ସୋନଭଦ୍ରରେ ୩୦୦୦ ଟନ୍‌ ନୁହେଁ, ମାତ୍ର ୧୬୦ କେଜି ସୁନା ମିଳିବ: ଜିଏସଆଇ

କଲକାତା/ସୋନଭଦ୍ର: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ହରଦୀ ପାହାଡ଼ରୁ ୩୦୦୦ ଟନ୍‌ ନୁହେଁ, ମାତ୍ର ୧୬୦ କିଲୋଗ୍ରାମ ସୁନା ମିଳିବ। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ) ସଂସ୍ଥା ଶନିବାର ଏହା କହିଛି। ଏହା ସହିତ ସୋନଭଦ୍ର ଜିଲା ଖଣି ଅଧିକାରୀଙ୍କ ଦାବିକୁ ଜିଏସଆଇ ଖାରଜ କରିଛି। ସୋନଭଦ୍ରରେ ୩୦୦୦ ଟନ୍‌ ସୁନା ମିଳିବାର କୌଣସି ସୂଚନା ନ ଥିବା ଜିଏସଆଇ କହିଛି। କଲକାତାସ୍ଥିତ ଜିଏସଆଇର ମହାନିର୍ଦେଶକ ଏମ. ଶ୍ରୀଧର କହିଛନ୍ତି, ଜିଏସଆଇ ପକ୍ଷରୁ ଏଭଳି ତଥ୍ୟ କାହାକୁ ଦିଆଯାଇ […]

ରଘୁନାଥପୁରରେ ଅଗ୍ନିକାଣ୍ଡ ଦୁଇ ବଖରା ଘର ପାଉଁଶ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ରାମଚନ୍ଦ୍ର ହାଁସଦାଙ୍କ ଦୁଇ ବଖରା ଘର ଜଳିଯାଇଛି।ଘର କଡରେ ଥିବା ନଡା ଗଦାରେ ନିଆଁ ଲାଗିଥିବା ଜାଣିବା ପରେ ସ୍ଥାନୀୟଲୋକେ ଖୁଣ୍ଟା ଦମକଳ କେନ୍ଦ୍ରକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ଦମକଳ ବାହିନୀ ନିଆଁ ଆୟତ କରିଥିଲେ ମଧ୍ୟ ନଡା ଗଦା ସହିତ ଉକ୍ତ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ରାମଚନ୍ଦ୍ର ବିପିଏଲ […]

ମ୍ୟାଟ୍ରିକ ପରୀକ୍ଷାରେ ଇଂରାଜୀ ଉତ୍ତର ଲେଖୁଥିଲା ନକଲି ପରୀକ୍ଷାର୍ଥୀ

ପୁରୀ (ମମ): ମ୍ୟାଟ୍ରିକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। ଏହା ସତ୍ତ୍ୱେ ଆଜି ଜଣେ ନକଲି ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଉଥିଲା। ପୁରୀ ସଦର ଥାନା ପୁଲିସ ସମ୍ପୃକ୍ତ ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଅନ୍ୟ ଜଣେ ଛାତ୍ର ପାଇଁ ପରୀକ୍ଷା ଦେଉଥିବା ଜଣାପଡ଼ିଛି।ମ୍ୟାଟ୍ରିକ୍‌ ପରୀକ୍ଷାରେ ଆଜି ଥିଲା ଇଂରାଜୀ। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ବାସୁଦେବପୁରର କନକଦୁର୍ଗା ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା […]

କେନ୍ଦ୍ରାପଡ଼ା ଜିଲ୍ଲାର ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ହୁକିଟୋଲାରେ ହେବ ଫ୍ଲୋଟିଂ ଜେଟି

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ହୁକିଟୋଲାରେ ଚଳିତ ବର୍ଷ ଗୋଟିଏ ଫ୍ଲୋଟିଂ ଜେଟି ନିର୍ମାଣ କରାଯିବ। ଆଜି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ହୁକିଟୋଲାର ଉନ୍ନତି ସମ୍ପର୍କିତ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥି‌େଲ, ହୁକିଟୋଲାରେ ଥିବା ପୁରୁଣା ବ୍ରିଟିସ୍ ସମୟର କୋଠାକୁ ବିଶ୍ବବ୍ୟାଙ୍କ ଅନୁଦାନରେ ଆଇସିଜେଡ୍‌ଏମ୍‌ପି ମାଧ୍ୟମରେ ୧ କୋଟି ୩ ଲକ୍ଷ ଟଙ୍କା ବ୍ୟୟ କରାଯାଇ […]

ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ; ଅଭିଯୁକ୍ତ ଅଟକ

ମୁରିବାହାଲ: ଜଣେ ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ କରାଯିବା ଘଟଣାରେ ମୁରିବାହାଲ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଏବେ ୩ ମାସର ଅନ୍ତଃସ୍ବତ୍ୱା ଅଛନ୍ତି। ମୁରିବାହାଲ ଥାନା ଅଞ୍ଚଳର ଯୁବତୀ ଜଣକ ମେଣ୍ଢା ଚରାଇବା ପାଇଁ ବାହାରକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ତାଙ୍କ ଗ୍ରାମର ଜଣେ ଯୁବକ ଗତ ଅକ୍ଟୋବରରେ ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ଏ କଥା କାହାକୁ କହିଲେ ତୁମ ପରିବାର ଲୋକଙ୍କୁ ଜୀବନରୁ ମାରିଦେବି ବୋଲି […]

ଆଠଗଡ଼ର ବିଭିନ୍ନ ଶୈବପୀଠରେ ଚାଲିଛି ଜାଗର ଯାତ୍ରା ।

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଆଠଗଡ ସହରର ସମସ୍ତ ଶୈବପୀଠ, ସଂଧ୍ୟାପରଠାରୁ ସ୍ବପନେସ୍ୱର ମନ୍ଦିର, ଶାସନର କାଶୀ ବିଶ୍ୱନାଥ ମନ୍ଦିର, ଗଦାସାହିର ବଡ଼ପୋଖରୀ ଶ୍ରୀନାଥେଶ୍ବର ଶିବମନ୍ଦିର , ବିରକିଶୋରପୁର ଶିଦ୍ଧେଶ୍ବର ଶିବ ମନ୍ଦିର ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପରିବାର ସହିତ ଆସି ମନ୍ଦିରରେ ଦୀପ ଜାଳୁଥିବା ଦେଖାଯାଇଛି, ଆଜିର ଦିନରେ ଆଶୁତୋଷଙ୍କ ନିକଟରେ ଯିଏ ଯାହା ମାନସିକ କରେ ଓ ପାଟିରେ ଶିବ ନାଁ ଉଚ୍ଚାରଣ ସାଙ୍ଗକୁ ମହାମୃତୁଞ୍ଜୟ ମନ୍ତ୍ର ଉଚ୍ଚାରଣ କଲେ ପାପତାପରୁ ମୋକ୍ଷ […]

ରାତି ଗୋଟାଏ ରେ ଧବଳେଶ୍ୱରଙ୍କ ପୀଠରେ ଉଠିବ ମହାଦୀପ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଧବଳେଶ୍ୱରଙ୍କ ପୀଠ, ରାତ୍ର ୩ଟାରୁ ଶ୍ରୀଦେବଙ୍କ ବିଭିନ୍ନ ନୀତିକାନ୍ତି କରାଯାଇ ପହୁଡ଼ ଖୋଲାଯିବା ପରେ ଭକ୍ତମାନେ ଧାଡିରେ ଯାଇ ଶୃଙ୍ଖଳିତ ଭାବେ ଧବଳେଶ୍ୱରଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି,ଆଜି ହେଉଛି ଏପରି ଏକ ଦିନ ଯାହାକି ଶ୍ରୀଦେବଙ୍କ ନିକଟରେ କେତକୀ ଫୁଲ,ଗୟସ ଫୁଲ,ଦୁଦୁରା ଫୁଲ ପ୍ରଭୁତି ଚଢାଇଲେ ଭକ୍ତର ମାନସିକ ପୂର୍ଣ୍ଣ ହୋଇଥାଏ, ଆଜିର ଦିନରେ ଭକ୍ତ ଯିଏବି ଯାହା ମାନସିକ କରୁ ଆଉ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୨୧ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ତ୍ରୟୋଦଶୀ ସଂ ଘ୦୫/୦୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୯/୪୨ ପର୍ଯ୍ୟନ୍ତ ଶ୍ରବଣା ଚନ୍ଦ୍ର-ମକର ଯୋଗ-ବ୍ୟତୀପାତ କରଣ-ବାଣିଜ୍ୟ ସୂର୍ଯ୍ୟ -କୁମ୍ଭ ୦୯ ଦିନ ଅଦ୍ୟ ମହାଶିବରାତ୍ରି ସୁର୍ୟୋଦୟ -ପ୍ରାତଃ ଘ୦୬/୧୬/୦୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୨୯ ଯୋଗିନୀ ଦକ୍ଷିଣେ ସଂ ଘ ୦୫/୦୫ଗତେ ପଶ୍ଚିମେ ସିଂହ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ […]

ମଝି ସମୁଦ୍ରରେ କରୋନା ଚକ୍ରବ୍ୟୁହରେ ଫସିଛି ଭାଇ, ରକ୍ଷା ପାଇଁ ଦୀପ ଜାଳୁଛି ଭଉଣୀ

ମାଲକାନଗିରି(): କରୋନା ଚକ୍ରବ୍ୟୁହରେ ଫସି ଯାଇଛି ଭାଇ। ଠିକ୍‌ ମହାଭାରତର ଅଭିମନ୍ୟୁନଙ୍କ ଭଳି ସେ ଆଉ ବାହାରିବାର ବାଟ ପାଉ ନାହାନ୍ତି। ସୁରକ୍ଷା ପାଇଁ ଭାରତ ସରକାରଙ୍କୁ  ଆକୁଳ ନିବେଦନ କରୁଛନ୍ତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଥିବା ବେଳେ ଏପଟେ ଭାଇକୁ ରକ୍ଷା କରିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛି ଭଉଣୀ। ମନ୍ଦିରରେ ଦୀପ ଜାଳି ଭାଇକୁ ବଞ୍ଚାଇବା ପାଇଁ ନେହୁରା ହୋଇଛି। ଜାପାନର ୟୋକୋହାମାରେ ଜାହାଜ ଭିତରେ ‘କୋରୋନା’ ଆକ୍ରାନ୍ତଙ୍କ […]

ସିଲ୍ ହେଲା ପଟିଆରେ ଥିବା ବିଗ୍ ବଜାର ସପିଂ ମଲ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ପଟିଆରେ ଥିବା  ବିଗ୍ ବଜାର ସପିଂ ମଲ୍କୁ ଆଜି ସିଲ୍ କରାଯାଇଥିବା ଜଣାଯାଇଛି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ ସିଲ୍ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଗୁରୁବାର ସକାଳୁ ଏହି ସିଲ୍ ପକ୍ରିୟା ଆରମ୍ଭ ହୋଇଥିଲା । ବିଏମସି କମିସନର୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ […]