ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବଇ : ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୫ ଜଣ ଏୟାର ଇଣ୍ଡିଆ ପାଇଲଟ ଲକ୍‌ଡାଉନ୍ ଆରମ୍ଭ ସମୟରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ବିଭିନ୍ନ ସାମଗ୍ରୀ ନେଇ ଯାଉଛନ୍ତି । ଏହି ପାଇଲଟ୍ ମାନେ ମଧ୍ୟ  ଡାକ୍ତରୀ ଉପକରଣ ଆଣିବାକୁ ପଣ୍ୟବାହୀ ବିମାନଗୁଡ଼ିକ ନେଇ ବିଭିନ୍ନ ଦେଶକୁ ଯାତ୍ରା କରୁଛନ୍ତି । ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ ଜଣ […]

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹🌹💐🌷 ଅଦ୍ୟ ମଇ ୧୦ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ତୃତୀୟା ଦିବା ଘ୦୮/୦୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଜ୍ୟେଷ୍ଠା ପ୍ରାତଃ ଘ୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢା ଚନ୍ଦ୍ର- ବିଛା ପ୍ରାତଃ ଘ୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ଶିବକରଣ-ବିଷ୍ଠିସୂର୍ଯ୍ୟ -ମେଷ ୨୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୬/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୪୪ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୦୯ଗତେ ନୈଋତକୋଣେ ମେଷ ରାଶିର ଘାତବାର ଅଦ୍ୟ ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ ବାରବେଳା-ଦିବା […]

୨ ଡ୍ରାଇଭରଙ୍କ ମୃତ୍ୟୁ, ଜଣେ ଗୁରୁତର, ମଦ ବଦଳରେ ସ୍ପିରିଟ ପିଇଥିବା ସନ୍ଦେହ ।

ଢେଙ୍କାନାଳ: ୨ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସହର ଉପକଣ୍ଠ ଶକ୍ତି ସୁଗାର୍ସ ମିଲ୍‌ ପରିସରରେ ଥିବା ପାର୍କିଂ ସ୍ଥାନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ବିହାରର ଓ ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ।ସୂଚନା ଅନୁସାରେ, ଲକ୍‌ଡାଉନ୍‌ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଜଣ ଶକ୍ତି ସୁଗାର୍ସ ମିଲ୍‌ […]

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଖସି ପଳାଇଥିଲେ, ଧରାପଡ଼ିଲେ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା ।୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । ସମ୍ପୃକ୍ତ […]

ଅପରେସନ ସମୁଦ୍ର ସେତୁ : ମାଳଦ୍ୱୀପରୁ ୬୯୮ ପବାସୀଙ୍କୁ ନେଇ ଭାରତ ଅଭିମୁଖେ ଆଇଏନଏସ୍ ଜଲଶ୍ଵା

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି ।  କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ‘ବନ୍ଦେ ଭାରତ ମିଶନ’ ରେ ବିମାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଥିବା ବେଳେ ‘ସେତୁ ସମୁଦ୍ର’ ମିଶନରେ ଜାହାଜ […]

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐🌹💐🌷 ଅଦ୍ୟ ମଇ ୦୯ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ଦ୍ବିତୀୟା ଦିବା ଘ୧୦/୨୮ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଅନୁରାଧା ଦିବା ଘ୦୭/୧୮ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ଚନ୍ଦ୍ର- ବିଛାଯୋଗ-ପରିଘକରଣ-ଗରସୂର୍ଯ୍ୟ -ମେଷ ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୬/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୩୪ ଯୋଗିନୀ ଉତ୍ତରେ ଦିବା ଘ୧୦/୨୯ଗତେ ଅଗ୍ନିକୋଣେ ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ବିତୀୟାର ଏକୋଦିଷ୍ଟ ଶ୍ରାଦ୍ଧ କାଳବେଳା -ଦିବା […]

ରାଜ୍ୟରେ ପ୍ରଥମ ; କରୋନା ମୁକାବିଲା ପାଇଁ ଅଟୋରେ ପ୍ଲାଷ୍ଟିକ ଟ୍ରାନ୍ସପରେଣ୍ଟ ପରଦା

ସମ୍ବଲପୁର : କରୋନା ମହାମାରୀ ଯୋଗୁଁ ଦେଶ ଲକ ଡାଉନ ରହିଛି। କରୋନାକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ହାତକୁ ବାରମ୍ବାର ସାନିଟାଇଜ କରିବାକୁ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସାର୍ବଜନୀନ ଯାତ୍ରା ଉପରେ ପ୍ରତିବନ୍ଧ ଲଗାଯାଇଥିବା ବେଳେ ତୃତୀୟ ପର୍ୟ୍ୟାୟ ଲକ ଡାଉନ ସମୟରେ ଗ୍ରୀନ ଜୋନରେ ରହିଥିବା ଜିଲା ଗୁଡିକରେ ସର୍ତ୍ତମୂଳକ ଭାବରେ ଯାନବାହାନ ଚଳାଚଳ କରିବା ପାଇଁ ସରକାର ଅନୁମତି ପ୍ରଦାନ […]

ସରପଞ୍ଚ ପଞ୍ଚାୟତକୁ କର୍ଫ୍ୟୁ ଘୋଷଣା କଲେ ।ଓଡ଼ିଶାରେ ପ୍ରଥମ ଘଟଣା

ବ୍ରହ୍ମପୁର। :: ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ମଇ ୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସକାଳ ୧୧ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଛି। ବୁଗୁଡା ବ୍ଲକରେ ପ୍ରଥମ ପଞ୍ଚାୟତ ଭାବେ ମାଣିତରା ପଞ୍ଚାୟତ ଯିଏକି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ସମସ୍ତ ଗ୍ରାମରେ ସଟ ଡାଉନ ଲାଗୁ କରିଛନ୍ତି। ବୋଧହୁଏ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹🌹💐🌷 ଅଦ୍ୟ ମଇ ୦୮ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ପ୍ରତିପଦ ଦିବା ଘ୦୧/୨୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ବିଶାଖା ଦିବା ଘ୦୯/୨୮ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ଚନ୍ଦ୍ର- ବିଛାଯୋଗ-ବରିୟାନକରଣ-କୌଳବସୂର୍ଯ୍ୟ -ମେଷ ୨୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୭/୩୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୦୪ ଯୋଗିନୀ ପୂର୍ବେ ଦିବା ଘ୦୧/୨୩ଗତେ ଉତ୍ତରେ ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ପ୍ତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ବିତୀୟାର ପାର୍ବଣ ଶ୍ରାଦ୍ଧ କାଳବେଳା ଓ […]

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା; ଆଜି ପୁଣି ୫ ଟ୍ରେନରେ ଆସୁଛନ୍ତି ୬ ହଜାର

ଭୁବନେଶ୍ବର (ବ୍ୟୁରୋ):  ବଙ୍ଗ ସଂଯୋଗ ପରେ ଏ​‌ବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି ସୁରତ୍ ସଂଯୋଗ । ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦% ହେଉଛନ୍ତି ସୁରତ୍ ଫେରନ୍ତା । ଗଞ୍ଜାମ ଜିଲାରେ ଆଜି ଚିହ୍ନଟ ହୋଇଥିବା ୨୪ ଜଣ ସଂକ୍ରମିତଙ୍କର ସୁରତ୍ ଲିଙ୍କ ରହିଛି । ସେହିପରି ଜଗତସିଂହପୁର ଜିଲାର ନାଉଗାଁରୁ ଠାବ ହୋଇଥିବା ସଂକ୍ରମିତଙ୍କର ବି ସୁରତ୍ ସଂଯୋଗ ରହିଛି । ଏହି ଲୋକମାନେ ଟ୍ରେନ ଓ […]