ସରକାରଙ୍କ ବଡ଼ ନିଷ୍ପତ୍ତି : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଆଜି ରାତି ୧୦ଟାରୁ ୬୦ ଘଣ୍ଟିଆ ସଟଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ କେନ୍ଦ୍ରକରି ରାଜ୍ୟର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର  ଆଜି ରାତି ୧୦ ଟା ଠାରୁ ଆସନ୍ତା ୨୬ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ, ୬୦ ଘଣ୍ଟା ପାଇଁ ଉପରୋକ୍ତ  ତିନି ଜିଲ୍ଲାରେ ସଂପୂର୍ଣ୍ଣ ସଟଡାଉନ୍‌ ଲାଗୁ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।ଏ ସଂପର୍କରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 *ଅଦ୍ୟ ଅପ୍ରେଲ ୨୩ତାରିଖ ୨୦୨୦ମସିହା(ଗୁରୁବାର)* ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ଅମାବାସ୍ୟା ଦିବା ଘ୦୮/୦୬ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ଅଶ୍ବିନୀ ଦିବା ଘ୦୪/୫୯ ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ଚନ୍ଦ୍ର- ମେଷ ଯୋଗ-ପ୍ରୀତି କରଣ-ନାଗ ସୂର୍ଯ୍ୟ -ମେଷ ୧୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୬/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୧୪ ଯୋଗିନୀ ଐଶାନ୍ୟେ ଦିବା ଘ୦୮/୦୮ଗତେ ପୂର୍ବେ ମେଷ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ […]

ଭୁବନେଶ୍ୱରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭ ଦିନ ଯାଏ ଉପରୋକ୍ତ ୩ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ନିରନ୍ତର ସେବା ଯୋଗାଇ ଦିଆଯିବ। ତା ସାଙ୍ଗକୁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବି ଚାଲୁ ରହିବ। ସମ୍ପୃକ୍ତ ଅଞ୍ଚଳରୁ ବ୍ୟାରିକେଡ୍‌ […]

ଉଦୟଲାବଣ୍ୟ ସମ୍ପାଦକଙ୍କ ଉଦ୍ୟମ, ଯୁବକଂଗ୍ରେସ ସଭାପତି ଙ୍କ ମାନବିକତା ପାଇଁ ଅସହାୟ ବୃଦ୍ଧାଙ୍କୁ ମିଳିଲା ରାହା ।

ଆଠଗଡ଼ (୨୨/୦୪/୨୦୨୦)(ଉ ଲା ପ୍ର) : ମାନବିକତା ବୋଲି ଗୋଟେ ଶବ୍ଦ ଏବେବି ବଞ୍ଚିଛି, ଏହାର କାରଣ ହେଲା ଆଠଗଡ ରେ ଲକ ଡାଉନ ସମୟରେ ଯେତେବେଳେ nac ଜଣେ ୮୫ ବର୍ଷର ବୃଦ୍ଧା କୁ ସହାୟତା କଲା ନାହିଁ ସେଠି ଉଦୟଲାବଣ୍ୟ ସମ୍ପାଦକଙ୍କ ପଦେ କଥାରେ ଆଗେଇ ଆସିଥିଲେ ଆଠଗଡ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଉ ସେହି ମହିଳାଙ୍କୁ ତାଙ୍କ ଗାଡ଼ିରେ ନେଇ ନିଜ ବିସ୍କୁଟ କମ୍ପାନୀ ରେ ରଖିଛନ୍ତି ଏହି ମହିଳା […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹 *ଅଦ୍ୟ ଅପ୍ରେଲ ୨୨ତାରିଖ ୨୦୨୦ମସିହା(ବୁଧବାର)* ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ଚତୁର୍ଦ୍ଦଶୀମଳ ପ୍ରାତଃ ଘ୦୫/୪୮ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ନକ୍ଷତ୍ର-ରେବତୀ ଦିବା ଘ୦୨/୧୨ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ଚନ୍ଦ୍ର-ମୀନ ଦିବା ଘ୦୨/୧୨ପର୍ଯ୍ୟନ୍ତ ତଦନ୍ତେ ମେଷ ଯୋଗ-ବିଷ୍କୁମ୍ଭ କରଣ-ଚତୁଷ୍ପଦ ସୂର୍ଯ୍ୟ -ମେଷ ୧୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୭/୩୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୪ ଯୋଗିନୀ ପଶ୍ଚିମେ ପ୍ରାତଃ ଘ୦୫/୪୮ଗତେ ଐଶାନ୍ୟେ ମେଷ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ […]

ଆଠଗଡ ରେଞ୍ଜରଙ୍କ ନାମରେ ଆଠଗଡ ଥାନାରେ ମହିଳା କଲେ ଅଭିଯୋଗ

ଆଠଗଡ ରେଞ୍ଜରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି ଧାଇପୁର ଗ୍ରାମରେ,ପାରାକର୍ମଚାରି ମଦନମୋହନ ରାଉତ ଙ୍କୁ ଚାକିରୀ ଓ କ୍ୱାର୍ଟର ରୁ ବିଦା କରିବା ପରେ ତାଙ୍କ ସହଧର୍ମିଣୀ ସରୋଜିନୀ ରାଉତ ଙ୍କୁ ସୁଇପର ଚାକିରିରୁ ମଧ୍ୟ ବିଦା କରିଦେଇଛନ୍ତି ଆଠଗଡ ରେଞ୍ଜର,ଲକ ଡାଉନ ବେଳେ ରେଞ୍ଜର ନିଜର ମାନବିକତା ଭୁଲି ଯାଇଥିବା ବେଳେ ଆଜି ମଧ୍ୟାନ ରେ ତିନିଜଣ ଅଜଣା ଯୁବକଙ୍କୁ ନେଇ ଧାଇପୁର ଗ୍ରାମକୁ ଯାଇ ରେଞ୍ଜର ମଦନ ଓ ତାଙ୍କ ସ୍ତ୍ରୀ ସରୋଜିନିକୁ ଅସଭ୍ୟ ଭାଷାରେ […]

ଭୋକର ଜ୍ୱାଳା ଆଗରେ ଲକଡାଉନ୍ କଟକଣା ତୁଚ୍ଛ, ବାଇକରେ ସେମିଳିଗୁଡାରୁ କଲକାତା ଯାତ୍ରା

୩୦ ଫେରିବାଲା ଅଟକ, କ୍ବାରାଣ୍ଟାଇନରେ ରଖିଲା ରାୟଗଡ଼ା ପ୍ରଶାସନ ରାୟଗଡ଼ା: ପରିବାରବର୍ଗ ବହୁ କଷ୍ଟରେ ଅଛନ୍ତି। ପାଖରେ ଚଳିବାକୁ ଟଙ୍କା, ପଇସା ନାହିଁ। ପିଲାଛୁଆ ଓଳିଏ ଖାଇଲେ, ଓଳିଏ ଖାଉ ନାହାନ୍ତି। ଫୋନରେ ବାପା, ମା’ଙ୍କ କୋହଭରା କଥା ଶୁଣି ଆଉ ଧର୍ଯ୍ୟ ଧରିପାରୁନୁ। ଲକଡାଉନ୍ ଅବଧି ବି ବଢ଼ିଲାଣି। କେତେ ଆଉ ଦିନ ଆଉ ରହିବୁ। ଆମକୁ ଯିବାକୁ ଦିଅନ୍ତୁ…।ଭୋକର ଜ୍ବାଳା ଓ ପରିବାର ଲୋକଙ୍କ ମୋହ ଆଗରେ ଲକଡାଉନ୍ କଟକଣା ଏପରି ଭାବେ ତୁଚ୍ଛ […]

କରୋନା ଯୁଦ୍ଧ ଜିତିବାକୁ ହେଲେ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ଜରୁରୀ: ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ‘କରେନା ରଙ୍ଗ ବଦଳାଉଥିବା ଏକ ଭୟଙ୍କର ଭୂତାଣୁ’

ୱାଶିଂଟନ: କରୋନା ଭୂତାଣୁ ବିରୋଧରେ ସାରା ବିଶ୍ବ ଏକାଠି ହୋଇ ଯୁଦ୍ଧି କରୁଛି। ବିଭିନ୍ନ ଦେଶ ଲକଡାଉନ କରିବା ସହିତ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ କରୋନାର ପ୍ରଭାବ କମିବା ପରେ ଏହି ନିୟମକୁ ପ୍ରତ୍ୟାହାର କରିନେଲେ ମାନବ ଜାତି ପୁଣି ଥରେ ମହାମାରୀ ଭୂତାଣୁ ଶିକାର ହୋଇପାରେ ବୋଲି ଆମେରିକାସ୍ଥିତ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନା ଯୁଦ୍ଧରେ ଜିତିବାକୁ ହେଲେ ଆଗାମୀ ୨ ବର୍ଷ ଅର୍ଥାତ ୨୦୨୨ ମସିହା ପର୍ଯ୍ୟନ୍ତ […]

ପିଡିଏସ୍‌ ସାମଗ୍ରୀ ବଣ୍ଟନ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

୮୪,୩୧,୪୯୪ କାର୍ଡଧାରୀ ପରିବାରଙ୍କୁ ୮୪୩ କୋଟି ୧୪ ଲକ୍ଷ ୯୪ ହଜାର ଟଙ୍କା ବଣ୍ଟନ ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଥିବା ବେଳେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ସାମାଜିକ ଦୂରତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରି ହିତାଧିକାରୀମାନଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। […]

ନାଲକୋ ଅନୁଦାନରେ ନବରଙ୍ଗପୁରଠାରେ ଖୋଲିଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନାଲକୋର ଅନୁଦାନରେ ନବରଙ୍ଗପୁରଠାରେ ଖୋଲା ଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସୋମବାରଦିନ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସମାରୋହରେ ଦିଲ୍ଲୀରୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।ନାଲକୋ ଏହି ହସ୍ପିଟାଲର ସମସ୍ତ ଭିତ୍ତିଭୂମି […]