ଏକାନ୍ତବାସରେ ଗଲେ ଏସ୍‌ସିବିର ୪ କନିଷ୍ଠ ଡାକ୍ତର: ତୃତୀୟ କରୋନା ରୋଗୀଙ୍କ ସହ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଫେରିଥିଲେ

୧୦୪ରେ କଲେ ପଂଜୀକରଣ, ୨ଜଣଙ୍କୁ ଥଣ୍ଡା, କାଶ କଟକ: ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀଙ୍କ ପାଇଁ ଏବେ ସଂକ୍ରମଣ ଭୟ ବଢିବାରେ ଲାଗିଛି। ଏହି ରୋଗୀ ଚିହ୍ନଟ ହେବା ପରେ କଟକ ବଡ଼ ଡାକ୍ତରଖାନାରେ ବି ଏହାର ପ୍ରଭାବ ଅନୁଭବ ହୋଇଛି। ଏସ୍‌ସିବି ମେଡିକାଲ କଲେଜର ଏକ ନିର୍ଦ୍ଦିଷ୍ଟ ବିଭାଗର ୪ ଜଣ ପିଜି ଡାକ୍ତର ଛାତ୍ରଙ୍କୁ ଆଇସୋଲେସନ୍‌ରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି ୪ଜଣ ଛାତ୍ର ଉକ୍ତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ […]

ନିଜେ ମରିଗଲେ, ୪ ଜଣକୁ ‌ଦେଇଗଲେ କରୋନା, ଏକାନ୍ତବାସରେ ୧୧୦

ପାଟ୍‌ନା: କରୋନା ଭାଇରସ ଏବେ ସାରା ବିଶ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ହଜାର ହଜାର ଲୋକ ଏହି ଭାଇରସ୍‌ ଦ୍ବାରା ଜୀବନ ହରାଇ ସାରିଥିବା ବେଳେ ବିହାରର ଜଣେ ବ୍ୟକ୍ତି ଏହି ସଂକ୍ରମଣର ଶିକାର ହେବା ପରେ ନି‌ଜେ ମୃତ୍ୟୁ ବରଣ କରିବା ସହ ୪ ଜଣକୁ ସଂକ୍ରମିତ କରାଇଛନ୍ତି ଓ ତାଙ୍କ ହେତୁ ବର୍ତ୍ତମାନ ୧୧୦ ଜଣଙ୍କୁ ଆସୋଲେସନ୍‌(ଏକାନ୍ତବାସ) ୱାର୍ଡରେ ରଖାଯାଇଛି। ବ୍ୟକ୍ତି ଜଣଙ୍କ ନିଜ ପରିବାରର ୨ ଜଣ ଓ ଚିକିତ୍ସିତ ହେଉଥିବା ପାଟ୍‌ନାର […]

🌷💐ଆଜିର ରାଶିଫଳ🌹🌷

ଅଦ୍ୟ ମାର୍ଚ୍ଚ ୨୮ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ଚତୁର୍ଥୀ ରାତ୍ରି ଘ୧୨/୨୮ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ଦ୍ବିଜା ଦିବା ଘ୦୧/୪୫ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା ଚନ୍ଦ୍ର- ମେଷ ରାତ୍ରି ଘ୦୮/୨୨ପର୍ଯ୍ୟନ୍ତ ତଦନ୍ତେ ବୃଷ ଯୋଗ-ବିଷ୍କୁମ୍ଭ କରଣ-ବାଣିଜ୍ୟ ସୂର୍ଯ୍ୟ -ମୀନ ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୭/୧୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୧୦ ଯୋଗିନୀ ନୈଋତକୋଣେ ରାତ୍ରି ଘ୧୨/୨୮ ଗତେ ଦକ୍ଷିଣେ ମେଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ […]

ବାଦାମବାଡ଼ିକୁ ଉଠିଲା କଟକର ଛତ୍ରବଜାର ପରିବା ବଜାର, ବାଦାମବାଡ଼ି ପୂଜା ମଣ୍ଡପରୁ ମଧୁପାଟଣା ଛକ ଯାଏଁ ବସିଛନ୍ତି ପରିବା ବିକାଳି

ଭୁବନେଶ୍ବର ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ଖେଳପଡ଼ିଆକୁ ଉଠିଆସିଲା ୧ନମ୍ବର ହାଟ କଟକ: ସମଗ୍ର ଭାରତରେ ଲକ୍‌ ଡାଉନ ଘୋଷଣା ହେବା ପରେ ଆଜିଠାରୁ କଟକର ଛତ୍ରବଜାର ପରିବା ମାର୍କେଟ ବାଦାମବାଡ଼ିକୁ ଉଠି ଆସିଛି। ଆଜି ଛତ୍ରବଜାରରେ ପରିବା ବିକ୍ରି ହେଉନାହିଁ। ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମାର୍କେଟକୁ କଟକ ଜିଲ୍ଲା ପ୍ରଶାସନ ଏହି ସ୍ଥାନାନ୍ତର ନିଷ୍ପତ୍ତି ନେଇଥିବା ଜଣାଯାଇଛି। ବାଦାମବାଡ଼ି ପୂଜା ମଣ୍ଡପରୁ ମଧୁପାଟଣା ଛକ ଯାଏଁ ବସିଛନ୍ତି ପରିବା ବିକାଳି । ଠିକ୍ ସେହିପରି ଆଜିଠୁ […]

ସହରର ଭିକାରୀ, ବେସାହାରା ଓ ବାସହରାଙ୍କୁ ମିଳିବ ମାଗଣା ରନ୍ଧା ଖାଦ୍ୟ

ଭୁବନେଶ୍ୱର(ବ୍ୟୁରୋ): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରହୁଥିବା ଭିକାରୀ, ବେସାହାରା, ବାସହରା ଓ ଖାଦ୍ୟ ପାଉନଥିବା ଲୋକଙ୍କୁ ଦୁଇଓଳି ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଏହି ରନ୍ଧା ଖାଦ୍ୟ ପାଇଁ ଖର୍ଚ୍ଚ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି […]

ଘର ପ୍ରତିଷ୍ଠା ଭୋଜି ଆୟୋଜନ କରି ଗିରଫ ହେଲେ ବ୍ଲକ୍‌ ଅଧ୍ୟକ୍ଷ

ଧର୍ମଗଡ଼(ବ୍ୟୁରୋ): ‘କରୋନା’ର ସ୍ଥିତିକୁ ଦେଖି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଭୋଜି ଆୟୋଜନ ନକରିବାକୁ କୁହାଯାଇଥିଲା। ଯଦି ଭୋଜି ଆୟୋଜନ କରାଯାଏ, ତାହାହେଲେ ବେଶୀ ଲୋକଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ମହାଶୟ ଏହି ନିୟମକୁ ଉଲ୍ଲଂଘନ କରି ଘର ପ୍ରତିଷ୍ଠା ଭୋଜିରେ ୧୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଆଉ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଲୋକମାନେ ସାମିଲ ହୋଇଥିଲେ। ହେଲେ ଭୁଲି […]

କୋହଳ ହେଲା କଟକଣା: ପୂର୍ବପରି ଏହିସବୁ ପୁଣି ଚାଲିବ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଲାଗୁ ହୋଇଥିବା ଲକଡାଉନ କଟକଣାରୁ କେତେକ ସଂସ୍ଥାକୁ ବାଦ୍ ଦିଆଯାଇଛି। ଘରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଥିବା ଆମାଜନ୍, ଫ୍ଲିପକାର୍ଟ, ସ୍ୱିଗି, ଜୋମାଟୋ, ମିନ୍ତ୍ରା, କେଏଫ୍‌ସି, ପିଜା ହଟ୍, ଡୋମିନସ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଗ୍ରୁଫର୍ସ ଓ ଅର୍ବାନ କ୍ଲାପ ଉପରୁ ରାଜ୍ୟସରକାର କଟକଣା ଉଠାଇଛନ୍ତି। ସେହିପରି ଖାଦ୍ୟ ଓ ପାଇକାରୀ ସାମଗ୍ରୀ ଯୋଗାଉଥିବା ବିଗ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍ପେଡ୍, ଓପଲଫେଡ୍, […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୨୭ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ତୃତୀୟା ରାତ୍ରି ଘ୧୦/୨୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଅଶ୍ବିନୀ ଦିବା ଘ୧୧/୦୫ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ଚନ୍ଦ୍ର- ମେଷ ଯୋଗ-ବୈଧୃତି କରଣ-ତୈତିଳ ସୂର୍ଯ୍ୟ -ମୀନ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୮/୦୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୦ ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୦/୦୮ ଗତେ ନୈଋତକୋଣେ ମେଷ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର […]

କରୋନା ବିଗାଡୁଛି ସାମାଜିକ ସନ୍ତୁଳନ, ବାହାରୁ ଆସିଥିବା ଲୋକଙ୍କୁ ସନ୍ଦେହୀ ନଜର

ଗାଁରେ ପୁରାଇବାକୁ କୁନ୍ଥକୁନ୍ଥ ହେଉଛନ୍ତି ଗ୍ରାମବାସୀ, ଗାଁକୁ ଫେରି ହୀନସ୍ତା ହେଉଛନ୍ତି ଦାଦନ   କୋରାପୁଟ: କରୋନାକୁ ନେଇ ଏବେ ସବୁଠି ଭୟର ବାତାବରଣ। ବାହାରୁ ଯିଏ ଆସୁଛି,ଏଇ ମାରାତ୍ମକ କରୋନା ଭାଇରସ ନେଇ ଆସୁଛି ବୋଲି ଏବେ ସବୁଆଡେ ପ୍ରଚାର। ଫଳରେ ବାହାରୁ ଆସୁଥିବା ଲୋକଙ୍କୁ ଲୋକେ ଭିନ୍ନ ନଜରରେ ଦେଖୁଛନ୍ତି। ବିଶେଷକରି କୋରାପୁଟ ପରି ପଛୁଆ ଜିଲ୍ଲାରେ ଲୋକେ କିଛି ବୁଝିବା ଆଗରୁ ବାହାର ରାଜ୍ୟରୁ ଘରକୁ ଫେରିଥିବା ଲୋକଙ୍କୁ  ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ […]

ଆଫ୍ରିକାରେ କାହିଁକି ପହଞ୍ଚିପାରୁନି କରୋନା ଭାଇରସ, ବିଶେଷଜ୍ଞ କହିଲେ କାରଣ

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଏ ପର୍ଯ୍ୟନ୍ତ ୩ହଜାର ପାଞ୍ଚସହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି | ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ବଢିଥିବାବେଳେ ଏହି ଭାଇରସକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି | ନୂଆ ତଥ୍ୟ ମୁତାବକ କରୋନା ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବାବେଳେ ଆଫ୍ରିକା ମହାଦେଶରେ କିନ୍ତୁ ଏହି ଭାଇରସ ପହଂଚିପାରିନାହିଁ | ବଡ କଥା […]