ଜ୍ୱାଇଁଙ୍କୁ କରୋନା ସନ୍ଦେହରେ ଶାଶୂ ଓ ଶାଳୀକୁ ପିଟିଲେ ଗାଁ ଲୋକେ

ନୀଳଗିରି (ଉଲାପ୍ର ): କରୋନା ପାଇଁ ମରିଗଲା ମାନବିକତା। ଶାଶୂ ଓ ଶାଳୀଙ୍କୁ ନିଷ୍ଠୁର ଭାବେ ପିଟିଲେ ଗାଁ ଲୋକେ। ଶ୍ୱଶୁର ଘର ବୁଲିବାକୁ ଆସିଥିବା ଜ୍ୱାଇଁକୁ ‘କରୋନା’ ହୋଇଥିବା ସନ୍ଦେହ କରି ଏପରି ମାଡ଼ ମାରାଯାଇଥିବା ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଚିନ୍ତାମଣିପୁର ଗାଁର ଭାଗୀରଥି ବେହେରାଙ୍କ ମଝିଆ ଝିଅ ନୀଳଗିରି ଅଞ୍ଚଳରେ ବାହା ହୋଇଛନ୍ତି। […]

ନଦୀକୁ ଡେଇଁ ପଡ଼ିଲେ ଯୁବତୀ!

ବାଙ୍କୀ ( ଉଲାପ୍ର): ପ୍ରବଳ ବର୍ଷା ହେଉଥିଲା। ଆଉ ସେହି ବର୍ଷାରେ ଭିଜି ଭିଜି ମୋବାଇଲ୍‌ରେ କଥା ହେଉ ହେଉ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ମୋବାଇଲ୍‌ରେ ଗପୁଥିଲା ବେଳେ ସେ ଡିପ୍ରେସନ୍‌ରେ ଥିଲା ପରି ଲାଗୁଥିଲା ବୋଲି ଆଲୋଚନା ହେଉଛି।ଆଜି ମଧ୍ୟାହ୍ନରେ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେହି ବର୍ଷାରେ ଭିଜି ଜଣେ ଯୁବତୀ ମୋବାଇଲ୍‌ ଗପି ଗପି ଦୋକାନରେ ପହଞ୍ଚିଲେ। ସେଠାରୁ ଗୋଟିଏ କୋଲ୍‌ଡ ଡ୍ରିଙ୍ଗସ୍‌ କିଣିଲେ। […]

ଓଡ଼ିଶା ଫେରିଲେଣି ୫.୫୩ ଲକ୍ଷ ପ୍ରବାସୀ, କରୋନା ପରୀକ୍ଷା ମାତ୍ର ୨.୦୫ ଲକ୍ଷ

ଭୁବନେଶ୍ୱର(ଉଲାପ୍ର ): ଆଜିସୁଦ୍ଧା ଅନ୍ୟ ରାଜ୍ୟରୁ ମୋଟ ୫ଲକ୍ଷ ୫୩ହଜାର ୯୪୫ଜଣ ପ୍ରବାସୀ ଫେରିଛନ୍ତି। ସେମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହୁଥିଲେ ମଧ୍ୟ ସେମାନଙ୍କର କୋଭିଡ-୧୯ ପରୀକ୍ଷା କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୨ଲକ୍ଷ ୫ହଜାର ୫୦୧ଟି ନମୂନା ପରୀକ୍ଷା ହୋଇଥିବାବେଳେ ମୋଟ ୪୧୬୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ, ମେ’ ୩ତାରିଖରୁ ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଆସିବା ଆରମ୍ଭ ହୋଇଥିଲା। ମେ’ ୨ତାରିଖ ସୁଦ୍ଧା […]

ଅସହାୟ ସମୟର ବନ୍ଧୁ ପ୍ରକୃତ ବନ୍ଧୁ

ଆଠଗଡ(ଉଲାପ୍ର)ଅସହାୟ ସମୟର ବନ୍ଧୁ ପ୍ରକୃତ ବନ୍ଧୁ,ଯାହା ଆଜି କରି ଦେଖାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର, କୋଭିଡ 19 ବା କରୋନା ସମୟରେ ସାରା ବିଶ୍ୱ ଜୁଝୁଥିବା ବେଳେ ଆଠଗଡରେ ବ୍ରାହ୍ମଣ ଏବଂ ମନ୍ଦିର ସେବକ ମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି, ପୁରୀ ଶଙ୍କରାଚାର୍ଯ୍ୟ ତରଫରୁ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର ତାଙ୍କ ସହଯୋଗୀ ସଦସ୍ୟ ମାନେ ତଥା ଆଦିତ୍ୟ ଯୁବ ବାହିନୀ ର କର୍ମକର୍ତା ମାନେ […]

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତରଙ୍କୁ କରୋନା

ଭବାନୀପାଟଣା : କଳାହାଣ୍ଡି ଜିଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ମହିଳା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି।ସୂଚନାଅନୁସାରେ ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ୭ଦିନ  ରହିବା ପରେ ଘରେ ଆଉ ୭ଦିନ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ। ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ସମୟରେ ପ୍ରବାସୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ। […]

ଭୁଲ ରାସ୍ତାରେ ଯାଉଛି ଭାରତ, ସରକାରଙ୍କ ଅହଂକାର ଓ ଅକ୍ଷମତା ଯୋଗୁ ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାରେ ସରକାର ବିଫଳ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି । ଦେଶର ଅର୍ଥନୀତିକୁ ତ୍ବରାନ୍ବିତ କରିବା ପାଇଁ ଅନଲକ୍-୧ ଆରମ୍ଭ ହେବାପରେ ଦେଶରେ କରୋନା ମାମଲା ହୁ ହୁ ହୋଇ ବୃଦ୍ଧି ପାଉଛି। ଯାହା ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।ଏଥିସହିତ ପୂର୍ବତନ କଂଗ୍ରେସ ସଭାପତି ତଥା […]

ଫେସବୁକରେ ମିଳିବ ଉଇକିପିଡ଼ିଆର ସୁବିଧା

ନୂଆଦିଲ୍ଲୀ : ଫେସବୁକ ଏକ ନୂତନ ଫିଚର ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ଫେସବୁକରେ ମଧ୍ୟ ଉଇକିପିଡ଼ିଆର ସମର୍ଥନ ମିଳିବ। ସାଧାରଣତଃ ଯେତେବେଳେ ଆମେ ଫେସବୁକରେ କିଛି ସନ୍ଧାନ କରିଥାଉ, ଆମେ ସାଙ୍ଗ, ପ୍ରୋଫାଇଲ୍, ପୋଷ୍ଟ, ଭିଡିଓ ପରି ଫଳାଫଳ ପାଇଥାଉ କିନ୍ତୁ ଏବେ ଖୁବ ଶୀଘ୍ର ଉଇକିପିଡ଼ିଆର ଏକ ଲିଙ୍କ୍ ମଧ୍ୟ ମିଳିବ। ନୂଆ ଅପଡେଟ୍ ପରେ ଗୁଗୁଲରେ ସର୍ଚ୍ଚ ନ କରି ଫେସବୁକରେ ଚଳଚ୍ଚିତ୍ର କିମ୍ବା ଟିଭି ଶୋ ପାଇପାରିବେ।ଫେସବୁକର ଏହି […]

ଟ୍ରେନରେ ଆସି କନ୍ୟା ସନ୍ତାନ ଜନ୍ମ ଦେଲେ ପ୍ରବାସୀ ଓଡ଼ିଆ ମହିଳା: ମା’ ଓ ଶିଶୁକନ୍ୟାକୁ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି

ରାୟଗଡ଼ା: ହାଇଦ୍ରାବଦ୍‌ ଫେରନ୍ତା ଜଣେ ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ଆସି ଏଠାରେ ଥିବା ସରକାରୀ ଡାକ୍ତରଖାନାରେ ଶିଶୁ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ଜଣା ପଡ଼ିଛି। କନ୍ୟା ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କ ଘର ନବରଙ୍ଗପୁର ଜିଲ୍ଲାର କୋଇଲିମୁଣ୍ଡା ଗାଁରେ। ୪୮ ଘଣ୍ଟା ମେଡ଼ିକାଲରେ ରହିବା […]

ଗାଁ ମୁହାଁ ଅଣ୍ଡିରା ହରିଣ,ଗ୍ରାମବାସୀ ଧରି ବନବିଭାଗ କୁ ଦେଲେ

ଆଠଗଡ(ଉଲାପ୍ର)ପାଣି ପାଇଁ ଗାଁ ଅଭିମୁଖେ ଅଣ୍ଡିରା ହରିଣ,ଏହି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟୁଣି ରେଞ୍ଜ ର ପାନିଆମା ଗ୍ରାମରେ,ଆଜି ସକାଳେ ଏହି ଅଣ୍ଡିରା ହରିଣ ଟି ପାଣି ବିକଳରେ ଗାଁ ମୁହାଁ ହୋଇଥିଲା, ପାଣିଆମା ଗ୍ରାମବାସୀ ଏହି ଅଣ୍ଡିରା ହରିଣ ଟିକୁ ଧରିନେବା ସହିତ ହରିଣ ଟିକୁ ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି,ହରିଣ ଟି ପଳାଇ ବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସି ତାକୁ ମାଡି ବସିଥିଲେ,ଆଉ ମଉକା ଦେଖି ଲୋକେ ଯିଏ ଯାହା ପାଇଲା […]