାରିଗରଙ୍କ ବାରବର୍ଷର ପରିଶ୍ରମ ସହ ବାରବର୍ଷର ତତ୍କାଳୀନ ଓଡ଼ିଶାର ରାଜସ୍ବ ଖର୍ଚ୍ଚ ଏଥିରେ ଖର୍ଚ୍ଚ ହୋଇଥିଲା। ତେବେ ଏହି ଅଦ୍ବିତୀୟ ଭାସ୍କର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟ ଅପେକ୍ଷା ମନୁଷ୍ୟକୃତ ବିପର୍ଯ୍ୟୟ ଦ୍ବାରା ଅଧିକ ନଷ୍ଟ ହୋଇଛି। ଏହାର […]

ରବିବାର ଖୋଲା ରହ‌େ ସ୍କୁଲ, ସାପ୍ତାହିକ ଛୁଟି ସୋମବାର

ଆଠଗଡ଼: ସାଧାରଣ ଭାବେ ରାଜ୍ୟର ସମସ୍ତ ସ୍କୁଲ୍ ରବିବାର ଛୁଟି ରହୁଥିବା ବେଳେ ଏହାର ବ୍ୟତିକ୍ରମ ଆଠଗଡ଼ରେ ଦେଖିବାକୁ ମିଳିଛି।  ସବୁ ବିଦ୍ୟାଳୟ ରବିବାରରେ ବନ୍ଦ ରହୁଥିବା ବେଳେ ଏଠାରେ ଖୋଲା ରହୁଛି ସ୍କୁଲ । ସୋମବାରରେ ଛୁଟି ରହୁଛି ବିଦ୍ୟାଳୟ । ଆଜି କାଲି ନୁହେଁ,  ୧୯୧୬ ମସିହାରୁ  ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଥିବା ଧବଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଧାରା ଚାଲୁ ରହିଛି। ସମସ୍ତେ ଜାଣନ୍ତି ରବିବାର ମାନେ ସ୍କୁଲ ଛୁଟି, […]

୭୦୦ ଓ ୬୦୦ ଗ୍ରାମ୍‌ ଓଜନର ଦୁଇ ଖଣ୍ଡ ହାତୀଦାନ୍ତ ଜବତ, ୫ ଗିରଫ

ବାରିପଦା (ରାଜକିଶୋର ଦାସ): ହାତୀଦାନ୍ତ ଚୋରା ଚାଲାଣ ବେଳେ ଆଜି ବାରିପଦା ବନଖଣ୍ଡ ପକ୍ଷରୁ ଦୁଇଖଣ୍ଡ ହାତୀଦାନ୍ତ ଜବତ କରାଯାଇଛି। ବାରିପଦା ବନଖଣ୍ଡ ଅଧିନସ୍ତ ତିତିଆ ଛକ ନିକଟରୁ ଏହାକୁ ଜବତ କରାଯାଇଛି। ଏହାସହିତ ଏହାକୁ ଚୋରା ଚାଲାଣ କରୁଥିବା ୫ଜଣ ବେପାରୀଙ୍କୁ ମଧ୍ୟ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ୪୫ ସେଣ୍ଟିମିଟର ଲମ୍ବ ଓ ୭୦୦ ଗ୍ରାମ୍‌ ଓଜନର ଗୋଟିଏ ଏବଂ ୩୮ସେଣ୍ଟିମିଟର୍‌ ଲମ୍ବ ଓ ୬୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ମୋଟ୍‌ ଦୁଇଟି ହାତୀଦାନ୍ତ ଜବତ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୧୪ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ଷଷ୍ଠି ରାତ୍ରି ଘ୦୭/୦୨ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ଚିତ୍ରା ଦିବା ଘ୦୮/୩୪ ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ଚନ୍ଦ୍ର-ତୁଳା ଯୋଗ-ଗଣ୍ଡ କରଣ-ଗର ସୂର୍ଯ୍ୟ -କୁମ୍ଭ ୦୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୧୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୧୯ ଯୋଗିନୀ ପଶ୍ଚିମେ ରାତ୍ର ଘ ୦୭/୦୨ଗତେ ବାୟବ୍ୟେ ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଷଷ୍ଠୀର ଏକୋଦିଷ୍ଠ […]

କଟୁରିରେ ହାଣି ଦୁର୍ବୁତ୍ତ ଫେରାର,ଦିନ ଦୁଇପହରରେ ଘଟୁଛି ଘଟଣା,ଦହିସରା ପୋଲିଆ ତଳେ ଚୋଟ ପରେ ଚୋଟ ମାରିଲା ଦୁର୍ବୁତ୍ତ,ବିଲରେ କାମ କରୁଥିବା ଚାଷୀଙ୍କ ପାଇଁ ଜୀବନ ବଂଚିଲା ବୈକୁଣ୍ଠର,ହେଲେ ଅବସ୍ଥା ଗୁରୁତର

ଆଠଗଡ ଘଣ୍ଟିଖାଲ ରାସ୍ତାର ଦହିସରା ଠାରେ ଆଜି ଅପରାହ୍ନରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି, ଆଠଗଡ ଥାନା ବାସୁଦେବପୁର ଗ୍ରାମର ବୈକୁଣ୍ଠ ଗଣ୍ଠିଆ ଆରତୀ ଷ୍ଟିଲ ପ୍ଲାଣ୍ଟରୁ ଅପରାହ୍ନରେ ଡିଉଟି ସାରି ବାଇକ ରେ ଗାଁ କୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି କ୍ରମେ ଦହିସରା ନିକଟରେ ସେହି ଗ୍ରାମର ଟୁଲୁ ରାଉତ ଅନ୍ୟଜଣକୁ ବାଇକ ରେ ବସାଇ ବୈକୁଣ୍ଠ କୁ ଧକା ଦେଇଥିଲା, ବୈକୁଣ୍ଠ ରାସ୍ତା ଉପରୁ ଏକ ପୋଲତଳେ ପଡିଯାଇଥିବା ବେଳେ ଟୁଲୁ […]

ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର, ୩ ବଖରା ଜଳି ପୋଡ଼ି ପାଉଁଶରେ ପରିଣତ, ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିଭିନ୍ନ ସାମଗ୍ରୀ ଭସ୍ମୀଭୂତ ।

ନରସିଂପୁର ବ୍ଲକ ଅନ୍ତର୍ଗତ ବାଲିଝରି ନୂଆସାହି ରେ ଆଜି ଏକ ଗ୍ୟାସ ସିଲିଣ୍ଡର ଫାଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି,ସୁରେନ୍ଦ୍ର ମହାରଣାଙ୍କ ଝିଅ ମୋନାଲିସା ମହାରଣା ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା, ଏଥିରେ ମୋନାଲିସାର୍ ୬୦ ଭାଗ ଶରୀର ପୋଡିଯାଇଥିବା ଜଣାପଡିଛି, ମୋନାଲିସା ଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପ୍ରଥମେ ନରସିଂପୁର ମେଡ଼ିକାଲ ଓ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି, ସିଲିଣ୍ଡର ଫାଟିବା ଘଟଣାରେ ସୁରେନ୍ଦ୍ରଙ୍କ ଘରକୁ […]