ଡକାୟତୀ ଉଦ୍ୟମ ପଣ୍ଡ ; ୩ ଗିରଫ , ୩ ଫେରାର

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଦିନକୁ ଦିନ ଚୋରୀ,ତସ୍କରି ଓ ଡକାୟତୀ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଅଞ୍ଚଳର ଯୁବକ ନକଲି ନକ୍ସଲ ନାଁରେ ଚାନ୍ଦା ଆଦାୟ କରି ସାଧାରଣ ଲୋକଙ୍କୁ ଭୟଭୀତ କରାଉ ଥିବା ନଜରକୁ ଆସିଥିବା ବେଳେ ଅନେକ ଗୁଡିଏ ନକଲି ନକ୍ସଲ ଲାଞ୍ଜିଗଡ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବର୍ତ୍ତମାନ ଆଉ ଏକ ଡକାୟତୀ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି […]

ସୁପ୍ରିମକୋର୍ଟରେ ରଥଯାତ୍ରାକୁ ଅନୁମତି ସପକ୍ଷରେ ଲଢ଼ିବେ ସାଵରୀମାଳା ଓକିଲ

ପୁରୀ: ରଥଯାତ୍ରା ରାୟର ପୁନର୍ବିଚାର ପାଇଁ ଲଢେଇ କରିବେ ସାଵରୀମାଳାର ଓକିଲ | ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବାବଦରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆବେଦନ ହୋଇଥିବା ମୋଡିଫିକେସନ୍ ପିଟିସନ୍ ମଧ୍ୟରୁ ଗୋଟିଏ  ପିଟିସନ ପାଇଁ  ଲଢ଼ିବେ ବରିଷ୍ଠ ଆଇନଜୀବୀ ସୁଭିଦତ୍ତ ସୁନ୍ଦରମ୍ | ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ପିଟିସନକୁ ସୁଭିଦତ୍ତ ଲଢ଼ିବେ | ତେବେ ସୁଭିଦତ୍ତଙ୍କ ବାବଦରେ କହିବାକୁ ଗଲେ ସେ ପୂର୍ବରୁ ସାଵରୀମାଳା ମନ୍ଦିରେ […]

୧୩ ଜିଲ୍ଲା ଲାଗି ୱେଲୋ ୱାର୍ଣ୍ଣିଂ : ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ୧୩ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ।ପାଣିପାଗ ବିଭାଗ ଟ୍ୱିଟ୍ କରି ସତର୍କ ସୂଚନାରେ କହିଛି କି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶନିବାର ସୁଦ୍ଧା […]

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌

ନୂଆଦିଲ୍ଲୀ(ବ୍ୟୁରୋ): ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌ ଦାଖଲ ହୋଇଛି। ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଛି।ଅଫତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ […]

ରଥଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର କରି ସଫଳ ହେଲେ : ବିଜୟ

ଭୁବନେଶ୍ୱର(ଉଲାପ୍ର): ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସନ୍ଦେହ ବ୍ୟକ୍ତ କରିଛନ୍ତି। ରଥଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ସେମାନେ ସଫଳ ହେଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରିଥିବାବେଳେ ବରିଷ୍ଠ ବିଜେପି ନେତା ଶ୍ରୀ ମହାପାତ୍ର ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା […]

ଶୁକ୍ରବାର ପୁରୀ ବନ୍ଦ ଲାଗି ଜଗନ୍ନାଥ ସେନାର ଡ଼ାକରା

ପୁରୀ: ରଥଯାତ୍ରା ବାତିଲ କରାଯିବା ନିଷ୍ପତ୍ତି ବିରୋଧରେ ଶ୍ରୀଜଗନ୍ନାଥ ସେନା ରାଜରାସ୍ତାକୁ ଓହ୍ଲାଇଛି । ଗୁରୁବାର ଶ୍ରୀଜଗନ୍ନାଥ ସେନା ବଡ଼ଦାଣ୍ଡରେ ବିକ୍ଷୋଭ କରିବା ସହ ଶୁକ୍ରବାର ପୁରୀ ବନ୍ଦ ନିମନ୍ତେ ଡ଼ାକରା ଦେଇଛି । ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଠିକ୍ ଭାବରେ ପକ୍ଷ ରଖିବାରେ ବିଫଳ ହୋଇଛନ୍ତି । ସୁପ୍ରିମକୋର୍ଟକୁ ରଥଯାତ୍ରାର ପରମ୍ପରା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସଠିକ୍ ତଥ୍ୟ ଦିଆଯାଇନାହିଁ ବୋଲି ଶ୍ରୀ ଜଗନ୍ନାଥ ସେନା କହିଛି । ଏହାବ୍ୟତୀତ ପୁରୀ ସହ ରାଜ୍ୟର […]

ମଣିପୁରରେ ବିଜେପି ସରକାର ଟଳମଳ

ଇମ୍ଫାଲ: ମଣିପୁରରେ ବିଜେପି ସରକାର ଟଳମଳ । ଯେ କୌଣସି ମୁହୂର୍ତ୍ତରେ ବିଜେପି ସରକାର ଏଠାରେ ଭାଙ୍ଗିପାରେ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀଙ୍କ ଇସ୍ତଫା, ମେଣ୍ଟରେ ସାମିଲ ୬ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଣିପୁର ବୀରେନ୍ଦ୍ର ସିଂହ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ।  ଅନ୍ୟପକ୍ଷରେ ମଣିପୁରରେ ପୁନର୍ବାର କଂଗ୍ରେସ ସରକାର ଗଠନ ହେବାର ପଥ ପ୍ରଶସ୍ତ ହୋଇଛି ।୨୦୧୭ ମସିହାରେ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନରେ ବିଜେପିକୁ ୨୧ ଆସନ ମିଳିଥିବା ବେଳେ […]

ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇ ସମସ୍ତେ ଚୁପ୍ , ବିଜେପିରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ଯୋଗୁ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ତେବେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଥିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବାବେଳେ ରାଜ୍ୟ ବିଜେପିରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍ ଓ ପରେ ପ୍ରେସ୍ ରିଲିଜ୍ […]

ଶହଶହ ବର୍ଷର ପରମ୍ପରା ଆଠଗଡ ରଥଯାତ୍ରା ବନ୍ଦ ହେଲା

ଆଠଗଡ,(ଉଲାପ୍ର)ଆଠଗଡ ର ଅଟାଳି ଜଗନ୍ନାଥ ଚଳିତ ବର୍ଷ ଦର୍ଶନ ଦେବେନି ଭକ୍ତଙ୍କୁ, ଆଠଗଡ ରେ ପ୍ରଶାସନ ଲଗାଇଲା କୋଭିଡ କଟକଣା,ଶହଶହ ବର୍ଷର ପରମ୍ପରା ରେ କୋଭିଡ ଦେଇଚି ମାଡ଼,ସାରା ବିଶ୍ୱ ଏବେ କ ରୋନା କୁ ନେଇ ଜୁଝୁଥିବା ବେଳେ ଆଠଗଡ ରେ ପ୍ରଶାସନ କୋଭିଡ କଟକଣା କୁ ନେଇ ସର୍ବସମାତି କ୍ରମେ ଚଳିତ ବର୍ଷ ଆଠଗଡ ରଥଯାତ୍ରା କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି,ସ୍ନାନପୁର୍ଣିମା ରେ ପ୍ରଶାସନ ତରଫରୁ କୋଭିଡ କଟକଣା ଲଗାଇବାରୁ ଭକ୍ତ ଯାଇପାରିଲେ […]

କଥା ଦେଇ ଥିଲେ ଆରଥରକୁ ଫେରିଲେ…

ବାଲିଗୁଡ଼ା/ରାଇରଙ୍ଗପୁର/ ଭୁବନେଶ୍ୱର(ଉଲାପ୍ର ): ଗଲଓ୍ୱାନ୍ ଉପତ୍ୟକାରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ନୀର୍ଭିକ ଭାରତୀୟ ଯବାନ।  ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ବୀରପୁଅ ବି ବୀରଗତିପ୍ରାପ୍ତ ହୋଇଛନ୍ତି । ଏହି ଦୁଃଖଦ ଖବର ଶୁଣି, ସେମାନଙ୍କ ପରିବାର ଲୁହରେ ଭାସୁଥିବା ବେଳେ, ସାରା ଦେଶ ଶୋକରେ ବୁଡ଼ିଛି । ସତେକି ଗୁମୁରି ଗୁମୁରି ନିଜ ବୀର ସନ୍ତାନଙ୍କୁ ଝୁରୁଛି, ସହିଦଙ୍କ ଜନ୍ମମାଟି ।ସ୍ୱପ୍ନ ସବୁ ଚୁରମାର ହୋଇଯିବା ପରେ, ଆଉଟି ଯାଉଛି […]