କ୍ରେନ ମାଡ଼ିଗଲା ମହିଳାଙ୍କ ଉପରେ,ମହିଳା ମୃତ,ଘରେ ପସିଗଲା କ୍ରେନ

ଆଠଗଡ(ଉଲାପ୍ର)ଆଜି ସକାଳୁ ଆଠଗଡ ସହର ହାଉସିଂ ବୋର୍ଡ ଛକର ବୁଲାଣି ଉପରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ଉପରେ କ୍ରେନ ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତୁ ଘଟିଛି,ମୃତ ମହିଳା ହେଲେ ରାଧାଗୋବିନ୍ଦପୁର ଗ୍ରାମର ସୁଷମା ସାହୁ,ସେ ଆଜି ଭୋରରୁ ରାସ୍ତା ପାରି ହୋଇ ଫୁଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଏପଟ ସେପଟ ହେବା ଯୋଗୁ କ୍ରେନ ଟି ତାଙ୍କ ଉପରେ ଚଢ଼ି ଯାଇ ବିଜେପି ନେତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଘର ଭିତରକୁ ପଶିଯାଇ […]

ଆଜିର ରାଶିଫଳ*🌷💐🌹💐🌷~~~~~*ଅଦ୍ୟ ଜୁଲାଇ ୨୮ ତାରିଖ ୨୦୨୦ମସିହା(ମଙ୍ଗଳବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ନବମୀ ରାତ୍ରି ଘ ୦୩/୨୯ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ସ୍ଵାତୀ ଦିବା ଘ୧୦/୪୭ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର- ତୁଳା ରାତ୍ରି ଘ ୦୩/୫୬ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ଶୁଭକରଣ-ବାଳବସୂର୍ଯ୍ୟ -କର୍କଟ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୨୬ ଯୋଗିନୀ ପୂର୍ବେ ଓ ରାତ୍ରୀ ଘ୦୩/୨୫ ଗତେ ଉତ୍ତରେ ମକର ରାଶି ର ଘାତବାର ଅଦ୍ୟ ନବମୀ ର ଏକୋଦିଷ୍ଠ […]

*👉କୋରାପୁଟ ଜିଲ୍ଲାର ୪ ପୌରାଞ୍ଚଳ ଓ ୩ ପଞ୍ଚାୟତରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ବଢ଼ାଇଲା ଜିଲ୍ଲା ପ୍ରଶାସନ, କୋରାପୁଟ, ସୁନାବେଡ଼ା, ଜୟପୁର ଓ କୋଟପାଡ଼ ପୌରାଞ୍ଚଳରେ ବଢ଼ିଲା, ଲକ୍ଷ୍ମୀପୁର, ଚାରାଙ୍ଗୁଲ ଓ ମାଥାଲପୁଟରେ ବି ବଢ଼ିଲା ଲକ୍‌ଡାଉନ ଅବଧି, ପୂର୍ବରୁ ଏସବୁ ଅଞ୍ଚଳକୁ ଆଜି ଯାଏ ଲକ୍‌ ଡାଉନ ଘୋଷଣା କରାଯାଇଥିଲା*

*👉୨୪ ଘଣ୍ଟାରେ କଟକ ସହରରେ ଆଉ ୬୫ କୋରୋନା ପଜିଟିଭ୍‌ ଚିହ୍ନଟ, କଟକ ଜିଲ୍ଲାରୁ ୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା,ନିଶ୍ଚିନ୍ତକୋଇଲିରୁ ୨୪, ବାଙ୍କୀରୁ ୧୪, ଡମପଡ଼ାରୁ ୧୨, ବାରଙ୍ଗରୁ ୨ , ତିଗିରିଆରୁ ୫,ମାହାଙ୍ଗାରୁ ୩, ସଦର ବ୍ଲକ୍‌ରୁ ୨, ନରସିଂହପୁର, ନିଆଳି ଓ ଟାଙ୍ଗୀରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ*

*👉IAS ସ୍ତରରେ ଅଦଳବଦଳ* ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିସନର ଅନୁ ଗର୍ଗଙ୍କୁ ମିଳିଲା ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ଖଣି ଓ ଇସ୍ପାତ ସଚିବ ହେଲେ ସୁରେନ୍ଦ୍ର କୁମାର ଓ CDA ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଚିତ୍ରା ଅରୁମୁଗମ୍‌ ହେଲେ ଶ୍ରମ ବିଭାଗର ସଚିବ MSME ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ ସତ୍ୟବ୍ରତ ସାହୁ । ଏହା ସହ ସତ୍ୟବ୍ରତଙ୍କୁ ମିଳିଲା ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ

*👉ବୋର୍ଡ ସଭାପତିଙ୍କ ସୂଚନା: ଜୁଲାଇ ୨୯ ୧୧ଟା ୩୦ ପରେ ୨ଟି ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । bseodisha.ac.in ଓ bseodisha.nic.in OR01 (ରୋଲ ନମ୍ବର) 5676750କୁ SMS କରିବାକୁ ହେବ । ଏବର୍ଷ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ*

*👉ଆଇଏଲ୍‌ଏସ୍‌ ନିର୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା: ଅଗଷ୍ଟରୁ ରାଜ୍ୟରେ ଦୈନିକ ହେବ ୧୫ ହଜାର କୋରୋନା ଟେଷ୍ଟଂ । ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ ଦ୍ବାରା କରାଯିବ ଟେଷ୍ଟିଂ । ଆଣ୍ଟିଜେନ ଟେଷ୍ଟ ପାଇଁ ରାଜ୍ୟରେ ବୁଲିବ ମୋବାଇଲ ଭ୍ୟାନ ।*

*👉ରାଜ୍ୟରେ ଏବେ କରୋନା ପିକ୍‌ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହିହେବ ନାହିଁ। ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ୩ ଜିଲ୍ଲାରୁ କମିଲେ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବ: ILS ନିର୍ଦ୍ଦେଶକ*

ଆଠଗଡ ବସଷ୍ଟାଣ୍ଡ ମଡେଲ ବସଷ୍ଟାଣ୍ଡ ହେବାକୁ ଯାଉଛି,ଶୁଭ ପ୍ରଦାନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ(ଉଲାପ୍ର)ଆଠଗଡ ବସଷ୍ଟାଣ୍ଡର ନବିକରଣ ପାଇଁ ଶୁଭ ପ୍ରଦାନ କରିଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଲୋକସଭା ସଦନରୁ ଏହି ବସଷ୍ଟାଣ୍ଡର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ କଟକ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା,ଆଠଗଡ ପୂର୍ତ୍ତବିଭାଗ ଏସଡିଓ ଜୟନ୍ତ ପ୍ରସାଦ ନାୟକ,ଜେଇ ପ୍ରଭାତ କୁମାର ବେହେରା,କଟକ ଜିଲା ପରିଷଦ ଉପାଧକ୍ଷ ସୁନୀଲ ପରିଡା,ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା […]