ସରିଲା ଦଣ୍ଡ ଯାତ୍ରା; ମେରୁରେ ଯାତ୍ରା ସାରି ମନ୍ଦିରକୁ ଫେରିଲେ ମା’କାଳୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଓ ୧୪ ଦିନ ଧରି ଆୟୋଜିତ ହୋଇଥିବା ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି I ଏହି ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଦିନିଆ ଦଣ୍ଡ ଯାତ୍ରା ମାସନ୍ତ ମେରୁରେ ଏବଂ ୧୪ ଦିନିଆ ସଂକ୍ରାନ୍ତି ମେରୁରେ ଉଦଯାପିତ ହୋଇ ମା’ କାଳୀ ନିଜନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ […]

କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନ ରେ ଭେଟିଛନ୍ତି। ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ. ଜାତୀୟ ରାଜପଥ ରହିଥିବା ବେଳେ ଏବେ ପୁଣି ଜିଲ୍ଲା ଦେଇ ଆଉ ତିନୋଟି ଜାତୀୟ ରାଜପଥ ନିର୍ମାଣ ପାଇଁ ଲିଖିତ ପ୍ରସ୍ତାବ ଦେଇଛନ୍ତି। […]

ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାବିଷୁବ ମିଳନ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ଓ ପୁରାତନ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାବିଷୁବ ମିଳନ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ସଂସଦର ସଭାପତି ଡ଼.ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ଉତ୍କଳ ସମ୍ମିଳନୀର ସଭାପତି କୌଶିକ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l […]

ବାଲିଗୁଡାରେ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଓଡ଼ିଆ ନୂଆ ପାଞ୍ଜି ଯଥା ଵିଧି ସହକାରେ ପୂଜା ଅର୍ଚନା କରାଯାଇ ଆରମ୍ଭ କରାଯାଇଥିଲା l ପଣାସଂକ୍ରାନ୍ତି ଅବସରରେ ସହରର ପାଟଖଣ୍ଡା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର, ଶିଶୁ ମନ୍ଦିର ନିକଟ ହନୁମାନ ମନ୍ଦିର ଓ ଜେଲ ନିକଟ ହନୁମାନ ମନ୍ଦିରରେ […]

ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳନ ପ୍ରସ୍ତୁତି ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨ ୬ ତମ ତିରୋଧାନ ଦିବସ କୁଗ୍ରାମାଞ୍ଚଳ ରୁ ସହର ଯାଏ ବ୍ୟାପକଭାବେ ଆଡମ୍ବର ସହକାରେପାଳନ କରିବା ଲାଗି ଶନିବାର ଫୁଲବାଣୀ ଠାରେ ଜିଲ୍ଲା ବିଯୁଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ସମାଜସେବୀ ସରୋଜ କର୍ଣ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ବିଜେଡି ଜିଲ୍ଲା […]

ବରିଷ୍ଠ ସମାଜ ସେବୀ ଇଂ. ହରି ଶଙ୍କର ରାଉତ ସମ୍ବର୍ଦ୍ଧିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ସ୍ୱାତୀ ‘ର ସମ୍ପାଦକ ଇଂ. ହରିଶଙ୍କର ରାଉତଙ୍କ ଜିଲାରେ ଗରିବ ଆଦିବାସୀ ହରିଜନ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟଓ କୃଷି କ୍ଷେତ୍ର ରେ ଯେପରି ବିକାଶ ହୋଇପାରିବ ସେ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ,କରିବା ସହ ବିଶେଷ କରିଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟି ଥିଲେ lଫଳରେ ଟିକାବାଲି ସ୍ଥିତ ଏ ଏମ ସି ଏସ ମହାବିଦ୍ୟାଳୟ ଚଉତିରିଶ ତମ […]

ଫିରିଙ୍ଗିଆ ପୋଲିସ ଚଢ଼ାଉ ଦେଢ଼ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ

ଫୁଲବାଣୀ ସୁନୀଲ ପଟନାୟକ )ବୁଧବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଉପର ବାଲିଘାଟ ପାଙ୍ଗା ଜଙ୍ଗଲ ରପୋଲ ନିକଟ ରେ ଚଢ଼lଉ କରି ଦେଢ଼ କୁଇଣ୍ଟାଲ ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ […]

ପ୍ରେସ କ୍ଲବ ପକ୍ଷରୁ ଡ଼ଃ. ଆମ୍ୱେଦକରଙ୍କ ୧ ୩ ୨ ତମ ଜୟନ୍ତୀ ପାଳିତ

ଫୁଲବାଣୀ( ସୁନୀଲ ପଟନ।ୟକ)ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ପ୍ରେସ କ୍ଲବ ଠାରେ ବାବା ସାହେବ ଆମ୍ବେଦକର ଙ୍କ ୧ ୩ ୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ତଥା ସମାଜସେବୀ ବଳଦେବ ବେହେରା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜାଗ୍ରତ କନ୍ଧମାଳସଂପାଦକ,ତଥା ଆଇନଜୀବୀ ସମାଜସେବୀ ସତ୍ୟନାରାୟଣ […]

ଆମ୍ବେଦକରଙ୍କ ୧ ୩ ୨ ତମ ଜୟନ୍ତୀ ପାଳିତ

ଫୁଲବାଣୀ( ଉଲ୍ଲାପ୍ର )ବାବାସାହେବ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ୧ ୩ ୨ ତମ ପୁଣ୍ୟ ଜନ୍ମ ତିଥି ଅବସରରେ ସ୍ଥାନୀୟ ଫୁଲବାଣୀ ସାହି ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୁର୍ତି ଠାରେ ଜିଲ୍ଲା ଏସ ସି ଫେଡେରେସନ ପକ୍ଷରୁ ଆୟୋଜିତ ସଭାରେମୁଖ୍ୟ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଯୋଗ ଦେଇ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେl ଅନ୍ୟ ମାନଙ୍କ ମଧ୍ୟରେ ସଭାପତିସୋମନାଥ ବାଘ, ଜାଗ୍ରତ କନ୍ଧମାଳ ସମ୍ପାଦକ ତଥା ସମାଜସେବୀ […]

ଦକ୍ଷିଣଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା,48 ବ୍ରତଧାରି ଝାମୁ ଚାଲିଲେ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ଅଞ୍ଚଳର ଆରାଧ୍ୟା ଦେବି ମା ଦକ୍ଷିଣଚଣ୍ଡୀ ଙ୍କ ପୀଠରେ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି, ପୂର୍ବରାତ୍ରି ରେ ମାନସିକ ଧାରି ଝାମୁଆମାନେ ମାଙ୍କ ପୀଠରେ ଅଧିଆ ପଡ଼ିଥିଲେ, ଚଳିତବର୍ଷ ଦକ୍ଷିଣଚଣ୍ଡୀଙ୍କ ପୀଠରେ 48 ଜଣ ଝାମୁଆ ଝାମୁ ଚାଲିଥିଲେ, ଅପରାହ୍ନ ରେ ମାନସିକ ଧାରି ଝାମୁଆ ମାନେ ଏକତ୍ର ହୋଇ ଗ୍ରାମ ପରିକ୍ରମା କରିବାପରେ ବାରବାଟି ସାଗରକୁ ଯାଇ ସ୍ନାନ କରିବା ପରେ କାଳିସୀ ସମସ୍ତ ଝାମୁଆଙ୍କୁ […]