ସମସ୍ତଙ୍କୁ ପଛରେ ପକାଇଲା ତାମିଲନାଡୁ, ମୋଟ ସଂକ୍ରମିତ ସଂଖ୍ୟା ୪୧୧, ଗୋଟିଏ ଦିନରେ ୧୦୨ ଜଣଙ୍କ ରିପୋର୍ଟ ପଜିଟିଭ୍

ଚେନ୍ନାଇ : ଭାରତରେ କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଓ କେରଳ ଗତ କିଛି ଦିନ ଧରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ଦିଲ୍ଲୀର ତବଲିଗି ଜମାତ ଘଟଣା ସାମନାକୁ ଆସିବା ପରେ ହଠାତ୍ ତାମିଲନାଡୁ ଓ ଦିଲ୍ଲୀ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ତାମିଲନାଡ଼ୁରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୨ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । […]

କରୋନା ନୁହେଁ ଇମ୍ରାନଙ୍କୁ କଶ୍ମୀର ଚିନ୍ତା, ପାକରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୩୫୦

ଇସଲାମାବାଦ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଏବେ ୨୦୨ ଦେଶ ଲଢ଼ୁଛନ୍ତି। ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କଶ୍ମୀରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କରୋନାରେ ଏଯାବତ ପାକିସ୍ତାନରେ ୨୩୬୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ପୂର୍ବରୁ କରୋନା ମୁକାବିଲା ପାଇଁ ସାର୍କ ଦେଶର ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଭିଡିଓ କନଫରେନସିଂ ବୈଠକରେ ପାକିସ୍ତାନ ଯୋଗ ଦେଇଥିଲା। ହେଲେ […]

ଆଠଗଡ ସହରରେ ଅସହାୟଙ୍କ ପାଖରେ ଛିଡ଼ାହୋଇ ଖାଦ୍ୟସାମଗ୍ରୀ ବାଣ୍ଟିଲେ ବିଜେପି ନେତା ବ୍ରଜେନ୍ଦ୍ର ରାୟ

ଅସମୟରେ ଲୋକଙ୍କ ପାଖରେ ଛିଡା ହୋଇଛନ୍ତି ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ, ସାରା ଭାରତ ଲକ ଡାଉନ ଥିବା ବେଳେ ଏଥିରେ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡିନି,ଆଠଗଡ ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ବ୍ରଜେନ୍ଦ୍ର ରାୟ ଆଜି ଆଠଗଡ ସହରର ସହରସାହି ବସ୍ତିରେ ଲକ ଡାଉନ ଯୋଗୁ ଯେପରି ଅବସ୍ଥାରେ ଏହି ବସ୍ତିର ଲୋକମାନେ ଅଛନ୍ତି ତାଙ୍କ ପାଖରେ ପହଁଚି ବସ୍ତିର ଲୋକଙ୍କୁ ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ,ଏହି […]

ଚତୁର୍ଥ ଦିନରେ ମଙ୍ଗୁଳିରେ ଖାଦ୍ୟସାମଗ୍ରୀ ବାଣ୍ଟିଲେ ଯୁବ ସଂଗଠକ ଅଭୟ ବାରିକ

କରୋନା ନେଇ ସାରା ଦେଶ ନବମ ଦିନରେ ଲକ ଡାଉନ ଥିବାବେଳେ ଆଠଗଡ ନିର୍ବାଚନ ମଣ୍ଡଳୀ ର୍ ଯୁବ ସଂଗଠକ ଅଭୟ ବାରିକ ଚତୁର୍ଥ ଦିନ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ର୍ ମଙ୍ଗୁଳି ଠାରେ ଟ୍ରକ ଡ୍ରାଇଭର ଓ ହେଲ୍ପର ମାନଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରିଛନ୍ତି,ସାରାଦେଶ ଲକ ଡାଉନ ଥିବାବେଳେ ଜାତୀୟ ରାଜପଥରେ ଯାଉଥିବା ଟ୍ରକ ଡ୍ରାଇଭର ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଯୁବ ସଂଗଠକ […]

ଲକଡାଉନ୍ ସମୟରେ ଆମ୍ବୁଲାନସରେ ଯାତ୍ରୀବୁହା; ଡ୍ରାଇଭର ଅଟକ, ୬ ଯାତ୍ରୀଙ୍କୁ ପୁଲିସ୍ ନୋଟିସ୍

ରାୟଗଡ଼ା: ରୋଗୀ ନୁହଁ, ଭଲ ଲୋକ ଯାଉଥିଲେ ଆମ୍ବୁଲାନସରେ। କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକଡାଉନ୍ ସମୟରେ ଯାତ୍ରୀ ଓ ଆମ୍ବୁଲାନସ୍ ଡ୍ରାଇଭରଙ୍କ ଏପରି କାରନାମାର ପର୍ଦାଫାଶ କରିଛି ରାୟଗଡ଼ା ଟାଉନ୍ ଥାନା ପୁଲିସ୍। ଆମ୍ବୁଲାନସକୁ ପୁଲିସ୍ ଜବତ କରିବା ସହ ଡ୍ରାଇଭର ଲକ୍ଷ୍ମୀନାରାୟଣ ସେନାପତିଙ୍କୁ ଅଟକ ରଖିଛି। ଆମ୍ବୁଲାନସରେ ଯାତ୍ରା କରୁଥିବା ୬ ଯାତ୍ରୀଙ୍କୁ ପୁଲିସ୍ ନୋଟିସ୍ ଜାରି କରିବା ପରେ ଛାଡ଼ି ଦେଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁର ଆମ୍ବୁଲାନସ୍ ନଂ-ଓଆର୦୨କ୍ୟୁ-୫୭୮୭ ଗତକାଲି ଜଣେ […]

ଭଦ୍ରକ ସିଲ୍‌ : ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପୁଲିସ୍‌ ଖୋଜୁଛି

ଭଦ୍ରକ : ଭଦ୍ରକରୁ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ସହରକୁ ସିଲ୍‌ କରିଦିଆଯାଇଛି। ଦୁବାଇ ଫେରନ୍ତା ଏହି ଯୁବକଙ୍କ ରକ୍ତ ନମୁନାରେ କୋବିଡ୍‌-୧୯ ଭୂତାଣୁ ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ସଦସ୍ୟଙ୍କୁ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଅପ୍ରେଲ ୦୨ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ନବମୀ ରାତ୍ରି ଘ୦୨/୩୪ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ପୁନର୍ବସୁ ରାତ୍ରି ଘ୦୭/୫୫ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର- ମିଥୁନ ଦିବା ଘ୦୧/୫୯ ପର୍ଯ୍ୟନ୍ତ ତଦନ୍ତେ କର୍କଟ ଯୋଗ-ଅତିଗଣ୍ଡ କରଣ-ବାଳବ ସୂର୍ଯ୍ୟ -ମୀନ ୨୦ ଦିନ ଅଦ୍ୟ ରାମନବମୀ ସୁର୍ୟୋଦୟ -ପ୍ରାତଃ ଘ୦୫/୪୨/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୨୪ ଯୋଗିନୀ ପୂର୍ବେ ରାତ୍ରି ଘ୦୨/୩୪ ଗତେ ଉତ୍ତରେ କନ୍ୟା […]

ଦିନିଆରୀରେ ବାଡ଼ି ପଡିଛି, ଝାଡ଼ାବାନ୍ତିରେ ୩ ମୃତ, ୭ ଆକ୍ରାନ୍ତ

ବଡ଼ମ୍ବା ଉ ଲା ପ୍ର : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଦିନିଆରୀ ଗ୍ରାମରେ ଝାଡ଼ାବାନ୍ତିର ପ୍ରକୋପ ଦେଖାଯାଇଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭ଜଣ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଦିନିଆରୀ ଗ୍ରାମର ଶାନ୍ତିଲତା ସାହୁ (୬୦), ନାଗୁଲି ମୁଦୁଲି (୫୨) ଏବଂ ଲକ୍ଷ୍ମୀ ଦେଈ (୫୩)। ଘଟଣା ଜାଣିବାରେ ମଙ୍ଗଳବାର ସକାଳେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ତୁରନ୍ତ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସ୍ଥାନୀୟ […]

ଏଜି ଛକ ଭେଣ୍ଡିଂ ଜୋନରେ ଜଳିଗଲା ଦୋକାନ

ଭୁବନେଶ୍ୱର (ଉ ଲା ପ୍ର): ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍‌ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।  ଆଜି ରାତି ପ୍ରାୟ ୯ଟା ହେବ। ଏହି ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱ ଭେଣ୍ଡିଂ ଜୋନ୍‌ରେ […]

କୁଆଡ଼େ ଧାଉଁଛ ହେ ମଣିଷ ? ଏ ଧାଇଁବାର ଅର୍ଥ କଣ ?

ବେଦର ଚକ୍ଷୁ କୁହାଯାଉଥିବା ଭାରତୀୟ ଋଷିଙ୍କ ଦ୍ଵାରା ବିକଶିତ ଜ୍ୟୋତିଷ ବିଜ୍ଞାନକୁ ଆଧାରକରି ଏହା କହିବି ଏଇ ଭୟଙ୍କର ଭୟ ସୃଷ୍ଟିକାରୀ କରୋନାର କରାଳତା ମାର୍ଚ୍ଚ ୨୯ ତାରିଖ ପରେ ଆଶାତିତ ଭାବେ ଅବସାନ ଘଟିବା ଆରମ୍ଭ ହେବ ଏବଂ ଏପ୍ରିଲ ୧୪ ପରେ ଏହି କରୋନା ଗୃଥିବୀରୁ ସମ୍ପୁର୍ଣ୍ଣ ଅବସାନ ଘଟିବ । ଏହା କିଭଳି ସମ୍ଭବ କହିବା ପୂର୍ବରୁ ଏହା କହିବାକୁ ଚାହେଁ ଯେ – ଯେଉଁ ମଣିଷ ଚନ୍ଦ୍ର ମଙ୍ଗଳରେ ଉପନିବେଶ ଖୋଲିବାକୁ […]