ବଡ଼ବଡ଼ ବାଇଗଣ ପୁଣି ଆଠଗଡ କୁ ଫେରିଲା,ଗୋଟିଏ ବାଇଗଣର ଓଜନ ଷୋଳସହ ଗ୍ରାମ,ସରକାରୀ ସହଯୋଗ ଆବଶ୍ୟକ

ଆଠଗଡ,(ଉଲାପ୍ର)ଦିନଥିଲା ବଡ଼ବଡ଼ ବାଇଗଣ ପାଇଁ ଆଠଗଡ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଥିଲା,ହେଲେ ଗତ ତିରିସବର୍ଷ ହେଲା ଆଠଗଡ ରେ ସେ ବଡ଼ବଡ଼ ବାଇଗଣ ଆଉ ଫଳୁନାହିଁ, ତାହାର କାରଣ ଯାହା ଥାଉ ନା କାହିଁକି ଏବେ ପୁନର୍ବାର ବଡ଼ବଡ଼ ବାଇଗଣ ଫଳାଇବାରେ ସଫଳ ହୋଇଛନ୍ତି ଆଠଗଡ ବ୍ଲକ ଖୁଣ୍ଟୁଣି ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ଚାଷୀ,ଦିନଥିଲା ଆଠଗଡର ସଠିଲୋ,ବାସି ଦେଇପୁର,ସମସରପୁର ପ୍ରଭୁତି ଗ୍ରାମ ମାନଙ୍କରେ ବଡ଼ବଡ଼ ବାଇଗଣ ଫଳୁଥିଲା,ଆଉ ଏହି ବାଇଗଣ ଚାଷ […]

ସସାଙ୍ଗ ଅଞ୍ଚଳରେ ଘୁଷୁରି ମଡ଼କ,ଏକ ସପ୍ତାହରେ କୋଡିଏ ଘୁଷୁରି ମୃତ

ଆଠଗଡ,(ଉଲାପ୍ର)ଗୋଟିଏ ପଟେ କରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଅନ୍ୟ ପଟେ ଆଠଗଡ ବ୍ଲକ ଶଶାଙ୍କ ଅଞ୍ଚଳରେ ଘୁଷୁରୀ ମରିବା ଘଟଣା ଏହି ଅଞ୍ଚଳରେ ଲୋକଙ୍କୁ ଭୟଭିତ କରି ପକାଇଛି,କୁଶପଙ୍ଗି ଅଞ୍ଚଳରେ ବାବୁଲି ବରାଳ କିଛି ଘୁଷୁରି ରଖିଥିବା ବେଳେ ଗତ କିଛିଦିନ ହେଲା ସସାଙ୍ଗ ଅଂଚଳରେ ବିଲ ମାନଙ୍କରେ ଘୁଷୁରି ମରିବା ଆରମ୍ଭ କରିଛନ୍ତି,ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ କୋଡିଏ ରୁ ଅଧିକ ଘୁଷୁରି ମରି ବିଭିନ୍ନ ବିଲ ମାନଙ୍କରେ ପଡିଛନ୍ତି, ଯାହାକୁ […]

କରୋନା ସମୟରେ କୁକୁର,ଗାଈ ଗୋରୁ, ବୁଲା ଷଣ୍ଢମାନଙ୍କୁ ଖାଦ୍ୟ ଦେଉଚ୍ଚନ୍ତି ଉତ୍ସାହି ଯୁବକ

ଆଠଗଡ,(ଉଲାପ୍ର)କରୋନା ଯୋଗୁ ଆଠଗଡ ସହର ଲକ ଡାଉନ ଥିବା ବେଳେ ଏଥିରେ ବେସି କ୍ଷତିଗ୍ରସ୍ତ ହୋଇଛନ୍ତି ଗାଈ,ବୁଲା ଷଣ୍ଢ,କୁକୁର ଓ ପଶୁପକ୍ଷୀ, ମଣିଷମାନେ ଘରେ ରହିଥିବା ବେଳେ ପଶୁପକ୍ଷୀ ଖାଇବାବିନା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆଉ ଏତିକି ବେଳେ ଆଠଗଡ ସହରର କିଛି ଉତ୍ସାହି ଯୁବକ ମାନବିକତା ଦେଖାଇଛନ୍ତି ପଶୁ ପକ୍ଷୀ ମାନଙ୍କ ପ୍ରତି, ଲକ ଡାଉନ ହେବାର ପନ୍ଦର ଦିନ ହେଲା ସହରର ଯୁବକ ସତ୍ୟ ରଥ,ରୋନକ ପଟ୍ଟନାୟକ, ଅଶ୍ୱିନୀ ଆୟୁସମାନ ପ୍ରଧାନ,ଚକ୍ରଧର ବେହେରା,ତଥାଗତ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 *ଅଦ୍ୟ ଅପ୍ରେଲ ୦୯ ତାରିଖ ୨୦୨୦ମସିହା(ଗୁରୁବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ଦ୍ବିତୀୟା ରାତ୍ରି ଘ୧୨/୫୪ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ସ୍ବାତୀ ରାତ୍ରି ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର- ତୁଳା ଯୋଗ-ହର୍ଷଣ କରଣ-ତୈତିଳ ସୂର୍ଯ୍ୟ -ମୀନ ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୭/୦୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୨୪ ଯୋଗିନୀ ଉତ୍ତରେ ରାତ୍ରି ଘ୧୨/୫୪ଗତେ ଅଗ୍ନିକୋଣେ ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ଦ୍ବିତୀୟାର ଏକୋଦିଷ୍ଟ ଓ […]

ଆଠଗଡ ପ୍ରଶାସନ ଓ ପୋଲିସ ଏବେ ପୁରା ଆକ୍ଟିଭ

ଆଠଗଡ, (ଉଲାପ୍ର)ଆଠଗଡ ପ୍ରଶାସନ ଓ ପୋଲିସ ଏବେ ପୁରା ଆକ୍ଟିଭ, ସାରା ବିଶ୍ୱକୁ କରୋନା କବଳିତ କରି ରଖିଥିବା ବେଳେ ଭାରତ ମଧ୍ୟ ପଛରେ ପଡ଼ିନାହିଁ,ଆଉ ଓଡିଶା କଥା ଯଦି କହିବା କେବଳ ଭୁବନେଶ୍ୱର ରେ କରୋନା ପଜିଟିଭ ବଢ଼ିବଢି ଚାଲିଛି, ଏପରି ଅବସ୍ଥାରେ କଟକ ଜିଲା ଆଠଗଡ ରେ ବୁଧବାର ଠାରୁ ପ୍ରଶାସନ ଓ ପୋଲିସ ପୁରା ଆକ୍ଟିଭ ହୋଇ ଉଠିଛି,ସକାଳ ସାତଟା ଠାରୁ ଦଶଟା ପର୍ଯ୍ୟନ୍ତ ପନି ପରିବା ଦୋକାନ ଓ ଗ୍ରସୋରି ଦୋକାନ […]

ବାବା ବାଞ୍ଚେଶ୍ବର ବିଜେ ସ୍ଥଳୀ ଠାରେ ହିଙ୍ଗୁଳାଙ୍କ ବିଶ୍ବଶାନ୍ତି ମହାଯଜ୍ଞ

ଆଠଗଡ,(ଉଲାପ୍ର)କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ପଞ୍ଚାୟତ ବାବା ବାଞ୍ଚେଶ୍ବର ବିଜେ ସ୍ଥଳୀ ଠାରେ ମା ହିଙ୍ଗୁଳା ଙ୍କ ବିଶ୍ବଶାନ୍ତି ମହାଯଜ୍ଞ କରୋନା ମହାମାରୀ ପାଇଁ ନିରାଡ଼ମ୍ବର ରେ ଅନୁଷ୍ଠିତ ହୋଇଛି, ଗତକାଲି ମହାନଦୀ ରୁ ମାଙ୍କ କଳଷ ଅଣାଯାଇ,ଆଜି ସକାଳ ୮.୧୪ ମିନିଟ ରେ ମାଙ୍କ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହୋଇଥିଲା, ଦିର୍ଘ ୬୩ ବର୍ଷ ଧରି ଉକ୍ତ ଗ୍ରାମରେ ମାଙ୍କ ବିଶ୍ବଶାନ୍ତି ହିଙ୍ଗୁଳା ଯଜ୍ଞ ଚାରି ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା […]

ମା ତୁମେ ହିଁ ସଂସାର କୁ ରକ୍ଷାକର । ହୁଳହୁଳି ଓ ଶଙ୍ଖ ନାଦରେ ପ୍ରକମ୍ପିତ

ଆଠଗଡ(ଉଲାପ୍ର)ଚୈତ୍ରମାସ ହେଉଛି ଦେବୀ ମାନଙ୍କ ନିକଟରେ ଆରାଧନା କରିବାର ସମୟ,ଏହି ମାସରେ ବିଭିନ୍ନ ଦେବୀ ପୀଠରେ ମାଙ୍କ ନିକଟରେ ପଣା, ପାଣି ପ୍ରଭୁତି ଦିଆଯିବାର ବିଧି ଥିବା ବେଳେ କେତେକ ମନ୍ଦିରରେ ଝାମୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ, ବର୍ତ୍ତମାନ କରୋନା ରୂପୀ ରାକ୍ଷସ ସମଗ୍ର ବିଶ୍ୱକୁ କରାୟତ କରି ରଖିଥିବା ବେଳେ ଦେବାଦେବୀ ପୀଠ ଗୁଡିକ ପ୍ରଭାବିତ ହୋଇଛନ୍ତି, ପ୍ରଶାସନ ର୍ କଟକଣା ରେ ସବୁ ଦେବାଦେବୀ ମନ୍ଦିର ଗୁଡିକୁ ଆଉ ଭକ୍ତ ଯାଉନାହାନ୍ତି,କେବଳ ବ୍ରାହ୍ମଣ […]

ଆଠଗଡ ସହର ଜଳ ଯୋଗଣର କରୁଣ ଚିତ୍ର

ଆଠଗଡ,(ଉଲାପ୍ର)ଇଏ ଆମ ଆଠଗଡ ସହର, ଆଉ ଆଠଗଡ ସହରର ଜଳଯୋଗଣର କରୁଣ ଚିତ୍ର ଓ ବାସ୍ତବିକ ଚିତ୍ର,ସାରା ବିଶ୍ୱ ବର୍ତ୍ତମାନ ଜୁଝୁଛି କରୋନାକୁ ନେଇ,ହେଲେ ଆଠଗଡ ସହରରେ ନା ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଚିନ୍ତା ଅଛି ନା ସହରକୁ ଜଳ ଯୋଗାଉଥିବା ସହରାଞ୍ଚଳ ଜଳଯୋଗଣ ବିଭାଗର ଚିନ୍ତାଅଛି, କୌଣସି ସଭ୍ୟ ସମାଜରେ ଏମିତି ଲୋକେ ପାଣି ନେଉଥିବା ଦୃଶ୍ୟ ଆପଣ ମାନେ କୋଉଠି ଦେଖିନଥିବେ, ଏ ଚିତ୍ର ବୟାନ କରୁଛି ଆଠଗଡ ଏକନମ୍ବର କୁ ନେଇ,ଏ […]

ଓଦା ଲୁଗାରେ ସାତଟି ଘର ବୁଲି ଅଣ୍ଟିରେ ଚାଉଳ ମୁଠାଏ ଲେଖା ନେଇ ପୂଜା କଲେ ‘ମା’ ଙ୍କୁ

ଆଠଗଡ,(ଉଲାପ୍ର) : ଆଜି ହେଉଛି ଚୈତ୍ରମାସର ଶେଷ ମଙ୍ଗଳବାର, ମା ମାନେ ପିଲା ମାନଙ୍କର ଶୁଭ ମନାସି ଗାଧୋଇ ସାରି ଓଦା ଲୁଗାରେ ସାତଟି ଘର ବୁଲି ଅଣ୍ଟି ରେ ଚାଉଳ ମୁଠାଏ ଲେଖା ନେଇଥାନ୍ତି, ସେହି ଚାଉଳକୁ କୌଣସି ଯୋଗୀକୁ ପ୍ରଦାନ କରାଯିବ ନଚେତ ପାଣିରେ ଭସାଇ ଦିଆଯାଇଥାଏ, ଉଦୁଉଦିଆ ଖରାବେଳେ ମା ମାନେ ପୂଜା କରିଛନ୍ତି ଚୈତ୍ର ମଙ୍ଗଳବାର ର୍ ଶେଷ ଓଷା,ତା ସାଙ୍ଗକୁ ପନ୍ଥେଇ ଓଷା ସମ୍ପନ ହୋଇଛି,ଓଡ଼ିଶାରେ ବାରମାସରେ ତେର ଓଷା […]