ବଜ୍ରପାତରେ ୨ ମହିଳା ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଅନ୍ତର୍ଗତ କରଡାପାଳ ଗ୍ରାମରେ ବୁଧବାର ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଦୁଇ ଜଣ ଧାନପେଷିବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରାଜଧାନୀ ଭୁବନେଶ୍ଵରରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ରାଜଧାନୀରୁ ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲର କର୍ମଚାରୀ ରହିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ୫ ଜଣ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ୪ ଜଣ ଏମ୍ସ ହସ୍ପିଟାଲର ରହିଛନ୍ତି । ଭୁବନେଶ୍ୱର ଏମ୍ସ ହସ୍ପିଟାଲର […]

କୋରାପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ

ଜୟପୁର: କୋରାପୁଟ ଜିଲାର ବୈପାରିଗୁଡ଼ା ନିକଟସ୍ଥ କୋଲାବ ନଦୀ ପାର୍ଶ୍ବ ଜଙ୍ଗଲରୁ ପୁଲିସ ଓ ବିଏସ୍ଏଫ୍ ଯବାନ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ  ରାଇଫଲ, ୨ଟି କ୍ଲେମର ମାଇନ, କେଡେକ୍ସ ତାର, ୮ଟି ରିଚାର୍ଜେବୁଲ ବ୍ୟାଟେରୀ, ୧ କେଜି ଗନ ପାଉଡର, ସ୍ପ୍ରିଣ୍ଚର୍ସ(ଆଇରନ ପିସେସ) ୫ କେଜି,  ମାଓ ପୁସ୍ତିକା ଏବଂ ହ୍ୟାଣ୍ଡବୁକ୍, ଗୋଟିଏ ଛୁରୀ, ଗୋଟିଏ ୱାକିଟକି, ୨ଟି ୟୁନିଫର୍ମ ବେଲ୍ଟ, ୫ଟି ବବି ଟ୍ରାପ୍ସ, ୨ଟି ବମ୍  […]

କାଠ ଫାଳିଆରେ ପିଟିଲେ ସଙ୍ଗରୋଧ ପ୍ରବାସୀ; ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କ ନାକ ଫାଟିଲା

କାଶୀପୁର (୯।୬): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମଠାରେ ଥିବା ସଂଗରୋଧ କେନ୍ଦ୍ର ପରିସରରେ ଜଣେ ଅନ୍ତେବାସୀ ଖାଦ୍ୟ ଯୋଗାଇବାକୁ ଯାଇଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ କାଲି ସନ୍ଧ୍ୟାରେ  କିଛି ଅନ୍ତେବାସୀ ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କୁ ରାତି ଭୋଜନ ଯୋଗାଇବାକୁ କହିଥିଲେ। ମାତ୍ର ସମୟ ହୋଇ ନ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ ଖାଦ୍ୟ ଯୋଗାଣକାରୀ ସେମାନଙ୍କୁ ଅନୁରୋଧ କରିଥିଲା। ଏହାପରେ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ଖାଦ୍ୟ ସାମଗ୍ରୀ […]

ଗାଡ଼ି କାଗଜପତ୍ର ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ଭୁବନେଶ୍ବର: ଗାଡ଼ି ଚାଳକଙ୍କ ପାଇଁ ଆଉ ଏକ ଆଶ୍ବସ୍ତିର ଖବର । ଗାଡ଼ି କାଗଜପତ୍ର ବୈଧ ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦେଶ ଦିଆଯାଇଛି ।  କରୋନା ସ୍ଥିତି, ଲକ୍ଡ଼ାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।  ଦେଶର ସମସ୍ତ ରାଜ୍ୟ […]

ରଜକୁ ଭିଜାଇବ ମୌସୁମୀ: ଗୁରୁବାରଠାରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାରେ ପ୍ରବେଶ ନିମନ୍ତେ କବାଟ ଠକଠକ୍ କଲାଣି ମୌସୁମୀ । ଗୁରୁବାରବେଳକୁ ମୌସୁମୀ ରାଜ୍ୟରେ ପ୍ରବେଶ କରିବ ଆଉ ରଜକୁ ଭିଜାଇବ ।  ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହି ଲଘୁଚାପ ସହ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ସୋଆ ବିଶ୍ବବିଦ୍ୟାଳୟ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । […]

ବିଷାକ୍ତ ମଦ ପିଇ ଶ୍ବଶୁରଙ୍କର ମୃତ୍ୟୁ, ସଇଁତଳା ଥାନାରେ ଅଭିଯୋଗ କଲେ ଜ୍ବାଇଁ

ସଇଁତଳା: ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସଇଁତଳା ଥାନା ଅନ୍ତର୍ଗତ ଧରମଗଡ଼ ପଞ୍ଚାୟତର ଖଣ୍ଡାଧୁଆ ଜୋର ନିକଟରେ ଗତ କିଛି ଦିନ ହେବ ଅପମିଶ୍ରିତ ମଦ ରନ୍ଧା ଚାଲିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଏଭଳି ସମୟରେ ଗତକାଲି ବିଳମ୍ବିତ ରାତିରେ କଳାକାର ସାଣ୍ଢ ନାମକ ଜଣେ ଲୋକ ସେଠାକୁ ମଦ ପିଇବାକୁ ଆସିଥିଲେ। […]

ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ଜବତ, ଦୁଇ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ବାଘ ଓ ହରିଣ ଛାଲ ବେପାର କରୁଥିବା ଦୁଇ ବ୍ୟବସାୟୀଙ୍କୁ ଏସଟିଏଫ୍ ଗିରଫ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା। ଏଠାରେ ବାଘ ଓ ହରିଣ ଛାଲ ବିକ୍ରୟ ନେଇ ମୁଲଚାଲ ଚାଲିଥିବା ବେଳେ ଏସଟିଏଫ୍ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ ବ୍ୟବସାୟୀଙ୍କୁ ଉଠାଇ ନେଇଥିଲା। ଉଭୟଙ୍କ ଘର […]

ବାଲ୍ୟ ବିବାହ ବେଳେ ଉଦ୍ଧାର ହେଲେ ୧୬ବର୍ଷୀୟ ନାବାଳିକା, ବର ଥାନାରେ ଅଟକ

ରାଉରକେଲା: ସରକାର ବାଲ୍ୟ ବିବାହ ରୋକିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ଏହା ଅପରାଧ ହୋଇଥିବାରୁ ଦଣ୍ଡବିଧାନର ମଧ୍ୟ ଏଥିପାଇଁ ବ୍ୟବସ୍ଥା ରହିଛି। ମାତ୍ର ଲୋକଙ୍କ ମଧ୍ୟରେ ଏହା କେତେଦୂର କାର୍ଯ୍ୟକ୍ଷମ ହୋଇଛି, ତାର ବାସ୍ତବ ଚିତ୍ର ରାଉରକେଲା ନୂଆଗାଁ ବ୍ଲକର ପତ୍ରାପଲ୍ଲୀ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନାବାଳିକାଙ୍କ ବିବାହ ଖବର ପାଇ ଚାଇଲ୍‌ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ରୋକିବାରେ ସାମର୍ଥ୍ୟ ହୋଇଛି ।ନାବାଳିକାକୁ ଉଦ୍ଧାର କରି ବିଶ୍ରାସ୍ଥିତ ଚାଇଲଡଲାଇନରେ ରଖା […]