ଗାଧୋଇବା ବେଳେ ପାଣିରେ ବୁଡି ବୃଦ୍ଧା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଡେଣୁଆ ଗ୍ରାମର ମେନକି ନାଏକ (୬୬) ଆଜି ଦିନ ୧୧ଟା ବେଳେ ଘରପାଖ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଦିନ ଗୋଟାଏ ଯାଏ ଘରକୁ ନଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ଖୋଜାଖୋଜି ସମୟରେ ପୋଖରୀରେ ସେ ପ୍ରାଣ ହରାଇଥିବା ଜଣାପଡିଥିଲା । […]

ସିବିଏସଇ ପରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କଲା ଆଇସିଏସଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଛି | ଏହା ପୂର୍ବରୁ ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କରିଥିଲା | ଆଇସିଏସଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ସମଗ୍ର ଦେଶରେ କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା […]

ଭୁବନେଶ୍ୱରରେ ଘରୋଇ ହସ୍‌ପିଟାଲରେ ଯାଞ୍ଚ ହେଉଛି: ବିଏମ୍‌ସି କମିସନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଘଟିବା ପରେ ଏଠାକାର ବିଭିନ୍ନ ଘରୋଇ ହସ୍‌ପିଟାଲରେ ଯାଞ୍ଚ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଆଜି ଭୁବନେଶ୍ୱରରେ ୧୦ଟି ହସ୍‌ପିଟାଲ ଯାଞ୍ଚ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍‌ ଅନୁସାରେ କାମ ହେଉଛି କି ନାହିଁ, ତାହା ଅନୁଧ୍ୟାନ […]

କଂଗ୍ରେସ ଭବନ ଗଣ୍ଡଗୋଳ: ସୁର କହିଲେ ’ପୁରୁଣା ରୋଗ’; ଏଆଇସିିସିକୁ ଦାୟୀ କଲେ ବରିଷ୍ଠ ନେତା

ଭୁବନେଶ୍ବର: କଂଗ୍ରେସ ଆଉ ପିଟାପିଟି ଯେମିତି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ବ । ଏମିତି କେଉଁ ବର୍ଷ ନାହିଁ ଯେଉଁ ବର୍ଷ କଂଗ୍ରେସ ଭବନରେ ଦି’ ଚାରିଥର ଗଣ୍ଡଗୋଳ, ପିଟାପିଟି ନ ହୋଇଛି । ଅବଶ୍ୟ ଅନ୍ୟ ରାଜନୈତିକ ଦଳରେ ଯେ ମତ ପାର୍ଥକ୍ୟ ବା ପିଟାପିଟି ହେଉନାହିଁ ସେ କଥା ନୁହେଁ, ହେଲେ କଂଗ୍ରେସ ଆଉ ପିଟାପିଟି ଯେମିତି ଅଙ୍ଗାଙ୍ଗି ଭାବରେ ଜଡ଼ିତ ।କଂଗ୍ରେସରେ ପଦ ପଦବୀକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ଘଟେ । […]

ବିହାରରେ ପ୍ରଳୟ : ଝଡ ବର୍ଷା ଓ ବଜ୍ରପାତରେ ୮୩ ଜଣଙ୍କର ମୃତ୍ୟୁ

ପାଟଣା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଗୋପାଳଗଞ୍ଜରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ମଧୁବନୀରେ, ପୂର୍ବ ଚମ୍ପାରଣ, ବେତିୟା ଏବଂ ପଶ୍ଚିମ ଚମ୍ପାରଣରେ ୨ଜଣ ଲେଖାଏଁ, ପୁର୍ଣ୍ଣିଆ ଏବଂ ବାଙ୍କାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି।ଏହା ବ୍ୟତୀତ ୧୨ଜଣ ଲୋକ ବଜ୍ରପାତରେ ଜଳି ଯାଇଥିବାର ଜଣା ପଡିଛି। ଗୋପାଳଗଞ୍ଜରେ […]

‘ରଥଯାତ୍ରାରେ ମହାପ୍ରଭୁ ଆମକୁ ୪ଟି କଥା କହିଛନ୍ତି’

ଭୁବନେଶ୍ୱର( ): ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ଗଣ୍ଡିଚାକୁ ବିଜେ କରିଛନ୍ତି। ହେଲେ ମହାପ୍ରଭୁଙ୍କ ଏହି ଲୀଳା ଦେଖିବାକୁ ବଡ଼ଦାଣ୍ଡ ଯାଇପାରିଲେନି ଭକ୍ତ। ଘରେ ବସି ମହାପ୍ରଭୁଙ୍କ ଯାତ୍ରା ଦେଖି ଭାବବିହ୍ୱଳ ହେଲେ। ଆଖିକୁ ଝରି ଆସିଥିଲା ଲୁହ। କିନ୍ତୁ ଏସବୁ ଭିତରେ ଆମ ସହିତ କଥା ହେଉଥିଲେ ମହାପ୍ରଭୁ। ଭାବ, ଆବେଗ ଓ ଭକ୍ତିରେ ବୁଡ଼ି ରହିଥିବାରୁ ଆମେ ହୁଏତ ମହାପ୍ରଭୁଙ୍କ କଥା ଶୁଣିପାରିଲୁ ନାହିଁ। ତାଙ୍କର ଲୀଳା ଓ ମହାତ୍ମ୍ୟ […]

କୋବିଦ ପରିଚାଳନାରେ ବିଫଳତା : କଂଗ୍ରେସ ନେତୃତ୍ବରେ ୧୩ ବିରୋଧୀ ଦଳର ପ୍ରତିବାଦ ସମାବେଶ ୨୬ରେ

ଭୁବନେଶ୍ୱର: କୋବିଦ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ବଢ଼ି ବଢ଼ି ଚାଲିଛି । ତେଣୁ ଏହାର ପ୍ରତିବାଦ ନିମନ୍ତେ କଂଗ୍ରେସ ନେତୃତ୍ବରେ ଏକାଠି ହୋଇଛନ୍ତି ରାଜ୍ୟର ୧୩ ରାଜନୈତିକ ଦଳ । ଏହି ଦଳଗୁଡ଼ିକ ପକ୍ଷରୁ ଆସନ୍ତା ୨୬ ତାରିଖରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକଠାରେ ମିଳିତ ପ୍ରତିବାଦ ସଭା ଅନୁଷ୍ଠିତ ହେବ ଏବଂ ଏହାପରେ […]

ନୂଆ ରୂପ ନେବ ଆଖଣ୍ଡଳମଣି ପୀଠ, ଖର୍ଚ୍ଚ ହେବ ୬କୋଟି ଟଙ୍କା

ଆରଡି: ରାଜ୍ୟର ସର୍ବପୁରାତନ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧିଲାଭ କରିଥିବା ଆଖଣ୍ଡଳମଣିଙ୍କ ପୀଠର ହେବ ଉନ୍ନତିକରଣ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ଏପରିକି କାର୍ଯ୍ୟକାରୀ ଜିଲା ପ୍ରଶାସନ ଓ ରାଜ୍ୟ ପ୍ରତ୍ନତ୍ତତ୍ତ୍ୱତ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ସହ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା। ହେଲେ କରୋନା ମହାମାରୀ ପାଇଁ ଦୀର୍ଘ ୩ମାସ ହେବ ଉକ୍ତ କାର୍ଯ୍ୟ ବନ୍ଦ ରହିଥିଲା। ଏବେ କୋଭିଡ-୧୯ ପାଇଁ କଟକଣା ଜାରି ରହିଥିଲେ ମଧ୍ୟ ସମସ୍ତ ପର୍ଯ୍ୟଟନସ୍ଥଳର […]

ମନ୍ଦିରରେ ଅଟକିଲେ ଅଟ୍ଟାଳି

ଆଠଗଡ(ଉଲାପ୍ର)ପ୍ରଶାସନର କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଆଠଗଡ ର ଅଟ୍ଟାଳି ଜଗନ୍ନାଥଙ୍କ ରଥଯାତ୍ରା, ଶହଶହ ବର୍ଷର ପରମ୍ପରାରେ ଆସିଛି ବ୍ୟାପକ ପରିବର୍ତ୍ତନ, କରୋନା ଯେମିତି ସବୁ ବିଗାଡି ଦେଈଛି,ସୁପ୍ରିମକୋର୍ଟ ର ନିର୍ଦ୍ଦେଶ କ୍ରମେ ପୁରୀକୁ ଛାଡିଦେଲେ ଆଉ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କୋର୍ଟ କହିବା ପୂର୍ବରୁ ଆଠଗଡ ପ୍ରଶାସନର ନିଷ୍ପତ୍ତି କ୍ରମେ ମନ୍ଦିର ଭିତରେ ସବୁ ପରମ୍ପରା ହେବବୋଲି ଘୋଷଣା କରାଯାଇଥିଲା, ଆଉ ପରମ୍ପରା କୁ ରକ୍ଷାକରି ଅଟ୍ଟାଳି ଜଗନ୍ନାଥ ଯେମିତି […]

ଲଭ୍‌-ସେକ୍ସ-ଧୋକା : ହାତରେ ବିବାହ ପ୍ରମାଣ ଧରି ଥାନାରେ ମହିଳା

ଭୁବନେଶ୍ବର : ମଞ୍ଚ ଉପରେ ହୋଇଥିଲା ପ୍ରେମ। ବେଦିରେ ବିବାହ କରିବେ କହି ଭଡ଼ାଘରକୁ ନେଇଥିଲେ। ବର୍ଷେ କାଳ ପତ୍ନୀ ଭଳି ରଖିଲେ। ଗର୍ଭବତୀ ହେବା ପରେ ଗର୍ଭ ନଷ୍ଟ ପାଇଁ ଚାପ ପକାଇଲେ। ଘରକୁ ନେବାକୁ ଜିଦ୍‌ କରିବାରୁ କେଉଁଆଡ଼େ ଚାଲିଗଲେ ଆଉ ପତ୍ତା ନାହିଁ। ହାତରେ ବିବାହର ନୋଟାରି କାଗଜ ଧରି ଏଭଳି ଅଭିଯୋଗ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ନୋଟାରିରେ ବିବାହ କରିଥିବାରୁ ବିଧିବଦ୍ଧ ଭାବରେ ସ୍ବାମୀଙ୍କ ନାମରେ ପ୍ରତାରଣାର […]