ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଏକ ବଡ଼ ନିଷ୍ପତି ନେଇଥିଲେ। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ । ମେ ୧ତାରିଖରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିଥିବା ବେଳେ ଏ ନେଇ ଫେରନ୍ତାଙ୍କଠାରୁ ଟିକେଟ ପଇସା ନିଆଯିବ ବୋଲି କହିଥିଲା ରେଳ […]

ଖୁବ୍ ଶୀଘ୍ର ଆରମ୍ଭ ହେବ ରଥ ନିର୍ମାଣ: ଶ୍ରୀମନ୍ଦିର ପରିଚାଳନା ସମିତିର ସୁପାରିସ,ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁରୀ : ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧାର୍ମିକ ଅନୁଷ୍ଠାନ ନୁହେଁ। ତେଣୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସବୁ ଜୋନରେ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି। ତେଣୁ ରଥ ନିର୍ମାଣ କରାଯାଇ ପାରିବ । ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକରେ ରଥ ନିର୍ମାଣ ଜାରି ଲାଗି ନିଷ୍ପତ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି  ରାଜ୍ୟ ସରକାର ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ।ଏହି କାରଣରୁ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹*🌹💐🌷 ଅଦ୍ୟ ମଇ ୦୪ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀବୈଶାଖ -ଶୁକ୍ଳପକ୍ଷତିଥି -ଏକାଦଶୀ ଦିବା ଘ୦୬/୧୫ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର-ଉତ୍ତରାଫାଃ ରାତ୍ର ଘ୦୭/୫୫ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର- କନ୍ୟାଯୋଗ-ବ୍ୟାଘାତକରଣ-ବିଷ୍ଟିସୂର୍ଯ୍ୟ -ମେଷ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୫୪ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୬/୧୫ଗତେ ନୈଋତକୋଣେବୃଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୬/୫୨ଗତେ ଘ୦୮/୩୧ମଧ୍ୟେବାରବେଳା- ଦିବା ଘ୦୨/୫୫ଗତେ ଘ୦୪/୩୪ମଧ୍ୟେ […]

ପ୍ରବାସୀ ଫେରନ୍ତାଙ୍କ ନଖରାମୀ; ସଙ୍ଗରୋଧ କେନ୍ଦ୍ର ଛାଡ଼ି ଶତାଧିକ ଫେରାର

ବ୍ରହ୍ମପୁର: ରାଜ୍ୟବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ । ସରକାରଙ୍କ ଏହି ସର୍ତ ଯିଏ ମାନିବ ତାକୁ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ନିର୍ଧାରିତ ଫର୍ମରେ ଓଡ଼ିଶା ଫେରନ୍ତା ଆଶାୟୀମାନେ ଏହାକୁ ସମ୍ମତି ଦେଇଛନ୍ତି । ହେଲେ ଓଡ଼ିଶାରେ ପହଞ୍ଚିବା ପରେ କାଶିଆ କିଏ ନା କପିଳା କିଏ? ସରକାରୀ ନିୟମକୁ ଫୁ କରି ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଫେରାର । ପୁଣି ଜଣେ ଅଧେ ନୁହନ୍ତି, ଗଞ୍ଜାମ ଜିଲା ବେଗୁନିଆପଡ଼ା ଆଦର୍ଶ […]

କୁଆଖିଆରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍; ହେଲପର ସହ ୨ ମୃତ

କୁଆଖିଆ: ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର ଥିଲେ । ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ । ସେହିପରି ଦୁଇ ଗାଡ଼ିର ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ […]

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ; ୧୦ ଜିଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।ସତର୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ଅନୁଗୁଳ, ସୁନ୍ଦରଗଡ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ରାୟାଗଡା, ନୁଆପଡାର ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।ସେହିପରି ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ୧୧ଟି ଜିଲା ହେଲେ- କେନ୍ଦୁଝର, […]

ଆଠଗଡ ସହରରେ ଯମ ରାଜା ଓ କରୋନା ଲୋକଙ୍କୁ ସଚେତନ କଲେ,ଅଭୟ ବାରିକ ମୁଖ୍ୟରାସ୍ତାକୁ ସାନିଟାଇଜ କଲେ

ଆଠଗଡ,(ଉଲାପ୍ର)କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ଆମଦେଶରେ ମଧ୍ୟ କରୋନାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ପ୍ରତିଦିନ ହଜାର ହଜାର ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସଚେତନତା ସୃଷ୍ଟି କରୁଛନ୍ତି, ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷିତ ଭାବେ ଘରେ ରହିବା ପାଇଁ କହୁଥିବା ବେଳେ ମୁହଁରେ ମାଷ୍କପିନ୍ଧିବା ବାଧ୍ୟତାମୂଳକ କରାଯାଇଛି,ଆଉ ଏତିକି ବେଳେ ଏକ ଭିନ ଢଙ୍ଗରେ ସାମାଜିକ ବାର୍ତା […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹🌹💐🌷*ଅଦ୍ୟ ମଇ ୦୩ ତାରିଖ ୨୦୨୦ମସିହା(ରବିବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀବୈଶାଖ -ଶୁକ୍ଳପକ୍ଷତିଥି -ଦଶମୀ ଦିବା ଘ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ପୂର୍ବାଫାଃ ରାତ୍ର ଘ୧୦/୧୧ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଃ ଚନ୍ଦ୍ର- ସିଂହ ରାତ୍ର ଘ୦୩/୪୨ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ଧୃବକରଣ-ଗରସୂର୍ଯ୍ୟ -ମେଷ ୨୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୦/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୪୪ ଯୋଗିନୀ ଉତ୍ତରେ ଦିବା ଘ୦୮/୫୯ଗତେ ଅଗ୍ନିକୋଣେବୃଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାରଅଦ୍ୟ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଅଦ୍ୟ ମୃତେ ଏକପାଦ ପୁଷ୍କର […]

ତାଲାବନ୍ଦ ଖୋଲିବା ପରେ ମହଜୁଦ ଥିବା ମଦର ପରିମାଣ ନିଅଣ୍ଟ ହେବାର ଆଶଙ୍କା

ଭୁବନେଶ୍ୱର: ତାଲାବନ୍ଦର ଅବଧି ବଢ଼ିବା ପରେ ଗ୍ରୀନ ଜୋନରେ ଅନେକ କଟକଣାକୁ କୋହଳ କରାଯାଇଛି । ଏହାରି ଭିତରେ ଓଡ଼ିଶାରେ ବନ୍ଦ ପଡିଥିବା ବଟଲିଂ ପ୍ଲାଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅବକାରୀ ସଚିବଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିସନର । ତାଲାବନ୍ଦ ଖୋଲିବା ପରେ ମହଜୁଦ ଥିବା ମଦର ପରିମାଣ ନିଅଣ୍ଟ ହେବାର ଆଶଙ୍କା କରି ପ୍ଲାଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି । ଲକଡାଉନ ନିୟମ ପାଳନ କରିବା ସହ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ବଟଲିଂ ପ୍ଲାଣ୍ଟ […]

କନ୍ଧମାଳର କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଜି ଉଦୟଗିରି: ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜୁରାଟର ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଥିବା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଯିବା ସୂଚନା ମିଳିଛି । ସେହିଭଳି କିଛି ଅନ୍ୟ ଯାତ୍ରୀ ମଧ୍ୟ ଆହତ ଓ ଗୁରୁତର ହୋଇଥିବା ପୁଲିସ କହିଛି । ସୂଚନା ଅନୁସାରେ ସୁରତ ଜିଲ୍ଲାର […]