କୋଭିଡ୍ ପରିଚାଳନା ଦାୟିତ୍ୱରୁ ହଟିଲେ ୯ ଆଇଏଏସ୍‌

ଭୁବନେଶ୍ୱର(ଉଲାପ୍ର): ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆସିବାପରେ କୋଭିଡ୍ ପରିଚାଳନାର ଅତିରିକ୍ତ ଦାୟିତ୍ୱରେ ଥିବା ୧୦ଜଣ ଆଇଏଏସଙ୍କୁ ହଟାଇ ରାଜ୍ୟ ସରକାର ହଟାଇ ଦେଇଛନ୍ତି। କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟ ନିମନ୍ତେ ଗଠିତ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଗତ ୧ ତାରିଖରେ ହଟାଯିବା ପରେ ଆଜି ଅନ୍ୟ ୯ଜଣ ଆଇଏଏସଙ୍କୁ ମଧ୍ୟ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, […]

ଆଠଗଡ଼ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଆଠଗଡ ବିକାଶ ପରିଷଦ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତଆଠଗଡ଼,(ଉଲାପ୍ର)ଆଠଗଡ ବିକାଶ ପରଷଦ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ସ୍ଥାନୀୟ ଉତ୍ତରାଚଣ୍ଡି ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ପରିଷଦର ସଭାପତି ରାମନାରାୟଣ ମହାନ୍ତି ଙ୍କ ସହିତ ଆଠଗଡ ଓକିଲ ସଂଘର ସଭାପତି ବିଷ୍ଣୁ ପ୍ରସାଦ ସାହୁ , ବରିଷ୍ଠ ଆଇନିଜିବି ଅନିଲ ମହାପାତ୍ର ଅତିଥୀ ଭାବେ ଯୋଗ ଦେଇ ବିଭିନ୍ନ ଓୌଷଧିୟ ବୃକ୍ଷ ରୋପଣ […]

ସ୍ନାନପୁର୍ଣିମା ରେ ଭକ୍ତ କାଳିଆକୁ ଦର୍ଶନ କରି ନପାରି ଗୁମୁରି ଗୁମୁରି କାନ୍ଦୁଛି, ଭିତରେ କାଳିଆ, ଗେଟ ବାହାରେ ଭକ୍ତ

(ଉଲାପ୍ର)ଭକ୍ତ ଆଉ ଭଗବାନ ଏକାଠି, ହେଲେ ଭକ୍ତ ଆଜି ଅଲଗା ଆଉ ଭଗବାନ ଆଜି ଅଲଗା,ଦେବସ୍ନାନ ପୂର୍ଣ୍ଣିମା ରେ ଭକ୍ତ ଆଜି ଗୁମୁରି କାନ୍ଦୁଛି,ଏଦୃଶ୍ୟ ହେଉଛି ଆଠଗଡ ସହର ଅଟ୍ଟାଳି ଜଗନାଥଙ୍କ ର,ଗୋଟିଏ ପଟେ କୋଟି ମାନସର ଦେବତା ମହାପ୍ରଭୁ ଜଗନ୍ନାଥ ସ୍ନାନପୁର୍ଣିମା ରେ ଏକା ଏକା ଭକ୍ତବିନା ସ୍ନାନ ମଣ୍ଡପକୁ ଯାଉଛନ୍ତି ସ୍ନାନ କରିବା ପାଇଁ, ଅନ୍ୟପଟେ ମନ୍ଦିର ଗେଟରେ ତାଲା ପଡିଥିବା ବେଳେ ଗେଟ ବାହାରେ ଭକ୍ତ ହାତରେ ଘିଅ ଦୀପ,ଭୋଗ ଧରି କାଳିଆକୁ […]

ମିରଟରେ ଅଜବ ଘଟଣା : ମାଙ୍କଡ଼ ଖାଇଗଲେ କରୋନା ନମୁନା, ସଂକ୍ରମଣ ଆଶଙ୍କା  

ମିରଟ : ସାରାଦେଶ କରୋନା ଭାଇରସ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଏକ ଅଜବ ଘଟଣା ଘଟିଛି । ଲୋକମାନଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡ଼ମାନେ ନେଇଯାଇଛନ୍ତି । ଏହାକୁ ନେଇ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି ।ଘଟଣାଟି ଘଟିଛି ମିରଟ ମେଡିକାଲ କଲେଜରେ । ମିଳିଥିବା ସୂଚନା ମୁତାବକ ଜଣେ ଲାବରେଟୋରୀ ଟେକନିସିଆନ କରୋନା ସଂଦିଗ୍ଧମାନଙ୍କ ଠାରୁ ସ୍ବାବ ନମୁନା ନେଇ ମେଡିକାଲ କଲେଜ ପରିସରରେ ଯାଉଥିବାବେଳେ ହଠାତ ମାଙ୍କଡ଼ ଦଳ […]

ଥାନା ପରିସରରେ ସ୍ଥାପନ ହେଲେ ‘କରୋନା ମହାଦେବ’; ଚିଚୌଲ ଅଞ୍ଚଳରେ ଜଣେ ବି ନାହାନ୍ତି କରୋନା ସଂକ୍ରମିତ

ଚିଚୌଲି (ମଧ୍ୟପ୍ରଦେଶ): ଶିବଙ୍କର ତ ସହସ୍ର ନାମ । କିଏ କେଉଁ ନାଁରେ ଆରାଧନା କରେ ତାହା କହିବା ଅସମ୍ଭବ । ହେଲେ ମଧ୍ୟପ୍ରଦେଶର ଏକ ଥାନା ପରିସରରେ ମହାଦେବ ମନ୍ଦିରର ନାମ ରଖାଯାଇଛି କରୋନା ମହାଦେବ । ଜଣେ ପୁଲିସ ଅଧିକାରୀ ଏହାକୁ ସ୍ଥାପନ କରିଛନ୍ତି । ଆଉ କରୋନା ମହାଦେବଙ୍କ କୃପାରୁ ଏହି ଅଞ୍ଚଳରେ ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇ ନାହାନ୍ତି ବୋଳି ସଂପୃକ୍ତ ପୁଲିସ ଅଧିକାରୀ ଦାବି କରିଛନ୍ତି । ଏହି […]

ଅକଳରେ ପଡ଼ି ଔଷଧୀୟ ସାମଗ୍ରୀ ଗ୍ରହଣ କଲା ଔଷଧ ନିଗମ : ପିପିଇ କିଟ୍ ନେଲେ, ମାସ୍କ ଓ ସାନିଟାଇଜରକୁ ନା

ଭୁବନେଶ୍ବର : ରାଜ୍ୟ ବାହାରୁ ଔଷଧୀୟ ସାମଗ୍ରୀ ମଗାଇ ଅକଳରେ ପଡ଼ିଥିବା ରାଜ୍ୟ ଔଷଧ ନିଗମ ଆଜି ପିପିଇ କିଟ୍‌କୁ ଡେଲିଭରି ନେବା ପାଇଁ ରାଜି ହୋଇଛି। ତେବେ ମାସ୍କ ଓ ସାନିଟାଇଜରକୁ ମନା କରି ଦେଇଛି। ଫଳରେ ଯେଉଁସବୁ ଟ୍ରକ୍ ଗୁଡ଼ିକ ମାସ୍କ ଓ ସାନିଟାଇଜର ଆଣିଥିଲେ ସେମାନେ ନିଜ ରାଜ୍ୟକୁ ଫେରିଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।ଆଜି ଓଡ଼ିଶା ରାଜ୍ୟ ଔଷଧ ନିଗମର ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା। ଏଥିରେ ପିପିଇ କିଟ୍‌ ପାଇଁ […]

’ସଙ୍ଗରୋଧ’ରେ ପ୍ରେମିକଙ୍କ ସହ ରହିବାକୁ ଯୁବତୀଙ୍କ ଜିଦ୍; ବିଡ଼ିଓ-ତହସିଲଦାରଙ୍କ ଉପସ୍ଥିତିରେ ହେଲା ବାହାଘର

ବରପାଲି: କରୋନା କାଳରେ କେତେକେତେ ନୂଆ ନୂଆ କଥା ଦେଖିବାକୁ ମିଳୁଛି । ସଙ୍ଗରୋଧ କେନ୍ଦ୍ରରେ ଅନେକ ନିଜ ପରିଜନଙ୍କ ମୃତ୍ୟୁଖବର ପାଉଛନ୍ତି । ସଙ୍ଗରୋଧରେ ଥାଇ ଅନେକ ମୃତ୍ୟୁବରଣ କରୁଛନ୍ତି । ସଙ୍ଗରୋଧ ସମୟରେ ସନ୍ତାନ ପ୍ରସବ ଖବର ମିଳୁଛି ଆଉ ଏବେ ବରଗଡ଼ ଜିଲା ବରପାଲି ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବିବାହ ବେଶ୍ ଚର୍ଚିତ ହୋଇଛି । ପୂର୍ବରୁ ଉପକୂଳ ଓଡ଼ିଶାର ଏକ ସଙ୍ଗରୋଧ କେନ୍ଦ୍ରରେ ଥିବା ଦୁଇ ଫେରାର ପ୍ରେମିକ-ପ୍ରେମିକାଙ୍କର ହାତଗଣ୍ଠି […]

କୃଷକମାନେ ଏଣିକି ସେମାନଙ୍କର ଉତ୍ପାଦକୁ ମଣ୍ଡି ବ୍ୟତୀତ ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରିପାରିବେ।

ନୂଆଦିଲ୍ଲୀ : କୃଷକମାନେ ଏଣିକି ସେମାନଙ୍କର ଉତ୍ପାଦକୁ ମାଣ୍ଡି ବ୍ୟତୀତ ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରିପାରିବେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ଅନେକ କୃଷିଜାତ ସାମଗ୍ରୀକୁ ବାଦ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ଅନେକ ନିଷ୍ପତ୍ତି ନିଆଯାଇଛି ।ବୈଠକରେ କୁହାଯାଇଛି ଯେ ଭାରତ ଗୋଟିଏ ଦେଶ ଗୋଟିଏ […]

ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ଆଠଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ଅଟାଳି ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ତହସିଲଦାର ତପନ ଖୁଣ୍ଟିଆ,dsp ଆଲୋକ ରଞ୍ଜନ ରାୟ, nac କାର୍ଯ୍ୟନିର୍ବାହୀ ଅଧିକାରୀ,ସୂଚନା ଲୋକସମ୍ପର୍କ ଅଧିକାରୀ ତଥା ଦେବୋତ୍ତର କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସାମ୍ବାଦିକ,ଆଇନଜୀବୀ,ବଜାର କମିଟିର ମୁଖ୍ୟ ତଥା ପୂଜକ,ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ପୁରୀରେ ଯେପରି ରୀତିନୀତି ଅନୁଯାୟୀ ସରକାର ରଥଯାତ୍ରା […]

ରାଶିଫଳ

ମେଷ: କାର୍ଯ୍ୟାନୁଷ୍ଠାନ ସମୟ ଉପଯୋଗୀ ହେବ। ପଡ଼ୋଶୀ ଓ ବନ୍ଧୁଙ୍କ ସହାୟତା ପାଇଁ ସାହସ ବୃଦ୍ଧି ପାଇବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ କାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ। ସୁସମ୍ବାଦ ମିଳିବ। ବୃଷ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ। ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। କେ​‌େ​‌ତକ କ୍ଷେତ୍ରରେ […]