ଅନ୍ ଲାଇନ ମଦ ବେପାର: ସରକାର ରାଜି, ଦୋକାନୀ ଅରାଜି

କଟକ: ଅନ୍ ଲାଇନ ମଦ କାରବାର ପାଇଁ ସରକାର ଅନୁମତି ଦେଲେ । ରବିବାର ନାଁ ଦୋକାନ ଖୋଲିଲା ନା ଗରାଖ ମଦ ପାଇଲେ । ସରକାର ସିନା ଅନ୍ ଲାଇନ୍ ମଦ କାରବାର ପାଇଁ ରାଜି, ହେଲେ ଦୋକାନୀ ଅରାଜି । ଅନ୍ ଲାଇନ୍ ସହ ଦୋକାନରେ ବି ମଦ ବିକ୍ରି ଅନୁମତି ପାଇଁ ଅଡ଼ି ବସିଛନ୍ତି ବ୍ୟବସାୟୀ । ଅନ୍ ଲାଇନ ମଦବିକିଲେ ଏମଜିକ୍ୟୁ କୋଟା ପୂରଣ ହେବ ନାହିଁ ଓ ସେଥିପାଇଁ ଜୋରିମାନା […]

ଦାରିଂବାଡ଼ି ଘାଟିରେ ଅଟକିଲା ପ୍ରବାସୀଙ୍କ ବସ୍ ; ଘନ ଜଙ୍ଗଲରେ କଟିଲା ରାତି

ବଲାଙ୍ଗିର: ସରକାର ବସରେ ପ୍ରବାସୀଙ୍କୁ ଫେରିବାକୁ ବାରଣ କରିଛନ୍ତି । ହେଲେ ପେଟର ଭୋକ ଆଉ ଜନ୍ମମାଟି ଡ଼ାକ ଆଗରେ ସରକାରୀ ବାରଣକୁ ମାନୁଛି କିଏ ? ତାମିଲନାଡ଼ୁରୁ ବସଭଡ଼ା କରି ବଲାଙ୍ଗିର ଫେରୁଥିବା ୩୦ ପ୍ରବାସୀଙ୍କ ସିନା ସୁରୁଖୁରୁରେ ସେଠାରୁ ବାହାରି ଆସିଲେ ହେଲେ ବାଟରେ ଘାଟି ଉପରେ ଅଟକି ଗଲା ଗାଡ଼ି । ନାଁ ଆଗକୁ ଯାଇ ପାରୁଥିଲା ନା ପଛକୁ । ଶେଷରେ ସାରା ରାତି ଜଙ୍ଗଲ ମଧ୍ୟରେ ଘାଟି ଉପରେ ପାଖାପାଖି […]

ଅତିଥି ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ 

ଭୁବନେଶ୍ବର : ପ୍ରତ୍ୟେକ ଅତିଥି ଶ୍ରମଜୀବୀଙ୍କୁ ନିରାପଦରେ ନିଜ ରାଜ୍ୟରେ ପହଞ୍ଚାଇବା ଏବଂ କୌଣସି ପ୍ରବାସୀ ଶ୍ରମଜୀବୀଙ୍କୁ ଓଡ଼ିଶା ମାଟିରେ ଚାଲିଚାଲି ଯିବାକୁ ନଦେବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ସମସ୍ତଙ୍କୁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ ଓ ସେମାନଙ୍କୁ ନିଜ ରାଜ୍ୟ ସୀମା ନିକଟବର୍ତ୍ତୀ ବର୍ଡର ପଏଣ୍ଟରେ ପହଞ୍ଚାଇ ଦିଆଯିବ।ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୩,୮୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର […]

ବାତ୍ୟାର ୩ ଦିନ ପରେ ବି ଭଦ୍ରକ ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ୱ ଗାଁ ଅନ୍ଧାରରେ

ଭଦ୍ରକ: ମହାବାତ୍ୟା ‘ଅମ୍ଫାନ’ ଯୋଗୁଁ ଜିଲ୍ଲାରେ ଭଦ୍ରକ ଜିଲ୍ଲାରେ ବିଶେଷ ଭାବେ ବିଦ୍ୟୁତ୍ ବିଭାଗର ଅଧିକ କ୍ଷତି ହୋଇଛି। ପବନ ଯୋଗୁଁ ୨ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିବା ସହ କିଛି ସ୍ଥାନରେ ଖୁଣ୍ଟି ମଧ୍ୟ ଭାଙ୍ଗି ପଡିଛି। ଅନେକ ସ୍ଥାନରେ ତାର ଛିଡି ଯାଇଛି। ଗଛ ପଡି ତାର ଛିଡି ଯିବା କାରଣରୁ ଦୁଇ ଦିନ କାଳ ଲୋକ ଅନ୍ଧାରରେ ରହିଥିଲେ। ଅବଶ୍ୟ ବାତା ଛାଡି ଯିବା ପରେ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ […]

ଆସନ୍ତାକାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି : ଜାଣନ୍ତୁ ଏଥିପାଇଁ କେଉଁ ସବୁ ସର୍ତ୍ତ ଓ କଟକଣା ରହିଛି

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ରବିବାରଠାରୁ ମଦର ହୋମ ଡେଲିଭରି ହେବ ବୋଲି ଶନିବାର ରାଜ୍ୟସରକାର ଅନୁମତି ଦେଇଛନ୍ତି। ତେବେ ହୋମ୍ ଡେଲିଭରି ମଦ ପାଇଁ ଉତ୍ସୁକ ଥିବା ଗ୍ରାହକ ଓ ଡେଲିଭରି ସେବାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ସର୍ତ୍ତ । ଯାହାର ତାଲିକା ନିମ୍ନରେ ରହିଛି… ୧. ରବିବାର ଠାରୁ ମଦର ହୋମ ଡେଲିଭରି ହେବା ସହିତ  ସମୟରେ ଏହାର ବିତରଣ ଶୁଳ୍କର ହାର ଉପରେ ନିଷ୍ପତ୍ତି ନେବାକୁ ଏକ୍ସାଇଜ୍‌ କମିଶନରଙ୍କୁ […]

କ୍ୱାରେଣ୍ଟାଇନରେ ପୁଅ, ଘରେ ଆରପାରିକୁ ଚାଲିଗଲେ ବାପା 

ଆରଡ଼ି: ଭଦ୍ରକ ଜିଲ୍ଲା ଆରଡ଼ି ଅଂଚଳରରେ ଏକ ଅଭାବନୀୟ ଘଟଣା ଘଟିଛି । ବାହାର ରାଜ୍ୟରୁ ଫେରି ପୁଅ କ୍ୱାରେଣ୍ଟାଇନରେ ଥିବା ବେଳେ ଘରେ ବାପାଙ୍କ ମୃତ୍ୟୁ ଘଟିଛି । ଉଦୟ ନାଥ ମଲ୍ଲିକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ହେଲେ ମୃତକଙ୍କ ବଡ଼ ପୁଅ ରଘୁନାଥ ଏବେ କ୍ୱାରେଣ୍ଟାଇନରେ । ରଘୁନାଥ ଚେନ୍ନାଇରେ କାମ କରୁଥିବା ହେତୁ ଲକଡ଼ାଉନ ପାଇଁ ଘରକୁ ଆସିପାରୁ ନଥିଲେ । ସରକାରଙ୍କ ଦ୍ୱାରା ପ୍ରବାସୀ ଲୋକଙ୍କୁ ନିଜ ରାଜ୍ୟକୁ ଅଣାଯିବାର ବ୍ୟବସ୍ଥା […]

ପାକିସ୍ତାନର ଆଉ ଏକ ଯାତ୍ରୀବାହୀ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା

ଇସ୍ଲାମାବାଦ : ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । ତେବେ ବିମାନଟି ଗୋଟିଏ ପଟକୁ ଢଳି ଅଟକି ରହିଛି । ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ […]

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ- ଶ୍ରୀମାନ ନବୀନ ବାବୁ ଅଭିନନ୍ଦନର ପାତ୍ର

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ମହାବାତ୍ୟା ପଶ୍ଚିମବଙ୍ଗ […]

ଓଡ଼ିଶା ଫେରିଲେ ୨,୧୪,୩୭୩ ପ୍ରବାସୀ: ବାହାର ରାଜ୍ୟକୁ ଗଲେ ୨୬, ୬୧୧ ଅତିଥି ଶ୍ରମିକ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ୨,୧୪,୩୭୩ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ଅପରପକ୍ଷରେ ଓଡ଼ିଶାରେ ଥିବା ୨୬,୬୧୧ଜଣ ପ୍ରବାସୀ ସେମାନଙ୍କ ରାଜ୍ୟକୁ ପଠାଇଦିଆଯାଇଛି। ରାଜ୍ୟ ସରକାର ଜିଲା ପ୍ରଶାସନ ସହାୟତାରେ ଏ ପର୍ଯ୍ୟନ୍ତ ୨୬,୬୨୧ ଜଣ ଅତିଥି ଶ୍ରମିକଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ପଠାଇଛନ୍ତି। ଏହି ଅତିଥି ଶ୍ରମିକମାନେ ମୁଖ୍ୟତଃ ପଶ୍ଚିମବଙ୍ଗ (୬୨୫୦), ଛତିଶଗଡ (୩୫୫୦), ବିହାର (୩୬୦୦), ଝାଡଖଣ୍ଡ (୭୧୦୦), ରାଜସ୍ଥାନ(୧୦୦୦), ଉତ୍ତରପ୍ରଦେଶ (୧୮୦୦), ମଧ୍ୟପ୍ରଦେଶ (୯୧୫), ଆନ୍ଧ୍ରପ୍ରଦେଶ (୯୬୦), ତେଲେଙ୍ଗାନା […]

’ଅମ୍ପନ’ ପ୍ରଭାବିତ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ବର: ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗରେ ବିପୁଳ ଧନଜୀବନ ହାନି ଘଟିଛି । ୭୨ ଜଣ ମୃତ୍ୟୁ ବରଣ କରିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । କଲକତା ସହର ସହ ମେଦିନପୁର ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଛି । ଏହି ସ୍ଥିତିରେ ପଡ଼ୋଶୀ ଭାବରେ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ।ପଶ୍ଚିମବଙ୍ଗରେ ଧନଜୀବନ ହାନି ନେଇ ମୁଖ୍ୟମନ୍ତ୍ରୀ […]