ଶ୍ରାବଣ ସୋମବାରରେ ଭକ୍ତ ଶୂନ୍ୟ ଶୈବପୀଠ

ଆଠଗଡ(ଉଲାପ୍ର)ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ଭକ୍ତଶୂନ୍ୟ,ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଯୋଉଦିନକୁ ବର୍ଷବର୍ଷ ଧରି ଅପେକ୍ଷା କରିଥାନ୍ତି ଶୈବଭକ୍ତ, କାନ୍ଧରେ ବାହୁଙ୍ଗି, ମୁଣ୍ଡରେ ବିଭିନ୍ନ ରକମର କପଡା ସାଙ୍ଗକୁ ବୋଲବମ ରେ ଫାଟି ପଡୁଥାଏ ରାସ୍ତା ଘାଟ ଓ ଶୈବ ମନ୍ଦିର,ସେଠି ଆଜି ବିରାଜିତ କରୁଛି କରୋନା,ସତେ ଯେମିତି କରୋନା ଭୟରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଅନ୍ୟ ପଟେ ବୋଲବମ କାଉଡ଼ିଆ ମାନଙ୍କ ଉପରେ ପ୍ରଶାସନ ଲଗାଇଛି ରୋକ,କାଉଡ଼ିଆ ଭକ୍ତମାନେ ମନ୍ଦିର […]

ମାନବିକତା ଏବେବି ବଞ୍ଚିଛି

ଆଠଗଡ,(ଉଲାପ୍ର)ମାନବିକତା ଏବେବି ବଞ୍ଚିଛି,ଗତ ପାଞ୍ଚଦିନ ଧରି ଦୋରଡ଼ ଗୋପୀନାଥ ପୁର ରାସ୍ତା କଡରେ ପଡି ରହିଥିବା ଜଣେ ବ୍ୟକ୍ତିଙ୍କୁ ଗଡଜାତ ପରିକ୍ରମା ର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଓ ବିଜେପି ଯୁବନେତା ତପନ କୁମାର ଲେଙ୍କା ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ରେ ଆଠଗଡ ମେଡିକାଲ ରେ ଭର୍ତି କରିଛନ୍ତି,ଏହି ବ୍ୟକ୍ତି ଜଣକ ଅଣ ଓଡିଆ ହୋଇଥିବା ବେଳେ ସେ କିପରି ଗତ ପାଞ୍ଚଦିନ ହେବ ଏକ ଜାମୁକୋଳି ଗଛ ମୂଳେ ସୋଇ ରହିଥିଲେ ଏହାକୁ ସମସ୍ତେ […]

ଏପର୍ଯ୍ୟନ୍ତ ସାରାଦେଶରେ ବଳକା ବର୍ଷା, କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷା ନିଅଣ୍ଟ

ଭୁବନେଶ୍ୱର୍ : ଚଳିତ ବର୍ଷ ଦେଶରେ ସ୍ବାଭାବିକ ମୌସୁମୀ ପ୍ରବାହ ରହିଛି । ଜୁନ ୧ରେ କେରଳ ଛୁଇଁବା ପରେ ଏହା ସମୟ ପୂର୍ବରୁ ଦେଶର ସବୁ ଅଂଚଳରେ ପହଞ୍ଚିଯାଇଛି । ସ୍କାଏମେଟର ରିପୋର୍ଟ ଅନୁସାରେ ଗତ ଜୁନ ମାସ ଥିଲା ଗତ ୭ ବର୍ଷରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଜୁନ ମାସ । ଏହି ମାସରେ ମୋଟ ବର୍ଷା ପରିମାଣ ୧୯୬.୨ ମିଲିମିଟର ରହିଛି ।ଆଇଏମଡିର ରିପୋର୍ଟ ଅନୁସାରେ ସାରା ଦେଶରେ ଥିବା ମୋଟ […]

ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ପରେ ଏପରି ପ୍ରତିକ୍ରିୟା ଦେଲା ଚୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହ ଓ ଲଦାଖ ଗସ୍ତ କରିଥିଲେ। ଏହି ଅବସରରେ ସେ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମୀକ୍ଷା କରିଥିଲେ। ଏହା ସହିତ ୧୧୦୦୦ ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ପ୍ରଧାନମନ୍ତ୍ରୀ ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଯବାନଙ୍କ ମନୋବଳ ବୃଦ୍ଧି କରିବା ସହିତ ପାକିସ୍ତାନ ଏବଂ […]

ଦିଲ୍ଲୀ–ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଜସ୍ଥାନର ଅଲୱରରେ ଭୂକମ୍ପର କେନ୍ଦ୍ର ରହିଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରହିଛି। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ। ଘଟଣା ସ୍ଥଳକୁ ସେନା ବାହିନୀକୁ ପଠାଯାଇଛି ।

ବିନା ଭକ୍ତରେ ହେଲା ଅଟ୍ଟାଳି ଜଗନ୍ନାଥଙ୍କ ସୁନାବେଶ

ଆଠଗଡ,(ଉଲାପ୍ର)ଆଠଗଡ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି, ବିନାଭକ୍ତ ଓ ସମ୍ପୂର୍ଣ ସାମାଜିକ ଦୂରତା ରକ୍ଷାକରି ମନ୍ଦିର ମଧ୍ୟରେ ସୁନାବେଶ ଅନୁଷ୍ଠିତ ହୋଇଥିଲା,ରାଜ ପୁରୋହିତ ସୁଶାନ୍ତ ମିଶ୍ର,ବଡ଼ପଣ୍ଡା ଶରତ ପଣ୍ଡା,ସାନ ପଣ୍ଡା ସୁଶାନ୍ତ ପଣ୍ଡା ଅଟ୍ଟାଳି ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି କରିବା ପରେ ପୋଲିସ ସୁରକ୍ଷା ମଧ୍ୟରେ ଟ୍ରେଜେରୀ ରୁ ସୁନା ଗହଣା ଅଣା ଯାଇ ଜଗନ୍ନାଥଙ୍କ ସୁନାବେଶ କରାଯିବା ପରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା, ସାମାଜିକ ଦୂରତା ରକ୍ଷାକରି […]

ହାଇୱା-ଇନୋଭା ଧକ୍କା: ଡ଼୍ରାଇଭର ମୃତ, ବିଜେଡ଼ି ନେତାଙ୍କ ପତ୍ନୀ-ଝିଅ ଗୁରୁତର

କେନ୍ଦୁଝର ଜିଲାର ନାରଦପୁର ନିକଟରେ ଏକ ଇନୋଭାକୁ ଏକ ହାଇୱା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଇନୋଭା ଡ଼୍ରାଇଭର ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଯଣାରେ ବିଜେଡ଼ି ନେତା କୁଶ ଆପଟଙ୍କ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । କାରରେ ଥିବା ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତମାନଙ୍କୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁସାରେ ଆଜି ଦିନ […]

ମେଥି ପତ୍ର ଭାବି ଗଞ୍ଜେଇ ପତ୍ରରେ ଆଳୁ ତରକାରୀ ଖାଇ ପରିବାର ଡାକ୍ତରଖାନା ରେ ।

ରେଢ଼ାଖୋଲ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବଜାର ନିକଟ ଗୋଟିଏ ପରିବାରର ୬ ଜଣ ସଦସ୍ୟ ମେଥି ପତ୍ର ଭାବି କଞ୍ଚା ଗଞ୍ଜେଇ ପତ୍ରରେ ଖାଦ୍ୟ ରୋଷେଇ କରି ଏହାକୁ ଖାଇ ଦେଇଛନ୍ତି। ଖାଇବା ପରେ ପୂରା ପରିବାର ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ସମସ୍ତ ୬ ଜଣ ସଦସ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଏହି ଘଟଣା ଘଟିଥିଲେ ହେଁ ଆଜି ସାମ୍ନାକୁ ଆସିଛି।ଉକ୍ତ ପରିବାରର ସଦସ୍ୟ ମନୋଜ […]

ବାବା ରାମଦେବଙ୍କ ’କରୋନିଲ୍’କୁ ବିକ୍ରି ଅନୁମତି ଦେଲା ଆୟୂଷ ମନ୍ତ୍ରଣାଳୟ

ଶେଷରେ ବାବା ରାମଦେବଙ୍କ ‘କରୋନିଲ୍’କୁ ବିକ୍ରି ନିମନ୍ତେ ଅନୁମତି ଦେଇଛି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ । ତେବେ ଏହାକୁ କରୋନା ଔଷଧ ଭାବରେ ନୁହେଁ, କେବଳ ଇମ୍ୟୁନିଟି ଅଥବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଔଷଧ ଭାବରେ ବିକ୍ରି କରାଯାଇ ପାରିବ ବୋଲି ସର୍ତ ରଖିଛି ଆୟୂଷ ମନ୍ତ୍ରଣାଳୟ । ଏହା ଫଳରେ ଗତ ଏକ ସପ୍ତାହ ଧରି ଚାଲିଥିବା ବିବାଦର ଶେଷ ଘଟିଛି ।ପ୍ରାୟ ସପ୍ତାହକ ତଳେ ବାବା ରାମଦେବ ଓ ଦିବ୍ୟ ଫାର୍ମାସୀର ମୁଖ୍ୟ […]

ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ କରୋନା

ବୁର୍ଲା : ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ର ଜଣେ ଅଧ୍ୟାପିକାଙ୍କର କରୋନା ପଜିଟିଭ ଆସିଥିବା ଜଣାପଡିଛି। ଉକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କର ମଧ୍ୟ କରୋନାରେ ଆଜି ଭୋରରେ ମୃତ୍ୟୁ ହୋଇଥିଲା।ସୂଚନା ଅନୁସାରେ, ଅଧ୍ୟାପିକାଙ୍କ ସ୍ଵାମୀଙ୍କ ଗତ କାଲି ସ୍ଵାବ ପରୀକ୍ଷା ପରେ କରୋନା ପଜିଟିଭ ଵାହାରି ଥିଲା। ଅଧ୍ୟାପିକାଙ୍କ ସ୍ବାମୀଙ୍କୁ ଅନୁଗୁଳ କୋଭିଡ଼ ହସପିଟାଲକୁ ଗତକାଲି ରାତିରେ ପ୍ରେରିତ କରାଯାଇଥିଲା। ମାତ୍ର ଅନୁଗୁଳ କୋଭିଡ଼ ହସ୍ପିଟାଲରେ ତାଙ୍କର ଆଜି ଭୋରରେ ମୃତ୍ୟୁ ହୋଇଥିଲା। ପୁଣି […]