ଯୁବତୀଙ୍କୁ ଘଣ୍ଟାକୁ ୨୦୦୦ ଟଙ୍କା ଅଫର ଦେଇ ବନ୍ଧା ହେଲେ ବୃଦ୍ଧ !

ଭଦ୍ରକ : ଯୁବତୀ ଓ ମହିଳାଙ୍କୁ କରୁଥିଲା ଅଶ୍ଳୀଳ ମେସେଜ୍‌। ଆଉ ଏଥିପାଇଁ ଘଣ୍ଟାକୁ ୨୦୦୦ ଟଙ୍କାର ଅଫର ମଧ୍ୟ ଦେଉଥିଲା। ଏନେଇ ଜଣେ ଯୁବତୀ ଅଭିଯୋଗ କରିବା ପରେ ଭଦ୍ରକ ଟାଉନ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ଏସ୍‌.କେ ସରିଫ୍‌ ନାମକ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଏସ୍‌.କେ. ସରିଫ୍‌ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଏରେଇଁ ଗାଁରେ ସପରିବାରେ ରହୁଥିଲେ। ସେ ଏଫ୍‌ସିଆଇର ଡ୍ରାଇଭର ଭାବେ କାମ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୨୦ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ଦ୍ବାଦଶୀ ଦିବା ଘ୦୩/୫୩ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର- ପୂ:ଷାଢା ଦିବା ଘ୦୭/୫୯ ପର୍ଯ୍ୟନ୍ତ ଉତ୍ତରାଷାଢା ଚନ୍ଦ୍ର-ଧନୁ ଦିବା ଘ୦୨/୨୫ ପର୍ଯ୍ୟନ୍ତ ମକର ଯୋଗ-ଅସୃକ କରଣ-ତୈତିଳ ସୂର୍ଯ୍ୟ -କୁମ୍ଭ ୦୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୬/୪୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୦୯ ଯୋଗିନୀ ନୈଋତକୋଣେ ଦିବା ଘ ୦୩/୫୫ଗତେ ନୈଋତକୋଣେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର […]

ସିକ୍ୟୁରିଟି ଗାର୍ଡ ନଥିବାରୁ ଏଟିଏମ ଚୋରି ଉଦ୍ୟମ, ବ୍ୟାଟେରୀ ନେଇଗଲେ ଲୁଟେରା

ଫୁଲନଖରା: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ବି ପାରିନଥିଲେ ଦୁବୃର୍ତ୍ତ | ଏହା ପରେ ଏଟିଏମରେ ଥିବା ବ୍ୟାଟେରୀକୁ ନେଇ ଯାଇଛନ୍ତି ଲୁଟେରା | କଟକ ଜିଲ୍ଲା ଫୁଲନଖରା ଅଂଚଳରେ ଥିବା ଆନ୍ଧ୍ର ବ୍ୟାଙ୍କ ଏଟିଏମରୁ ଆଜି ଭୋରରୁ ଚୋରି ଉଦ୍ୟମ ହୋଇଥିବାବେଳେ ଚୋରମାନେ ସିସିଟିଭି ରୁମରେ ଥିବା ବ୍ୟାଟେରୀକୁ ଚୋରି କରି ନେଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ଏଟିଏମରେ କୌଣସି ସୁରକ୍ଷାକର୍ମୀ ନଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଦୃଷ୍ଟି […]

ଓଡ଼ିଶାରେ ୧୦,୨୧୦ ଜଣ ଦେହଜୀବୀ, ବାଲେଶ୍ୱରରେ ସର୍ବାଧିକ ୧୦୫୦

ଭୁବନେଶ୍ୱର: ଓଡ଼ିଶାରେ ମୋଟ୍‌ ୧୦ ହଜାର ୨୧୦ ଜଣ ଦେହଜୀବୀ ଥିବା ଜଣାପଡ଼ିଛି। ରାଜ୍ୟର ୨୨ଟି ଜିଲ୍ଲାରେ ଦେହଜୀବୀମାନେ ଥିବା ବେଳେ ଆଠଟି ଜିଲ୍ଲାରେ ଆଦୌ ଦେହଜୀବୀ ନାହାନ୍ତି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୦୫୦ ଜଣ ଦେହଜୀବୀ ଥିବା ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଏହା ଜଣାପଡ଼ିଛି। ଆଜି ବିଧାନସଭାରେ ରାଜ୍ୟରେ କେତେ ଜଣ ଦେହଜୀବୀ ଅଛନ୍ତି, ସେ ନେଇ ବିଧାୟକ ରମେଶ ସାଏ ପ୍ରଶ୍ନ ପଚାରିଥିଳେ । ଏହାର ଉତ୍ତର ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ରାଜ୍ୟର ୨୨ଟି […]

🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଫେବୃୟାରୀ ୧୯ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ଏକାଦଶୀ ଦିବା ଘ୦୩/୦୫ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର- ମୂଳା ଦିବା ଘ୦୬/୫୫ ପର୍ଯ୍ୟନ୍ତ ପୂ:ଷାଢା ଚନ୍ଦ୍ର-ଧନୁ ଯୋଗ-ବଜ୍ର କରଣ-ବଳବ ସୂର୍ଯ୍ୟ -କୁମ୍ଭ ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୭/୨୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୨୯ ଯୋଗିନୀ ଆଗ୍ନିକୋଣେ ଦିବା ଘ ୦୩/୦୫ଗତେ ନୈଋତକୋଣେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ […]

ଚୀନରୁ ଆସିଥିବା ଜାହଜକୁ ପାରାଦୀପ ବନ୍ଦରରେ ୧୪ ଦିନର ଯାଞ୍ଚପରେ ବର୍ଥିଙ୍ଗ ପାଇଁ ଅନୁମତି

ପାରାଦୀପ : କରୋନା ଭାଇରସ୍ ଦିନକୁ ଦିନ ମହାମାରୀର ରୂପ ଧାରଣ କରୁଛି। ସାରା ବିଶ୍ବ ଏହାକୁ ନେଇ ଆତଙ୍କିତ। ଏହି ଭାଇରସକୁ ନେଇ ଭାରତର ୨ୟ ବୃହତ୍ତମ ଆନ୍ତର୍ଜାତିକ ବନ୍ଦର ପାରାଦୀପରେ ଏବେ ହାଇ ଆଲାର୍ଟ ଜାରି କରାଯାଇଛି। କରୋନା ଭାଇରସ୍ ସଂକ୍ରମିତ ଦେଶରୁ ଆସିଥିବା ଜାହାଜ ଗୁଡିକୁ ଆଙ୍କରେଜ ଏରିଆ ବାହାରେ ରଖାଯିବା ସହିତ ସେମାନଙ୍କ ୧୪ ଦିନ ପର୍ଯ୍ୟନ୍ତ ଦୈନିକ ସ୍ବାସ୍ଥ୍ୟ ରିପୋର୍ଟକୁ ତର୍ଜମା କରାଯାଉଛି। ଏହା ପରେ ସେମାନଙ୍କୁ ବନ୍ଦରର ବର୍ଥରେ […]

ରାଜ୍ୟର ଋଣବୋଝ ୧.୧୩ ଲକ୍ଷ କୋଟି ।

ଭୁବନେଶ୍ୱର(ବ୍ୟୁରୋ) : ରାଜ୍ୟର ଋଣବୋଝ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୧୩ହଜାର ୨୩୭କୋଟି ଟଙ୍କାକୁ ଛୁଇଁବ। ଯାହାକି ରାଜ୍ୟ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୧୯%। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୪୫୦କୋଟି ଟଙ୍କାର ଋଣ ବିଭିନ୍ନ ସୂତ୍ରରୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଭାରତ ସରକାରଙ୍କଠୁ ୧୫୪୦କୋଟି ଟଙ୍କା, ଖୋଲାବଜାରରୁ ୧୭,୮୪୦କୋଟି ଟଙ୍କା, ଅନ୍ୟାନ୍ୟ ସୂତ୍ରରୁ ୫୦୭୦କୋଟି ଟଙ୍କା ଓ ଜିପିଏଫରୁ ୧ହଜାର କୋଟି ଟଙ୍କା ଋଣ ଆଣିବେ ବୋଲି […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹ମହାବୀର ପଞ୍ଜିକା*🌹💐🌷 ~~~~~ *ଅଦ୍ୟ ଫେବୃୟାରୀ ୧୮ ତାରିଖ ୨୦୨୦ମସିହା(ମଙ୍ଗଳବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ଦଶମୀ ଦିବା ଘ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ମୂଳା ଚନ୍ଦ୍ର-ଧନୁ ଯୋଗ-ହର୍ଷଣ କରଣ-ବିଷ୍ଟି ସୂର୍ଯ୍ୟ -କୁମ୍ଭ ୦୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୭/୫୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୦୯ ଯୋଗିନୀ ଉତ୍ତରେ ଦିବା ଘ ୦୨/୫୫ଗତେ ଆଗ୍ନିକୋଣେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର କାଳବେଳା -ଦିବା ଘ୦୧/୨୫ଗତେ […]

ରୋଷେଇ ପାଇଁ ସିମ୍‌ଲା ଲଙ୍କାକୁ କାଟିଲା ବେଳକୁ ସେଥିରୁ ବାହାରିଲା ବେଙ୍ଗ !

ଜୟପୁର : ସିମ୍‌ଲା ଲଙ୍କା ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଲା ବେଳେ ବ୍ୟବହାର କରାଯାଇଥାଏ। କିନ୍ତୁ ନିକଟରେ ଏମିତି ଏକ ଖବର ଓ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଓ ଜାଣିଲେ ଆପଣ ଆଗକୁ ସିମ୍‌ଲା ଲଙ୍କାରେ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବରୁ ନିଶ୍ଚୟ ଥରଟେ  ଚିନ୍ତା କରିବେ। ନିକଟରେ ଏକ ଦମ୍ପତି ରୋଷେଇ ପାଇଁ ସିମ୍‌ଲା ଲଙ୍କା କାଟିଲା ବେଳକୁ ସେଥିରୁ ବେଙ୍ଗ ବାହାରି ଥିବାର ଏକ ଘଟଣା ସାମ୍ନାକୁ ଆସିଛି। […]

କରୋନା ଭୟ, ଉଦ୍ଧାର ପାଇଁ ଉହାନରୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଲକ୍ଷ୍ନୌ: ଚୀନର କରୋନା ଭାଇରସରେ ଏଯାଏ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଚୀନର ହୁବାଇ ପ୍ରଦେଶର ଉହାନ ସହରରେ ଏହି ଭାଇରସର ଉତ୍ପତ୍ତି ବୋଲି କୁହାଯାଉଛି। ଉହାନ ସହରରେ ଏକ ଆପାର୍ଟମେଣ୍ଟରେ ଭାରତୀୟ ଦମ୍ପତ୍ତି ଫଶିଯାଇଛନ୍ତି। ସ୍ଥିତି ଅଣାୟତ ହେଉଖିବା ଦେଖି ତୁରନ୍ତ ଉଦ୍ଧାର କରିବା ପାଇଁ ଏକ ଭିଡିଓ କ୍ଲିପ୍ ଜରିଆରେ ନିବେଦନ କରିଛନ୍ତି ଭାରତୀୟ ଦମ୍ପତ୍ତି। ଏହି ଦମ୍ପତ୍ତି ଦ୍ୱୟ ହେଲେ ଆଶୀଷ ଯାଦବ ଏବଂ ନେହା ଯାଦବ। ତାଙ୍କ ଘର ଉତ୍ତର […]