ଲକଡାଉନରେ ବିବାହ କରି ହଟହଟା; ୨ ଦିନ ପରେ କନ୍ୟା କରୋନା ପଜିଟିଭ, ବର ସମେତ ୩୨ କ୍ବାରେଣ୍ଟାଇନରେ

ଭୋପାଳ: ଦେଶରେ କରୋନା ଭୂତାଣୁ ଯୋଗୁ ଲକ୍‌ଡାଉନ ଲାଗୁ କରାଯାଇଛି। ଏହି ସମୟରେ ମଧ୍ୟରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଥିବାବେଳେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ପାଇଁ କିଛି ନିୟମ ଧାର୍ଯ୍ୟ କରାଯାଇଛି। ଏହାକୁ ଆଧାର କରି ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ସମୟରେ ନିରାଡ଼ମ୍ବର ଭାବେ ବିବାହ ଉତ୍ସବ ଆୟୋଜନ ହେଉଛି। ତେବେ ଏହି ଲକ୍‌ଡାଉନ ବିବାହ କରି ମଧ୍ୟପ୍ରଦେଶରେ ଏକ ବରକନ୍ୟା ଯୋଡ଼ି ଏବଂ ତାଙ୍କର ପରିବାର ହଟହଟା […]

ଗାଁରେ ପ୍ରବେଶ କରିବ କରୋନା!

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମୁଖ୍ୟତଃ ସହରରେ ବସବାସ କରୁଥିବା ବ୍ୟକ୍ତି। ଏବେ କିନ୍ତୁ ଏହି ବିଶ୍ୱ ମହାମାରୀ କରୋନା ଗାଁକୁ ସଂକ୍ରମିତ ହୋଇପାରେ। ଏଭଳି ଆଶଙ୍କା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରା।ଗାଁରେ ରହୁଥିବା ଲୋକମାନେ କରୋନାକୁ ନେଇ ଅଧିକ ସଚେତନ। ସେଥିପାଇଁ ଏଯାବତ କରୋନା ଆକ୍ରାନ୍ତ ଗାଁ ଗୁଡିକରେ ଏତେଟା ଚିହ୍ନଟ ହୋଇନାହାନ୍ତି। ଯେଉଁମାନେ ବି ଚିହ୍ନଟ ହୋଇଛନ୍ତି ସେମାନଙ୍କ ସଂଖ୍ୟା କାଁ […]

ଭାରତରୁ ଆସୁଥିବା କରୋନା ଭାଇରସ ଅଧିକ ବିପଦଜନକ : ନେପାଳ

କାଠମାଣ୍ଡୁ : ଭାରତ ଓ ନେପାଳ ମଧ୍ୟରେ ଗତ ଅନେକ ଶତାବ୍ଦୀ ଧରି ବନ୍ଧୁତା ରହିଆସିଛି । ତେବେ ନେପାଳରେ ଗତ କିଛି ବର୍ଷ ହେଲା କ୍ଷମତାରେ ଥିବା କମ୍ୟୁନିଷ୍ଟ ଦଳ ଯୋଗୁଁ ଏହି ସଂପର୍କରେ ଅବନତି ଦେଖାଦେଇଛି । ବିଶେଷ କରି ନେପାଳ ଚୀନର ଋଣ ବୋଝରେ ରହିଥିବାରୁ ଚୀନ କଥାରେ ପଡ଼ି ଭାରତ ବିରୋଧରେ ବିଷୋଦଗାର କରୁଛି ।ଆଜି ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କହିଛନ୍ତି ଯେ ନେପାଳରେ କରୋନା ସଂକ୍ରମଣ ପାଇଁ ଭାରତ […]

ଖାଦ୍ୟକୁ ନେଇ ଆପତ୍ତି: ସଙ୍ଗରୋଧ କେନ୍ଦ୍ର ବାହାରେ ଶତାଧିକ ପ୍ରବାସୀଙ୍କ ଧାରଣା

ବ୍ରହ୍ମପୁର: ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କ ଖାଦ୍ୟପେୟଠାରୁ ଆରମ୍ଭ କରି ସେମାନଙ୍କର ପରିଛନ୍ନତା, ବିଛଣା, ତକିଆ ବେଡ଼ସିଟ୍ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିଛନ୍ତି । ଖାଇବା ପାଇଁ ଦୈନିକ ୧୨୦ ଟଙ୍କା ଜଣପିଛା ବରାଦ କରିଛନ୍ତି । ସକାଳ, ମଧ୍ୟାହ୍ନ, ସନ୍ଧ୍ୟା ଓ ରାତିରେ ଖାଦ୍ୟ ଓ ଜଳଖିଆ ବ୍ୟବସ୍ଥା ହୋଇଛି । କେଉଁଦିନ କେତେବେଳେ କ’ଣ ଖାଇବାକୁ ଦିଆଯିବ ତାହାର ରୁଟିନ୍ ତିଆରି କରି ଦେଇଛନ୍ତି । ତଥାପି କିଛି ସ୍ଥାନରେ ଅନ୍ତେବାସୀଙ୍କୁ ସାରଣୀ ଅନୁସାରେ ଖାଦ୍ୟ […]

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଦୁର୍ନୀତି : ଗ୍ୟାସ ସଂଯୋଗ ହେଇନି, ଖାତାରେ ପଡୁଛି ଟଙ୍କା

ବଲାଙ୍ଗୀର : ବଲାଙ୍ଗୀରର ଜିଲା ସଦର ବ୍ଲକ ସଦାଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ବବିନାଙ୍କ ଘର। କୁଲି, ମଜୁରୀ କରି ଚଳନ୍ତି ତାଙ୍କ ପରିବାର। ସରକାରଙ୍କ ଗରିବ ଶ୍ରେଣୀ ତାଲିକାରେ ଥିବାରୁ ତାଙ୍କୁ କାର୍ଡ ବି ମିଳିଛି। ବଲାଙ୍ଗୀର ଇଣ୍ଡିଆନ୍‍ ବ୍ୟାଙ୍କରେ ତାଙ୍କର ଜନଧନ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ଏପ୍ରିଲ ମାସରେ ୫୯୫ ଟଙ୍କା ଓ ମେ ମାସରେ ଜମା ହୋଇଥିଲା ୭୭୪ ଟଙ୍କା। କିଏ ଓ କାହିଁକି ଟଙ୍କା ପଠାଇଲା ବୋଲି ବ୍ୟାଙ୍କକୁ ବୁଝିବାକୁ […]

କମିଶନରେଟ ପୁଲିସକୁ ଡେଇଁଲା କରୋନା, ଜଣେ ପଜିଟିଭ

ଭୁବନେଶ୍ୱର(ଉଲାପ୍ର): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ନେଇ ସ୍ପଷ୍ଟ କଲା କମିଶନରେଟ ପୁଲିସ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସଂପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା। ସଂପୃକ୍ତ ୩୬ ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା। ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି। ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି। ଏଯାବତ ୯୭୮ […]

ଲକଡାଉନ୍ ନିୟମ କୋହଳ, ମୁମ୍ୱାଇ ରାସ୍ତାରେ ହଜାର ହଜାର ପ୍ରବାସୀ

ମୁମ୍ୱାଇ (୧୯/୦୫/୨୦) ବ୍ୟୁରୋ :: ଲକଡାଉନ୍ ନିୟମ କୋହଳ ହେବା ପରେ ମୁମ୍ୱାଇରେ ଥିବା ପ୍ରବାସୀ ଶ୍ରମିକଙ୍କ ଗହଳି ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଥିବାବେଳେ ହଜାର ହଜାର ଶ୍ରମିକ ରାସ୍ତାରେ ଏକାଠି ହେବା ପରେ ସାମାଜିକ ଦୂରତ୍ୱଝ ପାଳନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପିରିକି ଏ ନେଇ ରାଜ୍ୟ ସରକାର ଓ ପୁଲିସ ଉପରେ ଅଙ୍ଗୁଳି ଉଠିଛି।ସୂଚନା ଅନୁଯାୟୀ, ବାନ୍ଦ୍ରା ଷ୍ଟେସନରୁ ଆଜି ବିହାର ଯିବା ପାଇଁ […]

ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ: ୨୦ ନୁହେଁ ୨୧ରୁ ହେବ ଖାତା ଦେଖା

ଭୁବନେଶ୍ଵର : ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ । ମେ ୨୦ ନୁହେଁ ମେ ୨୧ତାରିଖରୁ ହେବ ମୂଲ୍ୟାୟନ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଂପର୍କରେ ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ହୋଇଛି। ବାତ୍ୟା ଅମ୍ପନ୍ ପାଇଁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି। ଓଡିଶାର ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହେବ । ମୂଲ୍ୟାୟନ କେନ୍ଦ୍ରର ୧୦କିମି ପରିଧି ଭିତରେ ଥିବା […]

୧୯୯୯ ପରେ ବଙ୍ଗୋପସାଗରରେ ସୃଷ୍ଟିହେଲା ଦ୍ୱିତୀୟ ମହାବାତ୍ୟା ‘ଅମ୍ଫାନ୍‌’: ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ/ ଭୁବନେଶ୍ୱର ୧୮/୦୫/୨୦ : ୧୯୯୯ ପରେ ବଙ୍ଗୋପସାଗରରେ ସୃଷ୍ଟିହୋଇଛି ଦ୍ୱିତୀୟ ସାମୁଦ୍ରିକ ମହାବାତ୍ୟା ‘ଅମ୍ଫାନ୍‌’। ଏବେ ସମୁଦ୍ର ମଧ୍ୟରେ ଥାଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ଏହି ମହାବାତ୍ୟା ଅମ୍ଫାନ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ। ଅମ୍ଫାନ୍‌ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଆଡ଼କୁ ଅଗ୍ରସର ହେବାର […]

ଦେଶରେ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ରଣନୀତି ସଂଶୋଧନ କଲା ଆଇସିଏମ୍ଆର୍

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସୋମବାର କୋଭିଡ୍ -୧୯ ପରୀକ୍ଷା ପାଇଁ ଏହାର ରଣନୀତିକୁ ସଂଶୋଧନ କରିଛି | ସଂଶୋଧିତ ରଣନୀତିରେ ଗତ ୧୪ ଦିନ ମଧ୍ୟରେ ଅନ୍ତର୍ଜାତୀୟ ଭ୍ରମଣର ଇତିହାସ ସହିତ କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି | ଏହା ସହ କୋଭିଡ -୧୯ ବିରୋଧରେ ଆଗ ଧାଡିରେ ରହି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ତୀବ୍ର […]