ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର ( ଉଲ୍ଲାପ୍ର )ଖାଇବା ଥାଳିରେ ଡାଲି ନହେଲେ ନଚଳେ । ବିଶେଷ କରି ହରଡ଼ ଡାଲିର ଚାହିଦା ସବୁଠୁ ବେଶୀ । କିନ୍ତୁ ଡାଲି ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ ଆଦି ରାଜ୍ୟରେ ଅଦିନିଆ ବର୍ଷା ଓ ଫସଲରେ ପୋକ ଲାଗିଯିବାରୁ ପ୍ରଭାବିତ ହୋଇଛି ଉତ୍ପାଦନ । ଆବଶ୍ୟକତାକୁ ମେଂଟାଇବା ପାଇଁ ବିଦେଶରୁ ଆମଦାନୀ କରାଯାଉଛି । ଏହାର ପ୍ରଭାବ ପଡ଼ିଛି ଖାଉଟି ବଜାର ଉପରେ । […]