ଟ୍ୟାକ୍ସ ଫାଙ୍କୁଥିଲେ, ସିଜ୍‌ ହେଲା ବସ୍‌

ବାଲେଶ୍ୱର(): ଟ୍ୟାକ୍ସ ଓ ପେନାଲ୍‌ଟି ବାବଦକୁ ଲକ୍ଷାଧିକ ଟଙ୍କା ଟିକସ ଦେଲେନି ବସ୍‌ ମାଲିକ। ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍‌କୁ ଅଟକାଇ ସିଜ୍‌ କଲେ ଆର୍‌ଟିଓ। ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱରରେ।ଆଜି ବାଲେଶ୍ୱର ଆର୍‌ଟିଓ ଅଫିସ ସାମ୍ନାରେ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍‌କୁ ଅଟକା ଯାଇ ସିଜ୍‌ କରାଯାଇଛି। ଏଥିସହ ବସ୍‌ର କାଗଜପତ୍ର ବି ଯାଞ୍ଚ କରାଯାଇଛି।ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍‌ର ମାଲିକ ଗୋପ ପଣ୍ଡାଙ୍କ ଉପରେ ଅନ୍ୟ ଦୁଇ […]

ଭିଜିଲାନ୍ସ ଜାଲରେ ସୁକଳ ଜିଆରଏସ

ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ଛବିନାରାୟଣ ପଣ୍ଡା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଛବିନାରାୟଣ ବିଜୁ ପକ୍ପାଘର କରାଇଦେବା ଲାଗି ବାମବରଡ଼ା ଗ୍ରାମର ଇନ୍ଦ୍ରମଣି ପଣ୍ଡାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।ସୂଚନା ଅନୁସାରେ, ଇନ୍ଦ୍ରମଣିଙ୍କ ବିଜୁ ପକ୍କା ଘର କରାଇଦେବା ପାଇଁ ଛବିନାରାୟଣ ଲାଞ୍ଚ ଦାବି କରିଥିଲେ। ଏ ନେଇ ଇନ୍ଦ୍ରମଣି ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ପରେ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୦୭ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ଦ୍ବାଦଶୀ ଦିବା ଘ୦୯/୧୮ ପର୍ଯ୍ୟନ୍ତ ତ୍ରୟୋଦଶୀ ନକ୍ଷତ୍ର-ପୁଷ୍ୟା ଦିବା ଘ୦୯/୨୫ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ଚନ୍ଦ୍ର-କର୍କଟ ଯୋଗ-ଅତିଗଣ୍ଡ କରଣ-ବାଳବ ସୂର୍ଯ୍ୟ -କୁମ୍ଭ ୨୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୦୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୪ ଯୋଗିନୀ ନୈଋତକୋଣେ ଦିବା ଘ୦୯/୧୮ ଗତେ ଦକ୍ଷିଣେ ବୃଷ,ସିଂହ,କନ୍ୟା ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା […]

ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଫେରିବା ଅନିଶ୍ଚିତ, ଅଧିକ ସୁଧ ଲୋଭରେ ବୁଡିବ ମୁଳପୁଞ୍ଜି ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ

ପୁରୀ (06/03/20)(ବ୍ୟୁରୋ) : ପ୍ରଶାସନିକ ଅଧିକାରୀଙ୍କ ଅଧିକ ସୁଧ ପାଇବା ଲୋଭ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ବିପଦ ମୁହଁକୁ ​‌ଠେଲିହୋଇ ଯାଇଛି। ୟେସ୍‌ ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଏହି ଅର୍ଥ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି। ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏସବୁ ସତ୍ତ୍ବେ ନିଧଡକ ହୋଇ ବସିଛି ଶ୍ରୀମନ୍ଦିର […]

କାଦୁଅ ରାସ୍ତାରେ ଫସିଗଲା ଆମ୍ୱୁଲାନ୍ସ, ଟ୍ରାକ୍ଟର ଟାଣି ଟାଣି ନେଲା

ନୟାଗଡ଼ (୦୬/୦୩/୨୦)(ବ୍ୟୁରୋ): ଜଣେ ଗର୍ଭବତୀଙ୍କୁ ଆଣିବାକୁ ଯାଇ କାଦୁଅ ରାସ୍ତାରେ ଫସିଗଲା ୧୦୨ ଆମ୍ୱୁଲାନ୍ସ। ପରେ ଟ୍ରାକ୍ଟର ସାହାଯ୍ୟରେ ଆମ୍ୱୁଲାନ୍ସକୁ ବାହାର କରାଗଲା। ପରେ ଆମ୍ୱୁଲାନ୍ସ ଗର୍ଭବତୀଙ୍କୁ ଧରି ମେଡିକାଲ୍‌ ଗଲା। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲୀ ବ୍ଲକ ଅଞ୍ଚଳରେ ଘଟିଛି। ଆଦିବାସୀ ଅଧ୍ୟୁଷିତ ଦୁହାରା ପଞ୍ଚାୟତର ଜୁଦାଗଣ୍ଡା ଗାଁ। ଏହି ଗାଁର ସୁମତି ମଲ୍ଲିକ ଆଜି ପ୍ରସବ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ […]

କୁଚିଣ୍ଡା ଏନଏସି ନିର୍ବାହୀ ଅଧିକାରୀ ଓ ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର/ନବରଙ୍ଗପୁର: ସମ୍ବଲପୁର ଜିଲାର କୁଚିଣ୍ଡା ଏନଏସି ନିର୍ବାହୀ ଅଧିକାରୀ ଏବଂ ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।କୁଚିଣ୍ଡା ଏନଏସି ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତେନ୍ଦ୍ରଙ୍କ ସମ୍ବଲପୁରରେ ଥିବା ୨ଟି ଘର ଏବଂ ଝାରସୁଗୁଡ଼ାରେ ଥିବା ୨ଟି ଘରେ ଏକକାଳୀନ ଏହି ଚଢ଼ାଉ ଚାଲିଛି। ସେହିପରି ନବରଙ୍ଗପୁର ଆରଟିଓ ଗଣେଶ୍ଵର କହଁର […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 *ଅଦ୍ୟ ମାର୍ଚ୍ଚ ୦୬ ତାରିଖ ୨୦୨୦ମସିହା(ଶୁକ୍ରବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ଏକାଦଶୀ ଦିବା ଘ୧୧/୩୮ ପର୍ଯ୍ୟନ୍ତ ଦ୍ବାଦଶୀ ନକ୍ଷତ୍ର-ପୁନର୍ବସୁ ଦିବା ଘ୧୧/୦୫ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର-କର୍କଟ ଯୋଗ-ସୌଭାଗ୍ୟ କରଣ-ବିଷ୍ଟି ସୂର୍ଯ୍ୟ -କୁମ୍ଭ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୫୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୪ ଯୋଗିନୀ ଆଗ୍ନେୟକୋଣେ ଦିବା ଘ୧୧/୩୮ ଗତେ ନୈଋତକୋଣେ ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଠ ଓ ଦ୍ବାଦଶୀର […]

କାନରେ ଇୟରଫୋନ ଲଗାଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିଲା ପୁଲିସ

ମୁମ୍ବାଇ: ଆପଣ ରାସ୍ତାରେ ଗାଡ଼ି ଚଳାଉଥିବାବେଳେ କାନରେ ଇୟରଫୋନ ଲଗାଇ ଚଲାଉଛନ୍ତି କି ? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ | କାରଣ ଇୟରଫୋନ ଲଗାଇ ଗୀତ ଶୁଣି ଶୁଣି ଯିବା ଆପଣଙ୍କ ପାଇଁ ମାହାଙ୍ଗା ସାବ୍ୟସ୍ତ ହୋଇପାରେ | ପ୍ରକୃତରେ କାନରେ ଇୟରଫୋନ ଲଗାଇ ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କ ଧ୍ୟାନ ଅନ୍ୟଆଡ଼େ ଚାଲିଯାଇଥାଏ ଓ ଦୁର୍ଘଟଣାର ଆଶଙ୍କା ବଢ଼ିଯାଇଥାଏ | ଏସବୁକୁ ନଜରରେ ରଖି ମୁମ୍ବାଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ […]

ସାନଭାଇର କୁରାଢ଼ୀ ଚୋଟରେ ବଡ଼ଭାଇର ଜୀବନ ଗଲା, ମୃତଦେହକୁ ବୁଦା ଭିତରେ ଲୁଚାଇବା ସମୟରେ ଧରାପଡ଼ିଲା

ବାଲେଶ୍ୱର: ସାନଭାଇର କୁରାଢ଼ୀ ଚୋଟରେ ବଡ଼ଭାଇର ଜୀବନ ଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସିଙ୍ଗଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରବୀନ୍ଦ୍ର ରାଉତ (୪୨)। ଅଭିଯୁକ୍ତର ନାମ ସୂର୍ଯ୍ୟ ରାଉତ (୪୦)। ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି କହିଛନ୍ତି, ଆଜି ଅପରାହ୍ନରେ ରବୀନ୍ଦ୍ର ରାଉତ ଓ ସୂର୍ଯ୍ୟ ରାଉତଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହା ଭୟଙ୍କର ରୂପ ନେବାରୁ ରାଗରେ […]

କେମିତି ଜାଣିବେ କରୋନା ଭାଇରସ

: ବର୍ତ୍ତମାନ ସୁଦ୍ଧା ବିଶ୍ବର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ବବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା ଭାଇରସ ଆକ୍ରାନ୍ତ ରୋଗୀଠାରୁ ଅନ୍ୟ ଜଣେ କେତେ […]