କରୋନାଭାଇରସ୍ ମୁକାବିଲା ନିମନ୍ତେ ଭାରତକୁ ୬. ୫ ଲକ୍ଷ ‌ମେଡିକାଲ୍‌ କିଟ୍‌ ପଠାଇଲା ଚୀନ୍

ବେଜିଙ୍ଗ୍: କୋଭିଡ୍-୧୯ ମହାମାରୀର ମୁକାବିଲାରେ ସହାୟକ ହେବା ପାଇଁ ଗୁରୁବାର ଦିନ ଚୀନ୍‌ ଭାରତକୁ ୬. ୫ ମେଡିକାଲ୍‌ କିଟ୍‌ ପଠାଇଥିବା କଥା ବେଜିଙ୍ଗ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍‌ରି କହିଛନ୍ତି। ଚୀନ୍‌ରୁ ଯୋଗାଡ଼ କରାଯାଇଥିବା ଦୁଇ ନିୟୁତରୁ ଅଧିକ ଟେଷ୍ଟ୍‌ କିଟ୍ ଆସନ୍ତା ୧୫ ଦିନ ମଧ୍ୟରେ ଭାରତକୁ ପଠାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆଜି ଟୁଇଟ୍ କରି ମିସ୍‌ରି ଲେଖିଛନ୍ତି: ଭାରତ‌‌ରେ କରୋନାଭାଇରସ୍ ଲଢ଼େଇ। ରେପିଡ୍ ଆଣ୍ଟିବଡି ଟେଷ୍ଟସ୍‌ ଏବଂ ଆର୍‌ଏନ୍‌ଏ […]

ଏବେ ଏପରି ଜୀବନ ବଂଚୁଛନ୍ତି ରାମାୟଣ ମେଗା ଧାରାବାହିକର “ରାବଣ”

କିଛି ଦିନ ପୁର୍ବରୁ ସୋନି ଟିଭିରେ ପ୍ରସିଦ୍ଧ କମେଡି ଶୋ “ଦି କପିଲ୍ ଶର୍ମା ଶୋ”ରେ ଐତିହାସିକ ଧାରାବାହିକ ରାମାୟଣର କଳାକାର ଅରୁଣ ଗୋଭିଲ୍, ଦିପିକା ଚିଖଲିଆ ଓ ସୁନିଲ୍ ଭାଗରେ ଥିଲେ , କପିଲ ଶର୍ମା ଶୋ ରେ ରାମାୟଣ ହେଉଥିବା ସମୟରେ ନିଜର ଅନୁଭୁତି ସେୟାର୍ କରିଥିଲେ, ଓ ସେ କହିଥିଲେ କି ଏହି ରୋଲ୍ ସେ କିପରି ପାଇଥିଲେ, ଶୋ ରେ ରାମାୟଣ ନିର୍ମାଣ ସମୟରେ ରାବଣର ଭୁମିକା ନିଭାଉଥିବା ଅରବିନ୍ଦ ତ୍ରିବେଦୀ […]

ପାକିସ୍ତାନ ପାଇଁ ଭାରତକୁ 10 ହଜାର ଭେଣ୍ଟିଲେଟର ମାଗିଲେ ସୋଏବ ଅଖତର, ଭାରତୀୟ କହିଲେ, ‘ଚୀନକୁ ମାଗ’

ପାକିସ୍ତାନରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି। ଏଭଳି ସ୍ଥିତିରେ ପାକିସ୍ତାନ ଅନ୍ୟ ଦେଶଠାରୁ ସାହାଯ୍ୟ ନିବେଦନ କରୁଛି। ସେଠାରେ ସ୍ଥିତି ଏତେ ଜଟିଳ ଯେ ଡାକ୍ତରମାନଙ୍କ ପାଖରେ ଚିକିତ୍ସା କରିବାକୁ କିଟ ସୁଦ୍ଧା ନାହିଁ। କରୋନା ଭାଇରସ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କର ମୃତ୍ୟୁ ବି ହୋଇଯାଇଛି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଭାରତ ଏବଂ ପାକିସ୍ତାନକୁ ଏକାଠି ହୋଇ କରୋନା ଭାଇରସ ମହାମାରୀକୁ ସାମ୍ନା କରିବା ପାଇଁ ଅନୁରୋଧ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐 *ଅଦ୍ୟ ଅପ୍ରେଲ ୧୬ ତାରିଖ ୨୦୨୦ମସିହା(ଗୁରୁବାର)* ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ନବମୀ ସଂଘ୦୬/୦୫ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ଶ୍ରବଣା ରାତ୍ରି ଘ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ଚନ୍ଦ୍ର- ମକର ଯୋଗ-ସାଧ୍ୟ କରଣ-ଗର ସୂର୍ଯ୍ୟ -ମେଷ ୦୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୧/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୪ ଯୋଗିନୀ ପୂର୍ବେ ସଂ ଘ୦୬/୦୫ଗତେ ଉତ୍ତରେ ସିଂହ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ନବମୀର […]

ଚୀନ ବିରୋଧରେ ଆର୍ଥିକ ଯୁଦ୍ଧ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ(ଉଲାପ୍ର) : ଚୀନ କୋରୋନା ଭାଇରସ୍ ମାଧ୍ୟମରେ ବିଶ୍ୱରେ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ସମଗ୍ର ବିଶ୍ୱ ପ୍ରତିଶୋଧପରାୟଣ ହୋଇ ଉଠିଛି। ସେପଟେ ଏହି ଭାଇରସର ପ୍ରଭାବରେ ବିଶ୍ୱର ଯେଉଁ କ୍ଷତି ହୋଇଛି, ତାହାର ଭରଣା ଚୀନକୁ କରିବାକୁ ପଡ଼ିବ। ଏହି କ୍ରମରେ ଜାପାନ ଭଳି ଦେଶ ମଧ୍ୟ ସେମାନଙ୍କର କମ୍ପାନୀଗୁଡିକ ଚୀନରୁ ଶିଳ୍ପ ଗୁଡ଼ିକ ବନ୍ଦ କରିବା ଆରମ୍ଭ ହୋଇଛି। ସେପଟେ ଭାରତ ମଧ୍ୟ ଚୀନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଛି। ବର୍ତ୍ତମାନ […]

କରୋନା ନେଲା ପାକ୍ କ୍ରିକେଟରଙ୍କ ଜୀବନ

“ ପେଶାୱର: ପାକିସ୍ତାନର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଜାଫର୍ ସର୍ଫରାଜଙ୍କ କରୋନାଭାଇରସ୍ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି। ଜିଓ ଟିଭି ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସର୍ଫରାଜ ସୋମବାର ରାତିରେ ସ୍ଥାନୀୟ ହସ୍ପିଟାଲରେ କରୋନାଭାଇରସ୍ କାରଣରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫୦ ବର୍ଷୀୟ ସର୍ଫରାଜ ପାକିସ୍ତାନର ପ୍ରଥମ ପେସାଦାର କ୍ରିକେଟର୍, ଯାହାଙ୍କର କରୋନାଭାଇରସ୍ ଯୋଗୁ ମୃତ୍ୟୁ ହୋଇଛି। ଗତ ମଙ୍ଗଳବାର ସର୍ଫରାଜଙ୍କ କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ ଆସିଥିଲା ଏବଂ ସେ ଗତ ତିନିଦିନ ହେବ ଭେଣ୍ଟିଲେଟରରେ […]

ପାନୀୟ ଜଳ ସମସ୍ୟା ଦୂର କରିବାକୁ ଟୋଲ ଫ୍ରି ନମ୍ୱର ଜାରି କଲେ ସରକାର

ଭୁବନେଶ୍ବର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବ‌ା ପାଇଁ ଆଜି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ । ଗ୍ରାମାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : ୧୯୧୬ ଓ ସହରାଞ୍ଚଳ […]

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କଲା ଏହି ପଦ୍ଧତି, ଆପଣାଇବାକୁ ମୋଦୀ ଦେଲେ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ମୋଦୀ କରୋନା ସହିତ ଲଢିବା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ…… -ସକାଳେ ୧୦ […]

ଘରବାହୁଡ଼ା ପାଇଁ ରେଳ ଷ୍ଟେସନ୍‌ରେ ଶ୍ରମିକଙ୍କ ଭିଡ଼: ମାନିଲେନି ଲକ୍‌ଡାଉନ୍‌

ମୁମ୍ବାଇ: ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍‌ ଭଳି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍‌ରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ରଖିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଆଜି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ମୁମ୍ବାଇ ପୁଲିସ୍‌ ପକ୍ଷେ କଷ୍ଟକର ହୋଇପଡ଼ିଛି। ପୁଲିସ୍ ଲାଠି ଚାର୍ଜ କଲେ ମଧ୍ୟ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନି। ସୂଚନା ଅନୁସାରେ, […]

ପାସ୍‌ ମାଗିବାକୁ ଗଲେ ମହିଳା ଡାକ୍ତର, ଆଇଆଇସି କହିଲେ‘ୟୁ ଆର ୱେଷ୍ଟିଙ୍ଗ୍‌ ମାଇଁ ଟାଇମ୍‌’

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲାରେ ଆଗ ଧାଡ଼ିର ଯୋଦ୍ଧା ହେଉଛନ୍ତି ଡାକ୍ତର। ସରକାର ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହେଲେ ଜଣେ ମହିଳା ଡାକ୍ତରଙ୍କୁ ଜଣେ ଇନ୍ସପେକ୍ଟର ଦୁର୍ବ୍ୟବହାର କରିଥିବା ନେଇ ଟ୍ବିଟର୍‌‌ରେ ଝଡ଼ ଉଠିଛି। ଘରୁ ହସ୍‌ପିଟାଲ ଆସିବା ପାଇଁ ଗାଡ଼ିର ପାସ୍‌ ମାଗିବାକୁ ଯାଇଥିବା ଜଣେ ମହିଳା ଡାକ୍ତରଙ୍କୁ ଇନ୍‌ସ୍‌ପେକ୍ଟର କହିଛନ୍ତି ‘ୟୁ ଆର ୱେଷ୍ଟିଙ୍ଗ୍‌ ମାଇଁ ଟାଇମ୍‌’। ଏନେଇ ଡାକ୍ତରାଣୀଙ୍କ ଭାଇ ଟ୍ବିଟ୍‌ କରିବା ପରେ ତନାଘନା […]