ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ପରେ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ସେବାୟତ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ସେବାୟତ ରହୁଥିବା ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, ପୁରୀ ପୌରପାଳିକା ଅନ୍ତର୍ଗତ ସୁଆର ସାହି ଛକରୁ ନାରାୟଣୀ ସାହି ଛକ ଯାଏଁ ଥିବା ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି।କଣ୍ଟେନମେଣ୍ଟ ଜୋନ୍‌ ଭିତରକୁ ବାହାର ପାର୍ଶ୍ୱରୁ କେହି […]

ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ

ଧର୍ମଗଡ଼ : କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି ।ଉଭୟ ପ୍ରେମୀ ଯୁଗଳ ଗୋଟିଏ ଗାଁର ବୋଲି ଜଣାପଡିଛି । କାଉଡୋଳା ସରପଞ୍ଚ ଶ୍ରୀମତି ଜମ୍ଵୁବତୀ ସାହୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ନିର୍ବାହ ହୋଇଥିଲେ । ଜୟପାଟଣା ବ୍ଳକ ବାଞ୍ଜିବାହାଲ ଗ୍ରାମର ରାଜାରାମ ଠାକୁର ସେହି ଗାଁର ଦ୍ଵିତୀୟା ହରିଜନ ନାମ୍ନୀ ଜନୈକା ଯୁବତୀଙ୍କୁ ଭଲ ପାଉଥିଲା । ପେଟପାଟଣା ପାଇଁ ରାଜାରାମ କର୍ଣ୍ଣାଟକକୁ ଦାଦନ […]

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି : ମୁଖ୍ୟମନ୍ତ୍ରୀ କହିଲେ ଜୟ ଜଗନ୍ନାଥ

ଭୁବନେଶ୍ବର : ଶ୍ରୀ​କ୍ଷେତ୍ର ପୁରୀରେ ଆସନ୍ତାକାଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟ ଏନେଇ ଅନୁମତି ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସୀ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଟ୍ବିଟ କରି ସେ ଲେଖିଛନ୍ତି ଜୟ ଜଗନ୍ନାଥ।ଅନ୍ୟ ପକ୍ଷରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରଥଯାତ୍ରା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ୍‌ ଫୋର୍ସ: ପୁଲିସ୍‌ ଡିଜି

ଭୁବନେଶ୍ବର: ରାତିପାହିଲେ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରା। କମ୍‌ ସମୟରେ ବଡ଼ ପ୍ରସ୍ତୁତି। ଏଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଯାତ୍ରା ନେଇ ଉତ୍ସାହ ଭରି ଯାଇଛି। ରଥଯାତ୍ରା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ପ୍ରସ୍ତୁତି କରିଛନ୍ତି। ଏହି ଅବସରରେ ପୁଲିସ ଡିଜି ଅଭୟ କହିଛନ୍ତି ଯେ ପୁରୀ ଲୋକ ବଡ଼ଦାଣ୍ଡକୁ ଆସନ୍ତୁ ନାହିଁ। ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଜି ରାତି ୯ଟାରୁ ବୁଧବାର […]

ଆଠଗଡ, ବଡମ୍ବା,ବାଙ୍କି ରେ ମହିଳା ଗୋଷ୍ଠିଙ୍କୁ ସୋଶୁଛନ୍ତି ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀ

ଆଠଗଡ,(ଉଲାପ୍ର)ଲକଡାଉନ ସମୟରେ ଆଠଗଡ ,ବଡମ୍ବା,ବାଙ୍କୀ ଅଂଚଳରେ କେମିତି ଚଲିଛି ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଋଣ ଆଦାୟ,ଥରେ ଦେଖିନିଅନ୍ତୁ ଏହି ଫଟୋକୁ,ତିନି ଟାଣୁଆ ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ର ଲୋକ ମାନଙ୍କ ଠାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ ଗାଁ କୁ ଗାଁ ଯାଇ ବସ୍ତି ମାନଙ୍କରେ ଚେୟାର ପକାଇ ଲୋକଙ୍କ ଠାରୁ କିସ୍ତି ଟଙ୍କା ଆଦାୟ କରୁଥିବା ଦେଖାଯାଇଛି, ଉଦୟାଲାବଣ୍ୟ ପ୍ରତିନିଧିଙ୍କ ତରଫରୁ ସେମାନଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ ପ୍ରଶ୍ନର ଉତ୍ତର […]

ବଜ୍ରକାପ୍ତା ର ଖଣି ପାଲଟିଛି ଆଠଗଡ ବନଖଣ୍ଡ

ଆଠଗଡ(ଉଲାପ୍ର)ବଜ୍ରକାପ୍ତା ରୁ କରୋନା ବ୍ୟାପିଥିବା ଚାଇନା କହୁଥିବା ବେଳେ ଚାଇନା ସହିତ ଆଠଗଡ ର କିଛି ଲିଙ୍କ ଅଛିକି ? ଯଦି ନାହିଁ ଓଡ଼ିଶାରେ ଆଠଗଡ଼ ବନଖଣ୍ଡ ରେ ଏତେ ବଜ୍ରକାପ୍ତା ଧରା ହେଉଛନ୍ତି କୁଆଡୁ,ଆଜି ଏକ ବଜ୍ରକାପ୍ତା କୁ ବୁଦ୍ଧିଆ ପାଟଣା ଗ୍ରାମର କୂଅ ମଧ୍ୟରୁ ଧରାଯାଇଥିଲା,ଆଠଗଡ ରେଞ୍ଜର ବଜ୍ରକାପ୍ତା ଟିକୁ ନିଜ ଅଫିସ ରେ ବିନା ଗ୍ଲୋବସ ରେ ନଧରି ଖାଲି ହାତରେ ଧରିଥିବା ଦେଖା ଯାଇଛି ଓ ତାକୁ ଆଉଁସି ଛନ୍ତି,ଆଠଗଡ ରେଞ୍ଜର […]

ଓଡ଼ିଶାରୁ ଶିଖି ମାତ୍ର ୩୪ ହଜାର ଟଙ୍କା ନିବେଶରେ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ରାଜସ୍ଥାନ ଯୁବକ

ଜୟପୁର: ଓଡ଼ିଶାରୁ ଶିଖିଲେ, ଆଉ ରାଜସ୍ଥାନରେ ନିଜର କୃତିତ୍ୱ ଦେଖାଇଲେ | ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୩୧ କିଲୋମିଟର ଦୂରରେ ଥିବା ରେନୱାଲ ସହରରେ ରୁହନ୍ତି ନରେନ୍ଦ୍ର କୁମାର ଗରବା | ଚାରି ବର୍ଷ ପୂର୍ବେ ନରେନ୍ଦ୍ର ମୁକ୍ତା ଚାଷ ଆରମ୍ଭ କରିଥିବାବେଳେ ଏବେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି | ନରେନ୍ଦ୍ର କହିଛନ୍ତି ଯେ ୨୦୧୬ ରେ ଓଡ଼ିଶାର ସିଫା ପ୍ରତିଷ୍ଠାନରୁ ମୁକ୍ତା ଚାଷ ସମ୍ବଳିତ ୬ ଦିନିଆ ତାଲିମ ନେବା ପରେ […]

ଚୁଲିରେ ଫୁଟୁଥିବା ପାଣିରେ ଯୁବକଙ୍କ ହାତ ବୁଡ଼ାଇଲେ ୧୩ ଜଣ

ନୟାଗଡ଼/ ନବରଙ୍ଗପୁର :(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ।ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ […]

ରଥଯାତ୍ରାକୁ ନେଇ ଆଉ ଏକ ମାମଲା: ସୁପ୍ରିମକୋର୍ଟ ଗଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟରେ ସୃଷ୍ଟି ହୋଇଛି ମିଶ୍ରିତ ପ୍ରତିକ୍ରିୟା । ରଥଯାତ୍ରା କରାଯିବା ଓ ନକରାଯିବା ନେଇ ଚାଲିଛି ବିତର୍କ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଅନ୍ୟପକ୍ଷରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହ ଦେବ ରଥଯାତ୍ରା ସପକ୍ଷରେ ନିଜର ମନ୍ତବ୍ୟ ଦେଇଛନ୍ତି ।  ରଥଯାତ୍ରା ନିମନ୍ତେ ସୁପ୍ରିମକୋର୍ଟରେ ପ୍ରାୟ ଦେଢ଼ ଡ଼ଜନ ମାମଲା ରୁଜୁ ହୋଇଛି । ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତିର ସଂଶୋଧନ […]

ସରକାରୀ ଜମିକୁ ନେଇ ଝିଲିକି ଓ ଗୁଡ୍ରିପଦା ଗ୍ରାମବାସୀ ମୁହାଁମୁହିଁ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଝିଲିକି ଓ ଗୁଡ୍ରିପଦା ଗ୍ରାମବାସୀ ଜମି ବିବାଦକୁ ନେଇ ୫ ଦିନ ହେଲା ଖଣ୍ଡାକାତି ଠେଙ୍ଗା ଧରି ମୁହାଁମୁହିଁ ହେଉଛନ୍ତି । ଅଡବା ପୁଲିସ ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ପ୍ରଭାକର ଗାଂଟା ଓ ପୁଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ୧୦ ଜଣିଆ ଟିମ୍‍ ଗଠନ କରି ଶାନ୍ତି କମିଟି ପାଇଁ ସନ୍ଧ୍ୟାରେ ଡକାଇଛନ୍ତି। ଏହାପରେ ଗହଳି ଭାଙ୍ଗିଥିଲା।ସୂଚନା ଅନୁଯାୟୀ,  […]