ରାଜ୍ୟ ସରକାର ଅନୁମତି ଦେଲେ ପୁରୀରେ କଟକଣା ସହିତ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ : ଗଜପତି

ପୁରୀ:  କଟକଣାର ସହିତ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉ। ଭକ୍ତଙ୍କ ବିନା ଆଗମନରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ। ଭକ୍ତମାନେ ଘରେ ରହି ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ରଥଯାତ୍ରା ବିଧି ଅନୁସାରେ ଅନୁଷ୍ଠିତ ହେଉ ଏବଂ କୋଭିଡ୍-୧୯ ଗାଇଡଲାଇନ୍ ପାଳନ ହେଉ। ବଡ଼ଦାଣ୍ଡରେ ଭକ୍ତଙ୍କ ବିନା ସମାଗମରେ କେବଳ ସେବାୟତ ଓ ସଂପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା ସମ୍ଭବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ  ରଥଯାତ୍ରା […]

ପାଇଲଟ୍ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ‌ଫେରାଇ ଅଣାଗଲା ଏୟାର୍ ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ

ନୂଆଦିଲ୍ଲୀ: ପାଇଲଟ୍ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ଆଜି ସକାଳେ ମସ୍କୋ ଅଭିମୁଖେ ଯାତ୍ରା କରିଥିବା ଏୟାର୍ ଇଣ୍ଡିଆର ଏକ ବିମାନକୁ ଉଜ୍‌ବେକିସ୍ତାନ ଆକାଶରୁ ଫେରାଇ ଅଣାଯାଇଛି। ବିମାନର କ୍ରୁ ମେମ୍ବରମାନଙ୍କର ପ୍ରାକ୍-ଉଡ଼ାଣ ରିପୋର୍ଟ ଯାଞ୍ଚ୍ କରୁଥିବା ଟିମ୍ ଭୁଲ୍‌ବଶତଃ କ୍ୟାପ୍‌ଟେନ୍‌ଙ୍କ ପଜିଟିଭ୍ ରିପୋର୍ଟକୁ ‘ନେଗେଟିଭ୍’ ବୋଲି ପଢ଼ି ପକାଇଥିଲେ। ତେଣୁ ମସ୍କୋରେ ଥିବା ଭାରତୀୟଙ୍କୁ ସ୍ବଦେଶକୁ ଆଣିବାକୁ ଉକ୍ତ ପାଇଲଟଙ୍କୁ  ଖାଲି ବିମାନ (କେବଳ କ୍ରୁ ମେମ୍ବର ଥାଇ) ଚଳାଇଯିବାକୁ ଅନୁମତି ଦିଆଯାଇଥିଲା।ମାତ୍ର ଦୀର୍ଘ ଦୁଇ […]

କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ଓଡ଼ିଶା, ରାଜ୍ୟର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ…’

ଭୁବନେଶ୍ୱର: ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା  ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟରୁ ଖେଳପଡ଼ିଆ ସବୁଠି ଲୋକେ ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍‌ରେ ଓଡ଼ିଶାର ଘରେଘରେ ମୁଖରିତ ହୋଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’। ଏଥିସହ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଷ୍ଟାଡିୟମ, […]

ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୧୪ଦିନିଆ କ୍ଵାରେଣ୍ଟଇନରେ ଚାଲିଗଲେ କୋଭିଡ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର, ଏତଲା ରୁଜୁ କରି ହାତ ବାନ୍ଧି ବସିଛି ପୁଲିସ

ରାଞ୍ଚି: ସାରା ଦେଶ ଏବେ କରୋନା ଭଳି ମହାମାରୀ ସହ ଲଢ଼ୁଛି | ଆଗ ଧାଡିରେ ରହି କରୋନା ଭୁତାଣୁ ସହ ଲଢ଼ୁଛନ୍ତି ଦେଶର ଅନେକ ସ୍ୱାସ୍ଥ୍ୟକର୍ମୀ | ହେଲେ ରାଞ୍ଚିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦାୟିତ୍ୱରେ ଥିବା ଜଣେ ଡାକ୍ତର କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମସ)ର କୋଭିଡ ୱାର୍ଡରେ କାମ କରୁଥିବା ଜଣେ କନିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ଜଣେ ବରିଷ୍ଠ ରେସିଡେଣ୍ଟ […]

ସୂର୍ଯ୍ୟଙ୍କର ଚୁମ୍ବକୀୟ ଶକ୍ତି କମୁଛି ।ଅନ୍ୟ ଗ୍ରହରୁ ଆସୁଛି ବିକିରଣ ।ବରଫରେ ପରିଣତ ହେବ ପୃଥିବୀ

ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା । ୟୁରୋପ, ଋଷ ଇତ୍ୟାଦି ଦେଶ ମଧ୍ୟ ବିକଶିତ ଅଟନ୍ତି । ଏହି ଦେଶଗୁଡ଼ିକୁ ବିଶ୍ୱର ଶକ୍ତିକେନ୍ଦ୍ର କୁହାଯାଏ । ହେଲେ କୋରୋନା ଭାଇରସ୍ ଏମାନଙ୍କୁ ଗୋଟିଏ ପ୍ରକାର ବର୍ବାଦ କରିଦେଇଛି । ଆଉ ଏବେ ବୋଝ ଉପରେ ନଳିତା ବିଡ଼ା ପରି ପୁଣି ଏକ ବିପଦ ଏମାନଙ୍କ ପାଖକୁ ମାଡ଼ି ଆସୁଛି । ମନେହେଉଛି, ସତେଯେମିତି ଏହି ଦେଶଗୁଡ଼ିକ ଉପରେ ପ୍ରକୃତି ମାତା ଆଦୌ ସନ୍ତୁଷ୍ଠ ନୁହଁନ୍ତି […]

‘ଦେଶର ନାମ ଇଣ୍ଡିଆ ସ୍ଥାନରେ ଭାରତ ହେଉ’

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ସ୍ଥାନରେ ଭାରତ ନହେଲେ ହିନ୍ଦୁସ୍ଥାନ ହେଉ। ଏଭଳି ଏକ ଆବେଦନ ସୁପ୍ରିମକୋର୍ଟରେ ଦାୟର ହୋଇଛି। ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଜୁନ୍ ୨ରେ ଏହାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡ଼େଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।ଆବେଦନକାରୀ କହିଛନ୍ତି, ଭାରତ ନହେଲେ ହିନ୍ଦୁସ୍ଥାନ ହେଲେ ଆମେ ଆମର ଜାତୀୟତାକୁ ନେଇ ଅଧିକ ଗୌରବ୍ୱାନିତ ହୋଇପାରିବା। ସମ୍ୱିଧାନର […]

ରୋଗିଣା ପତ୍ନୀ, ଝିଅ ପାଇଁ ବଦଳିଲା ପେସା

ଚନ୍ଦ୍ରଶେଖରପୁର : ଘରେ ରୋଗିଣା ପତ୍ନୀ, ୧୨ ବର୍ଷର ଝିଅ ଯାହାର ଗୋଟିଏ କିଡ୍‌ନୀ। ଦୁଃଖର ପାହାଡ଼ ତଳେ ଚାପି ହୋଇଯାଇଛି ଅଟୋ ଚାଳକ ଶରତ ମଲ୍ଲିକଙ୍କ ସଂସାର। ସକାଳୁ ରାତି ପର୍ଯ୍ୟନ୍ତ ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ସଂସାର ଚଳେ କଷ୍ଟେମଷ୍ଟେ ଚଳିଯାଉଥିଲା। ହେଲେ ଶରତଙ୍କ ଜୀବନ ଆକାଶରେ କଳାବାଦଲ ଘୋଟି ଯାଇଛି। କରୋନା କଟକଣା ଆଣିଦେଇଛି ଦାରୁଣ ଦୁଃଖ । ଦୀର୍ଘଦିନ ହେଲା ପତ୍ନୀ ଉର୍ମିଳା ବିଭିନ୍ନ ରୋଗରେ ଘାଣ୍ଟି ହେଉଥିବାବେଳେ […]

ମଦ ଦୋକାନ ବନ୍ଦ କର, ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ପଠାଇଲେ ମହିଳା

ବାଲେଶ୍ଵର : କରୋନା ଲକଡାଉନ ଯୋଗୁ କେନ୍ଦ୍ର ସହ ରାଜ୍ୟଗୁଡ଼ିକର ରାଜସ୍ୱ ସଂଗ୍ରହରେ ଅହେତୁକ କ୍ଷତି ଘଟିଛି। ଏହାକୁ ପୂରଣ କରିବା ପାଇଁ କିଛି ରାଜ୍ୟ କରୋନା କଟକଣା ଭିତରେ ମଦ ଦୋକାନ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ମଦ ଦୋକାନ ଖୋଲିବା ପରେ ପ୍ରବଳ ବେପାର ମଧ୍ୟ ହେଉଛି।ହେଲେ ମଦ ଦୋକାନକୁ ବନ୍ଦ କରିବା ଦାବିରେ ଓଡ଼ିଶାର ମହିଳାମାନେ ଅଭିନବ ପ୍ରତିବାଦ କରିଛନ୍ତି। ଆପଣ ଅନେକ ସମୟରେ ରାସ୍ତାରୋକ ଓ ମଦ ଭାଟି ଆଗରେ ମହିଳାଙ୍କ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹*🌹💐🌷 ଅଦ୍ୟ ମଇ ୨୯ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ-ଶୁକ୍ଳ ପକ୍ଷତିଥି -ସପ୍ତମୀ ରାତ୍ର ଘ୦୯/୩୫ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଠମୀନକ୍ଷତ୍ର- ଅଶ୍ଳେଷା ଦିବା ଘ୦୭/୧୪ ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର-କର୍କଟ ଦିବା ଘ୦୭/୧୪ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ବ୍ୟାଘାତକରଣ-ଗରସୂର୍ଯ୍ୟ -ବୃଷ ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୧/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୪ ଯୋଗିନୀ ବାୟବ୍ୟେ ରାତ୍ର ଘ୦୯/୩୫ଗତେ ଐଶାନ୍ୟେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଠ […]

କେରଳରେ ଫସିଥିବା ୧୭୦ ଜଣ ଓଡ଼ିଆ ଝିଅଙ୍କୁ ବିମାନରେ ଫେରାଇ ଆଣିବାକୁ ବ୍ୟବସ୍ଥା କଲେ ସୋନୁ ସୁଦ୍

ଭୁବନେଶ୍ୱର: ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡିଆ ଝିଅ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ରାଜ୍ୟକୁ ଫେରିବେ । ଏହି ଯୁବତୀମାନେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି।ଓଡ଼ିଶାର ଝିଅମାନେ କେରଳରେ  ଫସି ରହିଥିବା ନେଇ ସାମ୍ବାଦିକା ଧାନ୍ୟା ରାଜେନ୍ଦ୍ରନଙ୍କ ଟୁଇଟ ପରେ ଏହି ଘଟଣା ଲୋକଲୋଚନକୁ […]